ETV Bharat / bharat

ପାକିସ୍ତାନ ବିଜୟ ପରେ ଉତ୍ସବ: କାଶ୍ମୀର ଛାତ୍ରଙ୍କ ମୁକ୍ତି ପାଇଁ ମୋଦିଙ୍କୁ ଚିଠି

author img

By

Published : Oct 30, 2021, 4:45 PM IST

Updated : Oct 30, 2021, 5:15 PM IST

ଟି-୨୦ ବିଶ୍ବକପରେ ଭାରତ ପରାଜୟପରେ ବିଜୟ ଉତ୍ସବ ମନାଇଥିବା କାଶ୍ମୀର ଛାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମେହବୁବା ମୁଫତି । ଅଧିକ ପଢନ୍ତୁ...

PDP President Mehbooba Mufti writes to PM Modi regarding the arrests of three Kashmiri students
କାଶ୍ମୀର ଛାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମେହବୁବା ମୁଫତି

ଶ୍ରୀନଗର: କାଶ୍ମୀର ଛାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମେହବୁବା ମୁଫତି । ଏହି ଛାତ୍ରଙ୍କ ଭବିଷ୍ୟତକୁ ନଷ୍ଟ କରିବାରୁ ରକ୍ଷା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲଡିଛନ୍ତି ମେହେବୁବା ମୁଫତି । ଟି-୨୦ ବିଶ୍ବକପରେ ଭାରତକୁ ପ୍ରଥମ ଥର ପାଇଁ ପାକିସ୍ତାନ ହରାଇବାପରେ ବିଜୟ ଉତ୍ସବ ମନାଇଥିଲେ ଏହି ତିନି ଛାତ୍ର । ତେବେ କାର୍ଯ୍ୟାନୁଷ୍ଠାନ ଦ୍ବାରା ଦେଶପ୍ରେମ ଜାତ ହୁଏନି ବୋଲି ମୁଫତି କହିଥିବା ବେଳେ ଗିରଫ ଛାତ୍ରଙ୍କ ପାଇଁ ମାମଲା ଲଢିବାକୁ ମାନା କରିଛନ୍ତି ଆଗ୍ରା ଆଇନଜୀବୀ ସଂଘ ।

ଟି-୨୦ ବିଶ୍ବକପରେ ଭାରତ ପରାଜୟପରେ ବିଜୟ ଉତ୍ସବ ମନାଇଥିବା କାଶ୍ମୀର ଛାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମେହବୁବା ମୁଫତି । ଏହି ଘଟଣାକୁ ନେଇ ପିପୁଲ୍ସ ଡେମୋକ୍ରାଟିକ ପାର୍ଟୀ (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ଏବଂ ତିନି ଜଣ କାଶ୍ମୀର ଛାତ୍ର ଭବିଷ୍ୟତ ନଷ୍ଟ ହେବାରୁ ରକ୍ଷା କରନ୍ତୁ ବୋଲି ଚିଠି ଲେଖିଛନ୍ତି ।

  • Ive written to the Prime Minister about the recent arrest of Kashmiri students in Agra on charges of sedition. Hope he intervenes so that they are released soon. @PMOIndia pic.twitter.com/vfv2Wc5HCc

    — Mehbooba Mufti (@MehboobaMufti) October 30, 2021 " class="align-text-top noRightClick twitterSection" data=" ">

ଟି-୨୦ ବିଶ୍ବକପରେ ଭାରତକୁ ପ୍ରଥମ ଥର ପାଇଁ ପାକିସ୍ତାନ ହରାଇଥିଲା। ଏହାପରେ ଭାରତର କିଛି ଅଞ୍ଚଳରେ ପାକିସ୍ତାନ ସମର୍ଥନରେ ବିଜୟ ଉତ୍ସବ ପାଳନ କରିଥିଲେ । ଯାହାକୁ ସାରା ଦେଶରେ ବିରୋଧ କରିଥିଲେ । ଉତ୍ତରପ୍ରଦେଶର ଆଗ୍ରାରେ ପଢୁଥିବା କାଶ୍ମୀର ଛାତ୍ରମାନେ ମଧ୍ୟ ପାକିସ୍ତାନର ବିଜୟର ଉତ୍ସବ ମନାଇଥିଲେ । କାଶ୍ମୀର ଛାତ୍ରଙ୍କ ଦେଶବିରୋଧୀ ଗତିବିଧିକୁ ଜୋରଦାର ବିରୋଧ କରିଥିଲେ ଆଗ୍ରାର କଲେଜର ଛାତ୍ରଛାତ୍ରୀ । ଏହାପରେ କଲେଜରୁ ତିନି ଜଣ କାଶ୍ମୀର ଛାତ୍ରଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ବିରୋଧରେ ପୋଲିସ ଦେଶଦ୍ରୋହ ମାମଲା ରୁଜୁ କରି ଜେଲକୁ ପଠାଯାଇଛି ।

ଏହି ତିନି ଜଣ କାଶ୍ମୀର ଛାତ୍ର ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସ୍କଲାରସିପ ଯୋଜନାରେ ଆଗ୍ରାର ଏକ କଲେଜେର ଅଧ୍ୟୟନ କରୁଛନ୍ତି । ତେବେ ସେମାନେ ଭାରତର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ କିନ୍ତୁ କ୍ରିକେଟରେ ପାକିସ୍ତାନକୁ ସମର୍ଥନ କରୁଛନ୍ତି । ଯାହା ଦେଶବାସୀଙ୍କୁ ବ୍ୟଥିତ କରିଛି ।

Last Updated : Oct 30, 2021, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.