ETV Bharat / bharat

ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପାଇଁ ମେହେବୁବା ମୁଫତିଙ୍କ ଦାବି

author img

By

Published : Feb 28, 2021, 6:15 PM IST

ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁନଶ୍ଚ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପ୍ରସଙ୍ଗ ଉଠାଇ କୃଷକ ଆନ୍ଦୋଳନର ଉଦାହରଣ ଦେଇଛନ୍ତି । କାଶ୍ମୀରର ପୁଲୱାମା ଜିଲ୍ଲାରେ ରବିବାର ମେହେବୁବା ମୁଫତି କହିଛନ୍ତି ଯେ, ରାଜ୍ୟର ମାନ୍ୟତା ଫେରାଇବା ପାଇଁ କୃଷକଙ୍କ ଠାରୁ ଶିକ୍ଷା ନେବା ଉଚିତ । ଅଧିକ ପଢନ୍ତୁ...

ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପାଇଁ ମେହେବୁବା ମୁଫତିଙ୍କ ହୁଙ୍କାର

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୁନଶ୍ଚ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପ୍ରସଙ୍ଗ ଉଠାଇ କୃଷକ ଆନ୍ଦୋଳନର ଉଦାହରଣ ଦେଇଛନ୍ତି । କାଶ୍ମୀରର ପୁଲୱାମା ଜିଲ୍ଲାରେ ରବିବାର ମେହବୁବା ମୁଫତି କହିଛନ୍ତି ଯେ, ରାଜ୍ୟର ମାନ୍ୟତା ଫେରାଇବା ପାଇଁ କୃଷକଙ୍କ ଠାରୁ ଶିକ୍ଷା ନେବା ଉଚିତ । ପିଡିପି ମୁଖ୍ୟ କହିଛନ୍ତି ଯେ, କୃଷକଙ୍କ ହାତରେ ନା ଅଛି ବନ୍ଧୁକ ନା ଅଛି ପଥର ତଥାପି ପୁରା ଦୁନିଆ ତାଙ୍କ ସହିତ ରହିଛି । ଜାମ୍ମୁ-କାଶ୍ମୀର ଲୋକମାନେ ହରାଇଥିବା ରାଜ୍ୟ ମାନ୍ୟତା ଫେରିପାଇବାକୁ ହେଲେ ଏପରି ପ୍ରଚେଷ୍ଟା ଏବଂ ସଂଘର୍ଷ କରିବା ଆବଶ୍ୟକ ।

ଏହା ପରେ ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ସେ ରାଜ୍ୟବାସୀଙ୍କ ସହ କଥାବାର୍ତ୍ତା କରିବାକୁ ସରକାରଙ୍କୁ କହିଛନ୍ତି । ସେ କହିଛନ୍ତି ଯେ, ଚୀନର LAC ପରେ ପାକିସ୍ତାନର LOC ଉପରେ ଆଲୋଚନା ହୋଇଛି । ଯେଉଁଥିରେ ସମସ୍ୟାର ସମାଧାନ ବାହାରିଛି । ସେହିଭଳି ରାଜ୍ୟ ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନେଇ ଲୋକଙ୍କ ସହ କଥା ହେବା ଉଚିତ୍ ।

ସେ କହିଛନ୍ତି ଯେ, ଛୋଟ ପିଲାମାନେ କାଶ୍ମୀରରେ ବନ୍ଧୁକ ଉଠାଉଛନ୍ତି । ଯେଉଁ ହିଂସାରେ ସେମାନେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ଏଠାରେ ରକ୍ତପାତ ବନ୍ଦ କରିବାକୁ ହେଲେ ସରକାରଙ୍କୁ ଯୁବକ ମାନଙ୍କ ସହିତ କଥାବାର୍ତ୍ତା କରିବା ଉଚିତ୍ । ମଧ୍ୟ ହବୁବା ଉପତ୍ୟକାର ଅସ୍ତ୍ରଶସ୍ତ୍ର ଧରିଥିବା ଯୁବକଙ୍କୁ କହିଛନ୍ତି ଯେ, ବନ୍ଧୁକ ଓ ପଥର ଦ୍ୱାରା କିଛି ହାସଲ ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.