ETV Bharat / bharat

ପିଡିପି ନେତା ନଇମ ଅଖତର ଅସୁସ୍ଥ , ହସ୍ପିଟାଲରେ ଭର୍ତ୍ତି - Naeem Akhtar hospitalised

ସିନିୟର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ନେତା ତଥା ପୂର୍ବତନ ମନ୍ତ୍ରୀ ନଇମ ଅଖତର ଅସୁସ୍ଥ । ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପଢନ୍ତୁ ଅଧିକ.....

ପିଡିପି ନେତା ନଇମ ଅଖତର ଅସୁସ୍ଥ , ହସ୍ପିଟାଲରେ ଭର୍ତ୍ତି

author img

By

Published : Jan 14, 2021, 9:56 PM IST

ଶ୍ରୀନଗର: ସିନିୟର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ନେତା ତଥା ପୂର୍ବତନ ମନ୍ତ୍ରୀ ନଇମ ଅଖତର ଅସୁସ୍ଥ । ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଖତର ଗତ 20 ଦିନ ଧରି ବିଧାୟକ ହଷ୍ଟେଲରେ ରହିଥିଲେ ହଠାତ ଗତରାତିରେ ଅସୁସ୍ଥାତ ଅନୁଭବ କରିଥିଲେ ।

ଇଟିଭି ଭାରତ ସହ ସାକ୍ଷାତକାରରେ ପିଡିପି ମୁଖପାତ୍ର ନଜମୁ ସାକିବ କହିଛନ୍ତି ଯେ ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ବରିଷ୍ଠ ନେତା ନଇମଙ୍କୁ ଖାଇବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେ ବର୍ତ୍ତମାନ ଭଲ ଅଛନ୍ତି କିନ୍ତୁ ଡାକ୍ତରୀ ତତ୍ତ୍ବାବଧାନରେ ରହିବେ ବୋଲି ସାକିବ କହିଛନ୍ତି। ଅଖତରଙ୍କ ଝିଅ ଶେହେର ଖାନୁମ କହିଛନ୍ତି ଯେ 40 ମିନିଟ ପର୍ଯ୍ୟନ୍ତ ସେ ଚେତାଶୂନ୍ୟ ହେବା ପରେ ତାଙ୍କ ପିତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନ ଫଳାଫଳ ପୂର୍ବରୁ ଡିସେମ୍ବର 21 ରେ ନାଏମ ଅଖତର, ସରତାଜ ମାଡନୀ ଏବଂ ମନସୁର ହୁସେନଙ୍କ ସମେତ ପିଡିପି ନେତାଙ୍କୁ ଜାମ୍ମୁ କାଶ୍ମୀର ପ୍ରଶାସନ ଗିରଫ କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.