ETV Bharat / bharat

Hijab Verdict: ଅତ୍ୟନ୍ତ ନୈରାଶ୍ୟଜନକ କହିଲେ ମେହବୁବା - ପିଡିପି ସଭାପତି ମେହବୁବା ମୁଫତି ଖବର

ପିଡିପି ସଭାପତି ମେହବୁବା ମୁଫତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ନୈରାଶ୍ୟଜନକ । ଏହା କେବଳ ଧର୍ମ ବିଷୟରେ ନୁହେଁ ସ୍ବାଧୀନତା ଚୟନ ବିଷୟ ସହିତ ଜଡିତ କହିଛନ୍ତି ମେହବୁବା । ଅଧିକ ପଢନ୍ତୁ

Hijab Verdict
Hijab Verdict
author img

By

Published : Mar 15, 2022, 1:53 PM IST

ଶ୍ରୀନଗର: ବହୁ ଚର୍ଚ୍ଚିତ ହିଜାବ ବିବାଦକୁ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।ଶିକ୍ଷାନୁଷ୍ଠାନମାନଙ୍କରେ ହିଜାବକୁ ଅନୁମତି ମିଳିନାହିଁ । ବିବାଦକୁ ନେଇ ସମସ୍ତ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ରାୟକୁ ନେଇ ଅନେକ ରାଜନେତା ପ୍ରତିକ୍ରିୟା ରଖିଛନ୍ତି । ପିଡିପି ସଭାପତି ମେହବୁବା ମୁଫତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ନୈରାଶ୍ୟଜନକ । ଏହା କେବଳ ଧର୍ମ ବିଷୟରେ ନୁହେଁ ସ୍ବାଧୀନତା ଚୟନ ବିଷୟ ସହିତ ଜଡିତ କହିଛନ୍ତି ମେହବୁବା ।

  • Karnataka HC’s decision to uphold the Hijab ban is deeply disappointing. On one hand we talk about empowering women yet we are denying them the right to a simple choice. Its isn’t just about religion but the freedom to choose.

    — Mehbooba Mufti (@MehboobaMufti) March 15, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ମେହବୁବା କହିଛନ୍ତି, ଗୋଟିଏ ପଟେ ଆମେ ମହିଳା ସଶକ୍ତିକରଣ କଥା କହୁଛେ ଅନ୍ୟପଟେ ସେମାନଙ୍କ ସାଧାରଣ ଚୟନ ଅଧିକାରରୁ ବାରଣ କରୁଛେ । ଏହା କେବଳ ଧର୍ମ ବିଷୟରେ ନୁହେଁ ସ୍ବାଧୀନତା ଚୟନ ବିଷୟ ସହିତ ଡଡିତ କହିଛନ୍ତି ପିଡିପି ସଭାପତି । ହିଜାବ ନିଷେଧାଦେଶ ରାୟ ଆସିବା ପରେ କେତେଜଣ ଏହାକୁ ସ୍ବାଗତ କରିଥିବାବେଳେ କେତେକ ଏହାକୁ ଗ୍ରହଣ କରିବାକୁ ଅମଙ୍ଗ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି ସମସ୍ତ ଶିକ୍ଷାନୁଷ୍ଠାନ କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରନ୍ତୁ ଏବଂ ଶାନ୍ତି ବଜାୟ ରଖନ୍ତୁ । ସମସ୍ତଙ୍କୁ ଅନୁରୋଧ କରୁଛି କୋର୍ଟଙ୍କ ନିର୍ଦ୍ଦେଶରେ ଯାଆନ୍ତୁ । ଛାତ୍ରଛାତ୍ରୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଲା ପାଠପଢିବା ତେଣୁ ସେମାନେ ଏକାଠୀ ହୋଇ ପାଠ ପଢନ୍ତୁ ବୋଲି କହିଛନ୍ତି ଯୋଶୀ ।

ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରାୟକୁ ସ୍ବାଗତ କରିଛନ୍ତି ଏବଂ ସମସ୍ତ ଛାତ୍ରାଛତ୍ରୀଙ୍କୁ ଶିକ୍ଷା ଉପରେ ଫୋକସ କରିବାକୁ କହିଛନ୍ତି । ସମସ୍ତଙ୍କୁ ସହଯୋଗ କରିବା ସହ କୋର୍ଟଙ୍କ ରାୟ ମାନିବାକୁ କହିଛନ୍ତି କର୍ଣ୍ଣାଟକ ସିଏମ ।

ପ୍ରକାଶ ଥାଉ କି, ଗତ ଜାନୁଆରୀରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଦେଖିବାକୁ ମିଳିଥିଲା । ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପିଥିଲା । ଅନେକ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଥିଲା । ଆଜି ବି କିଛି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ଆଜି ଏହି ବହୁଚର୍ଚ୍ଚିତ ମାମଲାର ଚୂଡାନ୍ତ ରାୟ ପ୍ରଦାନ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.