ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଦିବଂଗତ ପିତାଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, ଘେରିଲା ବିଜେପି

author img

By

Published : Feb 20, 2023, 10:58 PM IST

ପ୍ରଧାନମନ୍ତ୍ରୀଙ୍କ ଦିବଙ୍ଗତ ପିତାଙ୍କୁ ନେଇ ବରିଷ୍ଠ କଂଗ୍ରେସ ନେତା ପଓ୍ବନ ଖେଡାଙ୍କ ବିବାଦୀୟ ବୟାନ । ବର୍ଷିଲା ବିଜେପି । ଶାହ କହିଲେ ମନ୍ତବ୍ୟକୁ ନିନ୍ଦା କରୁଛି । 2024 ରେ ଦୂରବୀକ୍ଷଣ ଯନ୍ତ୍ରରେ ମଧ୍ୟ ଦେଖାଯିବନି କଂଗ୍ରେସ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଦିବଙ୍ଗତ ପିତାଙ୍କୁ ନେଇ ପଓ୍ବନ ଖେଡାଙ୍କ ବିବାଦୀୟ ବୟାନ, ଘେରିଲା ବିଜେପି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିବଙ୍ଗତ ପିତାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏବେ ଅଡୁଆରେ ବରିଷ୍ଠ କଂଗ୍ରେସ ନେତା ତଥା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଓ୍ବନ ଖେଡା । ଯାହାକୁ ନେଇ ଭାରତୀୟ ଜନତା ପାର୍ଟି କଂଗ୍ରେସ ଓ ଖେଡାଙ୍କ ଉପରେ ବର୍ଷିଛି । ଏକ ପ୍ରେସମିଟରେ ଆଦାନୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପୂର୍ଣ୍ଣ ନାମ କହି ତାଙ୍କ ପିତାଙ୍କ ଭୁଲ ନାମ କହିଥଲେ ପୱନ ଖେଡା । ପରେ ସେ ତ୍ରୁଟି ସଂଶୋଧନ କରିଥିବା ବେଳେ ପୁନର୍ବାର ମଧ୍ୟ ପରିହାସ କରିଥିଲେ । ଭାରତୀୟ ଜନତା ପାର୍ଟି କାହିଁକି ଯୁଗ୍ମ ସଂସଦୀୟ କମିଟି ଗଠନ କରିବାକୁ ଭୟ କରୁଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ବିଜେପି ଉଭୟ ଖେଡା ଓ କଂଗ୍ରେସକୁ କଡା ଟାର୍ଗେଟ କରିଛି ।

  • #WATCH | The language used by a Cong spox (Pawan Khera) for PM Modi today is not his statement,but a statement that's in accordance with Rahul Gandhi's nature. Rahul Gandhi used abusive language for PM Modi in 2019 & as a result Cong lost its Opposition status: Union HM Shah pic.twitter.com/vU7wPdnBes

    — ANI (@ANI) February 20, 2023 " class="align-text-top noRightClick twitterSection" data=" ">

ଗୃହମନ୍ତ୍ରୀ ଅମିତ ଶାହା ପୱନ ଖେଡାଙ୍କ ବୟାନ ପରେ ଶାଣିତ ଆକ୍ରମଣ କରିଛନ୍ତି । ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କେଉଁ ପ୍ରକାର ଭାଷା ବ୍ୟବହାର କରାଯାଇଛି, ଜନସାଧାରଣ ଏହାକୁ ଦେଖିଆସିଛନ୍ତି । ତେବେ କଂଗ୍ରେସ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ଏହା ପ୍ରଥମ ଘଟଣା ନୁହେଁ । ବିଜେପି ଅଭିଯୋଗ କରିଛି ଯେ ସାଧାରଣ ପୃଷ୍ଠଭୂମିରୁ ଆସିଥିବା ଜଣେ ବ୍ୟକ୍ତି କିପରି ଦେଶର ସର୍ବୋଚ୍ଚ ନିର୍ବାଚିତ ପଦବୀରେ ବସିପାରିବେ, ସେନେଇ କଂଗ୍ରେସରେ ସମସ୍ୟା ରହିଛି । ଯାହାକୁ କଂଗ୍ରେସ ବରଦାସ୍ତ କରିପାରୁନି ।

ସେହିପରି ଶାହ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି । 2024 ମସିହାରେ, ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଅନୁସନ୍ଧାନ କଲେ ମଧ୍ୟ କଂଗ୍ରେସ ଦଳ ଦୃଶ୍ୟମାନ ହେବ ନାହିଁ ବୋଲି ଶାହ କହିଛନ୍ତି । ଶିଳ୍ପପତି ଗୌତମ ଆଦାନୀ ଷ୍ଟକକ୍ରାସ ପ୍ରସଙ୍ଗ ନେଇ ବିଜେପି ସରକାରକୁ ସମାଲୋଚନା କରୁଥିବା ବେଳେ ଖେଡା ଏପରି ବୟାନ ଦେଇଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ପିତାଙ୍କ ଭୁଲ ନାମ କହିଥିଲେ ।

ଅମିତ ଶାହା କହିଛନ୍ତି ଯେ ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରାଯାଉଛି । ଦେଶର 80 କୋଟି ଲୋକଙ୍କ ଜୀବନ ଧାରଣରେ ପ୍ରଧାନମନ୍ତ୍ରୀ ପରିବର୍ତ୍ତନ ଆଣିପାରିଛନ୍ତି । ଦେଶର ସୁରକ୍ଷା ତଥା ବିକାଶକୁ ସୁନିଶ୍ଚିତ ମଧ୍ୟ କରିଛନ୍ତି । ଦେଶର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସେ ଏପରି ଭାଷାର ବ୍ୟବହାରକୁ କଡା ନିନ୍ଦା କରୁଛନ୍ତି ବୋଲି ଶାହ କହିଛନ୍ତି । ବିଭିନ୍ନ ସ୍ଥାନରେ ଖେଡାଙ୍କର ଏପରି ଉଚ୍ଚରଣକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ନିନ୍ଦା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.