ETV Bharat / bharat

Patra Chawl land scam case: 14 ଦିନ ବଢିଲା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅବଧି - ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲା

ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲା । ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅବଧି ବଢଲା । ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ଫସି ଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଆଶ୍ବସ୍ତି ମିଳିବା ସ୍ବପ୍ନ ହୋଇଛି । ବଢି ଚାଲିଛି ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅବଧି । ଅଧିକ ପଢନ୍ତୁ

atra Chawl land scam case
ବଢିଲା ସଞ୍ଜୟ ରାଓ୍ବତଙ୍କ ନ୍ୟାୟିକ ହେପାଜତ ଅବଧି
author img

By

Published : Nov 2, 2022, 8:24 PM IST

ମୁମ୍ବାଇ: ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲା (Patra Chawl land scam case)ରେ ଗିରଫ ହୋଇଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଆଶ୍ବସ୍ତି ମିଳିବା ସ୍ବପ୍ନ ହୋଇଛି । ଦିନକୁ ଦିନ ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅବଧି ବଢିବାରେ ଲାଗିଛି । ପିଏମଏଲଏ ଅଦାଲତ (Judicial custody of Sanjay Raut extended) । ଚଳିତ ମାସ 16 ତାରିଖ ପର୍ଯ୍ୟନ୍ତ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଛନ୍ତି । ଅଗଷ୍ଟ ପହିଲାରେ ଗିରଫ ହେବା ପରେ ରାଉତଙ୍କ ଜାମିନ ଖାରଜ ହେବା ସହ ନ୍ୟାୟିକ ହାଜତ ଅବଧି ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଛି । ଅକ୍ଟୋବର 10 ତାରିଖରେ ଶେଷ ଥର ପାଇଁ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ବୃଦ୍ଧି କରାଯାଇଥିଲା । ଆସନ୍ତା ନଭେମ୍ବର 9 ତାରିଖରେ ଜାମିନ ଆବେଦନର ଶୁଣାଣି କରିବେ ।

  • Money laundering case | Mumbai PMLA Court extends the judicial custody of Shiv Sena (Uddhav Thackeray) leader & MP, Sanjay Raut by 14 more days. pic.twitter.com/xvggQrhBz1

    — ANI (@ANI) November 2, 2022 " class="align-text-top noRightClick twitterSection" data=" ">

ଆଜି ବମ୍ବେ ସେସନ କୋର୍ଟ ଅଧୀନ ସ୍ବତନ୍ତ୍ର PMLA କୋର୍ଟରେ ହାଜର ହୋଇଥିଲେ ସଞ୍ଜୟ ରାଉତ । ଏହାପରେ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ଆଉ 14 ଦିନ ବୃଦ୍ଧି କରିଛନ୍ତି । ବହୁଚର୍ଚ୍ଚିତ ପାତ୍ର ଚାଲ ଲ୍ୟାଣ୍ଡ ସ୍କାମ ମାମଲାରେ ଏକାଧିକ ଥର ଜେରା ପରେ ଅଗଷ୍ଟ 1 ତାରିଖରେ ସଞ୍ଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ ପରେ ପ୍ରଥମ ପର୍ଯ୍ୟାୟରେ ଅଧିକ ଜେରା ପାଇଁ ତାଙ୍କୁ ପ୍ରଥମେ ଦୁଇ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ପଠାଯାଇଥିଲା । ପରେ ତାଙ୍କୁ ଅଗଷ୍ଟ ୯ରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅକ୍ଟୋବର 10ରେ 17 ଦିନ ପାଇଁ ଅବଧିକୁ ବୃଦ୍ଧି କରିଥିଲେ କୋର୍ଟ । ଏହାପରେ ପୁଣି 14 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ସଞ୍ଜୟ ରାଉତଙ୍କୁ ପଠାଇଛନ୍ତି କୋର୍ଟ ।

ଏହା ବି ପଢନ୍ତୁ...WhatsApp ଅପବ୍ୟବହାରକାରୀଙ୍କ ସଂଖ୍ୟା ବଢୁଛି: ସେପ୍ଟେମ୍ବରରେ 26 ଲକ୍ଷରୁ ଊର୍ଦ୍ଧ୍ବ ଆକାଉଣ୍ଟ ରଦ୍ଦ

ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ଗିରଫ ହେବା ପୂର୍ବରୁ ଜୁନ 28 ତାରିଖରେ 1 ହଜାର 34 କୋଟି ଟଙ୍କା ଅନିୟମିତା ମାମଲାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ସମନ ପାଇଥିଲେ ରାଉତ । ଗିରଫଦାରୀ ପୂର୍ବରୁ ତାଙ୍କ ବାସଭବନରେ ହୋଇଥିବା ଚଢାଉରେ ମାତ୍ର 11 ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଥିଲା ED । ପୂର୍ବରୁ ଏହି ମାମଲାରେ ଉଭୟ ରାଉତ ଦମ୍ପତିଙ୍କୁ ସମନ କରିବା ସହ ଏକାଧିକ ପର୍ଯ୍ୟାୟରେ କିଛି ସମ୍ପତ୍ତି ମଧ୍ୟ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.