ETV Bharat / bharat

ପାଟନା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ଛାତ୍ରୀଙ୍କ ଗୋଡ଼ ଧରି ଭୋଟ ମାଗୁଛନ୍ତି ପ୍ରାର୍ଥୀ - ପାଟନା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ

ବିହାରର ପାଟନା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ନେଇ ସରଗରମ ଛାତ୍ର ରାଜନୀତି । ଏଥିରେ ପପୁ ଯାଦବଙ୍କ ଦଳ JACPର ସଭାପତି ପ୍ରାର୍ଥୀ ଛାତ୍ରୀଙ୍କ ଗୋଡ଼ ଧରି ଭୋଟ ମାଗୁଥିବାର ଭିଡିଓ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ

ପାଟନା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ଛାତ୍ରୀଙ୍କ ଗୋଡ଼ ଧରି ଭୋଟ ମାଗୁଛନ୍ତି ପ୍ରାର୍ଥୀ

author img

By

Published : Nov 15, 2022, 7:03 AM IST

ପାଟନା: ବିହାରର ପାଟନା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିହାର ରାଜଧାନୀରେ ସରଗରମ ହୋଇଛି ଛାତ୍ର ରାଜନୀତି । ଏହି ସମୟରେ ପ୍ରାର୍ଥୀମାନଙ୍କର ଭୋଟ ମାଗିବାର କିଛି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ତେବେ ସଭାପତି ପଦ ପାଇଁ ଜନ ଅଧିକାର ଛାତ୍ର ପରିଷଦର (JACP) ପ୍ରାର୍ଥୀ ହୋଇଥିବା ଦିପଙ୍କର ପ୍ରକାଶଙ୍କର ଏଭଳି ଏକ କୌତୁହଳପୂର୍ଣ୍ଣ ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ଦିପଙ୍କର ପାଟନା ମହିଳା ମହାବିଦ୍ୟାଳୟର ଫାଟକ ନିକଟରେ କଲେଜରୁ ବାହାରୁଥିବା ଛାତ୍ରୀଙ୍କ ପାଦତଳେ ପଡ଼ି ହାତ ଯୋଡ଼ି ନିଜ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଛନ୍ତି ।

ପାଟନା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ଛାତ୍ରୀଙ୍କ ଗୋଡ଼ ଧରି ଭୋଟ ମାଗୁଛନ୍ତି ପ୍ରାର୍ଥୀ
ପାଟନା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ଛାତ୍ରୀଙ୍କ ଗୋଡ଼ ଧରି ଭୋଟ ମାଗୁଛନ୍ତି ପ୍ରାର୍ଥୀ

ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ JACP ପ୍ରାର୍ଥୀ ଦିପଙ୍କର ପ୍ରକାଶ ଚଟାଣରେ ଶୋଇ ଛାତ୍ରୀଙ୍କ ପାଦ ଛୁଇଁ ଭୋଟ ମାଗୁଛନ୍ତି । ଏହାସହ ଭୋଟରେ ବିଜୟୀ ହେଲେ ଅନେକ ବିକାଶମୂଳକ କାର୍ଯ୍ୟ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ଏହି ସମୟରେ ସେଠାରେ ଉପସ୍ଥିତ ଛାତ୍ରୀମାନେ ମଧ୍ୟ ହସୁଥିବା ଦେଖାଯାଉଛି । ତେବେ ଇଟିଭିରେ ନିଜର ପ୍ରତିକ୍ରିୟା ରଖି ଦିପଙ୍କର କହିଛନ୍ତି, "ମୋ ଘରେ ମଧ୍ୟ ମାଆ ଓ ଭଉଣୀ ଅଛନ୍ତି । ସେମାନେ ଦେବୀ ଦୁର୍ଗାଙ୍କର ସ୍ବରୂପ । ମୁଁ ସେମାନଙ୍କ ସମ୍ମାନ କରେ । ମୁଁ ବିଗତ ୫ ବର୍ଷରୁ ଛାତ୍ରଛାତ୍ରୀଙ୍କ ସହିତ ରହିଛି । ସେମାନଙ୍କର ବିଭିନ୍ନ ଦାବିକୁ ନେଇ ସ୍ବର ଉଠେଇଛି ।" ତେବେ ଛାତ୍ର ସଂସଦ ନିର୍ବାଚନରେ ଅନ୍ୟ ପ୍ରାର୍ଥୀମାନେ ଦାମି ଗାଡ଼ିରେ ବୁଲି ବିରିୟାନୀ ବାଣ୍ଟୁଥିବାବେଳେ ସେ ଏକ ଗରୀବ ଛାତ୍ର ହୋଇଥିବାରୁ ସମସ୍ତଙ୍କ ଗୋଡ଼ ହାତ ଧରି ଭୋଟ ମାଗୁଥିବା କହିଛନ୍ତି ।

ପାଟନା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ବର୍ତ୍ତମାନ ଜନ ଅଧିକାର ଛାତ୍ର ପରିଷଦ ଅଧିନରେ ରହିଛି । ଛାତ୍ର ସଂସଦର ସଭାପତି ମନୀଷ କୁମାର ଯାଦବ ମଧ୍ୟ ଦୀପଙ୍କର ପ୍ରକାଶଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ମନୀଷ ଇଟିଭି ଭାରତକୁ କହିଛନ୍ତି ଯେ, "ଯେତେବେଳେ ସେ ଛାତ୍ର ସଂଗଠନର ସଭାପତି ହୋଇଥିଲେ ସେତେବେଳେ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଯାଇଥିଲେ ଏବଂ ସର୍ବପ୍ରଥମେ ସେ ଛାତ୍ରୀଙ୍କ ପାଇଁ ହଷ୍ଟେଲ ଦାବି କରିଥିଲେ । ଯାହାପରେ ମଗଧ ମହିଳା ମହାବିଦ୍ୟାଳୟରେ ହଷ୍ଟେଲ କାର୍ଯ୍ୟ ଆରମ୍ଭ ହୋଇଥିଲା ।" ସେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ କାର୍ଯ୍ୟ କରାଯାଇଛି ଏବଂ ସେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ନେଇ ଛାତ୍ରଛାତ୍ରୀଙ୍କ ପାଖକୁ ଯିବା ସହିତ JACP ପ୍ରାର୍ଥୀ ଦୀପଙ୍କର ପ୍ରକାଶଙ୍କୁ ପୁଣି ଥରେ ଭୋଟ୍ ଦେବାକୁ ଅନୁରୋଧ କରାଯାଉଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.