ETV Bharat / bharat

Caste-Based Census: OBC ଗଣତି ଉପରେ ରୋକ ଲଗାଇଲେ ପାଟନା ହାଇକୋର୍ଟ, ପ୍ରଥମ ରାଜ୍ୟ ଭାବେ ଆରମ୍ଭ କରିଥିଲା ବିହାର

author img

By

Published : May 4, 2023, 3:04 PM IST

Updated : May 4, 2023, 3:35 PM IST

ଜାତିଭିତ୍ତିକ ଜନଗଣନା (ଓବିସି) ପ୍ରସଙ୍ଗରେ ବିହାର ନୀତିଶ ସରକାରଙ୍କୁ ବଡ ଝଟକା । ଅନ୍ତରୀଣ ସ୍ଥଗିତାଦେଶ ଜାରି କଲେ ପାଟନା ହାଇକୋର୍ଟ । ଜୁଲାଇ 3 ରେ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

Caste-based census: ରୋକ ଲଗାଇଲେ ପାଟନା ହାଇକୋର୍ଟ

ପାଟନା: ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିହାର ସରକାରଙ୍କୁ ବଡ ଝଟକା ଲାଗିଛି । ନୀତିଶ କୁମାର ସରକାର ଆରମ୍ଭ କରିଥିବା ଜାତିଭିତ୍ତିକ ଜନଗଣନା ଉପରେ ପାଟନା ହାଇକୋର୍ଟ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି । ପାଟନା ହାଇକୋର୍ଟଙ୍କ ରାୟକୁ ବିହାର ସରକାର ସୁପ୍ରିମକୋର୍ଟରେ ଚ୍ଯାଲେଞ୍ଜ କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି ।

ଆଜି (ଗୁରୁବାର) ନୀତିଶ ସରକାରଙ୍କର ଏହି ବହୁଚର୍ଚ୍ଚିତ ତଥା ବିବାଦୀୟ ଜାତିଗତ ଜନଗଣନା (OBC ଗଣନା) ନିଷ୍ପତ୍ତି ବିରୋଧରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି ପାଟନା ହାଇକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 3କୁ ଧାର୍ଯ୍ୟ କରିଛନ୍ତି କୋର୍ଟ । ଜାନୁଆରୀ ପ୍ରଥମ ସପ୍ତାହରୁ ବିହାରରେ ଏହି ଗଣନା ଜାରି ରହିଥିଲା । ଯାହାକି ମେ’ 7 ତାରିଖରେ ଶେଷ ହେବାର ଲକ୍ଷ୍ୟ ରଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :-ବଡ଼ ପଦକ୍ଷେପ ନେଲେ ବିହାର ସରକାର, ଆରମ୍ଭ ହେଲା ଜାତିଭିତ୍ତିକ ଜନଗଣନା

ନୀତିଶ କୁମାର ବିଜେପି ସମର୍ଥନରେ ସରକାରରେ ଥିବା ବେଳେ ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ସଙ୍କେତ ଦେଇସାରିଥିଲେ । ଏଥିପାଇଁ ସେ ପୂର୍ବରୁ ବିରୋଧୀଙ୍କ ସହଯୋଗ ମଧ୍ୟ ଲୋଡ଼ିଥିଲେ । ସର୍ବଦଳୀୟ ବୈଠକରେ ଏହି ପ୍ରସଙ୍ଗରେ ସହମତି ପ୍ରକାଶ ପାଇବା ପରେ ସରକାର ଗଣନା ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଚଳିତ ବର୍ଷ ଜାନୁଆରୀ 7 ତାରିଖରୁ ରାଜ୍ୟରେ ଏହି ବହୁଚର୍ଚ୍ଚିତ ଜାତିଭିତ୍ତିକ ଜନଗଣନା ଆରମ୍ଭ ମଧ୍ୟ ହୋଇଥିଲା । ପର୍ଯ୍ୟାୟକ୍ରମେ ରାଜ୍ୟରେ ଗଣନା ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ସରକାର ଏଥିପାଇଁ ପ୍ରାୟ 5 ଶହ କୋଟି ବ୍ୟୟ ବରାଦ ମଧ୍ୟ କରିଥିଲେ । ଜାନୁଆରୀ 7 ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣନା ମେ’ 31 ତାରିଖ ସୁଦ୍ଧା ଶେଷ କରିବାକୁ ବିହାର ସରକାର ଲକ୍ଷ୍ୟ ରଖିଥିଲେ । ହେଲେ ଏହାରି ମଧ୍ୟରେ ମାମଲା କୋର୍ଟରେ ପହଞ୍ଚିଥିଲା ।

ଜାତିଭିତ୍ତିକ ଜନଗଣନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିହାର ବିଧାନସଭାରେ 2018 ଏବଂ 2019ରେ ଏହା ସପକ୍ଷରେ ଦୁଇଟି ସଙ୍କଳ୍ପ ମଧ୍ୟ ପାରିତ ହୋଇଥିଲା । ଏହାପରେ 2022 ମସିହା ଜୁନ ମାସରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକରେ ଏହାକୁ ନେଇ ସମ୍ମତି ପ୍ରକାଶ ପାଇଥିଲା । ସର୍ବଦଳୀୟ ବୈଠକରେ ଏନେଇ ଗ୍ରୀନ୍‌ ସିଗ୍ନାଲ୍‌ ମିଳିବା ପରେ ରାଜ୍ୟରେ ଖୁବଶୀଘ୍ର ଜାତିଭତ୍ତିକ ଜନଗଣନା ନେଇ ପଥ ପରିଷ୍କାର ହୋଇଥିଲା । ଯାହା ବିଧିବଦ୍ଧ ଭାବେ ଜାନୁଆରୀ 7ରୁ ଆରମ୍ଭ ହୋଇଥିଲା । ତେବେ ମାମଲା କୋର୍ଟରେ ପହଞ୍ଚିବା ପରେ ଏଥିରେ ଏବେ ରୋକ୍‌ ଲାଗିଛି । ଜାତିଭିତ୍ତିକ ଜନଗଣନା ପାଇଁ ବ୍ୟାପକ ପ୍ରସ୍ତୁତି କରିଥିବା ନୀତିଶ ସରକାର ଏନେଇ ଆଇନଗତ ଲଢ଼େଇ ଲଢିବାକୁ ପ୍ରସ୍ତୁତ । ପାଟନା ହାଇକୋର୍ଟଙ୍କ ଏହି ଅନ୍ତରୀଣ ସ୍ଥଗିତାଦେଶକୁ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ସୂଚନା ମିଳିସାରିଲାଣି ।

1931 ମସିହାରେ ତେବେ ଦେଶରେ ପ୍ରଥମ ଜାତିଭିତ୍ତିକ ଜନଗଣନା କରାଯାଇଥିଲା, କିନ୍ତୁ ଏହା ପ୍ରକାଶିତ ହୋଇନଥିଲା । ସେତେବେଳେ ବ୍ରିଟିଶ ଶାସନରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟ ଭାରତ ଅଂଶ ଥିଲା । ସେତେବେଳେ ଦେଶର ମୋଟ ଜନସଂଖ୍ୟା ମାତ୍ର ପ୍ରାୟ 30 କୋଟି ଥିଲା । 1931 ଜନଗଣନା ଅନୁସାରେ ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଜନସଂଖ୍ୟା ପ୍ରାୟ 52 ପ୍ରତିଶତ ବୋଲି ଆକଳନ କରାଯାଇଥିଲା । ଏହାପରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର 2011ରେ ଏକ ସାମାଜିକ-ଅର୍ଥନୈତିକ ଏବଂ ଜାତିଗତ ଜନଗଣନା କରିଥିଲେ, କିନ୍ତୁ ଏଥିରେ ଜାତି ଆଧାରିତ ତଥ୍ୟ ପ୍ରକାଶ ପାଇନଥିଲା । ନିକଟରେ ମଧ୍ୟ ଦ୍ୱିତୀୟ ରାଜ୍ୟଭାବେ ଓଡିଶା ସରକାର ଓବିସି ଗଣତି ଆରମ୍ଭ କରିଛନ୍ତି । ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଏହି ଗଣତି ଚାଲିବ । ଏହା ଚଳିତ ମାସ ମେ’ ପହିଲାରୁ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2023, 3:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.