ETV Bharat / bharat

ମଝି ଆକାଶରେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Jun 19, 2022, 1:18 PM IST

Updated : Jun 19, 2022, 1:40 PM IST

ଅଚାନକ ଜଳିଲା ଯାତ୍ରୀବାହୀ ସ୍ପାଇସଜେଟ ବିମାନ । ମଝି ଆକାଶରେ ବିମାନରେ ଲାଗିଲା ନିଆଁ । ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି । ଅଧିକ ପଢନ୍ତୁ

ମଝି ଆକାଶରେ ବିମାନରେ ଅଗ୍ନିକାଣ୍ଡ
ମଝି ଆକାଶରେ ବିମାନରେ ଅଗ୍ନିକାଣ୍ଡ

ପାଟନା: ଅଚନାକ ଜଳିଲା ଯାତ୍ରୀବାହୀ ସ୍ପାଇସଜେଟ ବିମାନ । ମଝି ଆକାଶରେ ବିମାନରେ ଲାଗିଲା ନିଆଁ। ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି । ପାଟନା ବିମାନ ବନ୍ଦରରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି । ବିହଟା ଏୟାରଫୋର୍ସ ଷ୍ଟେସନରେ ଜରୁରୀ ଅବତରଣ କରିଛି ବିମାନ । ତେବେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବିମାନରେ 185 ଯାତ୍ରୀ ଥିଲେ ।

  • #WATCH Delhi bound SpiceJet flight returns to Patna airport after reporting technical glitch which prompted fire in the aircraft; All passengers safely rescued pic.twitter.com/Vvsvq5yeVJ

    — ANI (@ANI) June 19, 2022 " class="align-text-top noRightClick twitterSection" data=" ">

ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ସ୍ପାଇସଜେଟ୍ ବିମାନ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଏହାର ଗୋଟିଏ ଡେଣାରେ ନିଆଁ ଲାଗିଯାଇଥିଲା । ଫଳରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ବିମାନଟି ପାଟନାର ଜୟପ୍ରକାଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ୧୧ଟା ୫୫ରେ ଉଡାଣ ଭରିଥିଲା। ଟେକ ଅଫର କିଛି ସମୟ ଭିତରେ ନିଆଁ ଲାଗିଥିଲା । ଇଞ୍ଜିନ ସମସ୍ୟା ପାଇଁ ନିଆଁ ଲାଗିଥିବା ଜଣାପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି ବିମାନରେ ନିଆଁ ଲାଗିବା ସ୍ଥାନୀୟ ଲୋକ ଦେଖିଥିଲେ । ଏହାପରେ ପୋଲିସ ଓ ପ୍ରଶାସନକୁ ଖବର ଦେଇଥିଲେ । ଏହାପରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା । ଇଞ୍ଜିନିୟରିଂ ଦଳ ତଦନ୍ତ ଜାରି ରଖିଥିବା କହିଛନ୍ତି ପାଟନା ଡିଏମ ଚନ୍ଦ୍ରଶେଖର ସିଂହ ।

Last Updated : Jun 19, 2022, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.