ETV Bharat / bharat

ପାୱାରକଟ୍‌ ପରେ ଚାଲିଲାନି ଜେନେରେଟର: ଅକ୍ସିଜେନ ଅଭାବରୁ ରୋଗୀ ମୃତ, ଧାରଣାରେ ପରିବାର

author img

By

Published : Oct 30, 2022, 8:42 AM IST

ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାର ଡୁମରି ହସ୍ପିଟାଲରେ ପାୱାରକଟ୍‌ ପରେ ଚାଲିଲାନି ଜେନେରେଟର । ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପାୱାରକଟ୍‌ ପରେ ଚାଲିଲାନି ଜେନେରେଟର, ଅକ୍ସିଜେନ ଅଭାବରୁ ରୋଗୀ ମୃତ

ରାଞ୍ଚି: ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାର ଡୁମରି ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିଛି (Patient died in referral hospital dumri) । ରୋଗୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ହସ୍ପିଟାଲରେ ପାୱାରକଟ୍‌ ହେବା ପରେ ଜେନେରେଟର ଚାଲିନଥିଲା । ଫଳରେ ଅକ୍ସିଜେନ ରୋଗୀଙ୍କୁ ସଠିକ ସମୟରେ ନ ମିଳିବା ସହିତ ଡାକ୍ତରଙ୍କ ଅବହେଳା କାରଣରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି (Doctors accused of negligence) । ଅବହେଳା ପାଇଁ ଦାୟୀ ଥିବା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାର ସମେତ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଧାରଣାରେ ବସିଛନ୍ତି ।

କଣ ପୁରା ଘଟଣା ?

ମୃତ ଟୁକୱାନଙ୍କ ପୁଅ ଟେକଲାଲ ମେହତାଙ୍କ କହିବାନୁସାରେ ହଠାତ ତାଙ୍କ ପିତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ଏହା ପରେ ସେମାନେ ତାଙ୍କୁ ଚିକିତ୍ସା ପାଇଁ ଏହି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ କୌଣସି ଡାକ୍ତର ନଥିଲେ । ପ୍ରାୟ ୧୫ ମିନିଟ୍ ପରେ ଜଣେ ଡାକ୍ତର ଆସି ତାଙ୍କର ଚିକିତ୍ସା ଆରମ୍ଭ କଲେ । ଏହା ପରେ ତାଙ୍କ ପିତାଙ୍କୁ ଅନ୍ୟ ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା । ତାଙ୍କୁ ଶ୍ବାସକ୍ରିୟାରେ ଅସୁବିଧା ହେଉଥିଲା ।

ଏହା ବି ପଢନ୍ତୁ- ଏହି ରାଜ୍ୟରେ ଆସିବ ୟୁନିଫର୍ମ ସିଭିଲ କୋର୍ଡ ! କ୍ୟାବିନେଟରେ କମିଟ ଗଠନ ନେଇ ନିଷ୍ପତ୍ତି

ଏହା ପରେ ତାଙ୍କ ପିତାଙ୍କୁ ଅମ୍ଳଜାନ କୃତ୍ରିମ ଉପାୟରେ ଦିଆଯାଇଥିଲା । ମାତ୍ର ଠିକ ଏହି ସମୟରେ ପାୱାରକଟ୍‌ ଯୋଗୁଁ କନ୍ସେଣ୍ଟ୍ରେଟର ବନ୍ଦ ହୋଇଯାଇଥିଲା । ସେତେବେଳେ ଡାକ୍ତରଖାନାର ଜେନେରେଟର ଚଳାଇବାକୁ କୁହାଗଲା । ଏଥିରେ ଡିଜେଲ ନାହିଁ ବୋଲି କୁହାଯାଇଥିଲା ଏବଂ ଡିଜେଲ ଭର୍ତ୍ତି କରି ବିଦ୍ୟୁତ ଆସିବାକୁ କିଛି ସମୟ ଲାଗିଥିଲା । ସ୍ଥିତି ସ୍ବାଭାବିକ ହୋଇ ତାଙ୍କ ପିତାଙ୍କୁ ଅକ୍ସିଜେନ ଦେବା ବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା ।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା

ଏ ନେଇ ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି ଅମ୍ଳଜାନକୁ ସିଲିଣ୍ଡରରେ ରଖାଯାଏ । ରୋଗୀମାନେ ଚିକିତ୍ସିତ ହେଉଥିବାରୁ ଅମ୍ଳଜାନ ସିଲିଣ୍ଡର ଖାଲି ହୋଇଯାଏ । ଯେତେବେଳେ ଏହି ଘଟଣା ଘଟିଲା, ସିଲିଣ୍ଡରରେ କିଛି ଅମ୍ଳଜାନ ଥିଲା କିନ୍ତୁ କନ୍ସେଣ୍ଟ୍ରେଟର ସ୍ଥାପନ କରିବା ସହଜ, ଏଣୁ ଏଥିରୁ ତାଙ୍କୁ ଅମ୍ଳଜାନ ଦିଆଯାଉଥିଲା । ଜେନେରେଟରରେ ଡିଜେଲ ନ ଥିଲା । ଡିଜେଲ ଭର୍ତ୍ତି କରିବା ପାଇଁ ୧୦ ମିନିଟ ସମୟ ଲାଗିଥିଲା । ଏହି ସମୟରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା । ଏଥିଲାଗି ହସ୍ପିଟାଲ କର୍ତ୍ତୃପକ୍ଷକୁ ପରିବାର ଦାୟୀ କରିଛନ୍ତି । ହସ୍ପିଟାଲ ପରିସରରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ପରିବାର ଧାରଣା ଦେବା ସହ ଏହି ଅବହେଳା ପାଇଁ ଦାୟୀ ଥିବା କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.