ETV Bharat / bharat

ପାକିସ୍ତାନକୁ ପଠାଉଥିଲେ ସୁରକ୍ଷା ସମ୍ପର୍କିତ ଗୁପ୍ତ ସୂଚନା, ଯୁବକଙ୍କୁ ବାନ୍ଧିଲା ପଞ୍ଜାବ ପୋଲିସ - ପଠାନକୋଟ ପୋଲିସ

ପାକିସ୍ତାନକୁ ସୁରକ୍ଷା ସମ୍ପର୍କିତ ଗୁପ୍ତ ସୂଚନା ଦେବା ଅଭିଯୋଗରେ ଜଣଙ୍କୁ ଗିରଫ କଲା ପଞ୍ଜାବ ପଠାନକୋଟ ପୋଲିସ ପୋଲିସ । ସୋସିଆଲ ମିଡିଆରେ ତଥ୍ୟ ଦେଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି ପୋଲିସ । ଅଧିକ ପଢନ୍ତୁ

ପାକିସ୍ତାନକୁ ଗୁପ୍ତ ସୂଚନା ଦେଉଥିଲା ଯୁବକ, ବାନ୍ଧିଲା ପଠାନକୋଟ ପୋଲିସ

author img

By

Published : May 3, 2022, 8:12 PM IST

ଚଣ୍ଡିଗଡ: ପାକିସ୍ତାନକୁ ଭାରତୀୟ ସୀମା ସମ୍ପର୍କିତ ଗୁପ୍ତ ତଥ୍ୟ ପ୍ରେରଣ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପଞ୍ଜାବ ପଠାନକୋଟ ପୋଲିସ । ସୋସିଆଲ ମିଡିଆ ମାଧ୍ୟମରେ ସମ୍ପୃକ୍ତ ଯୁବକଜଣଙ୍କ ଏହି ସବୁ ତଥ୍ୟ ପାକିସ୍ତାନର କିଛି ସଂସ୍ଥାକୁ ପଠାଇଥିବା ପୋଲିସ ଜାଣିବାକୁ ପାଇବା ପରେ ତାକୁ ଗିରଫ କରାଯାଇଛି ।

ଗିରଫ ସନ୍ଦିଗ୍ଧ ଗୁପ୍ତଚର ବିରୋଧରେ ଆର୍ମ ଆକ୍ଟ ଓ ଏନଡିପିଏସ୍ ଆକ୍ଟ ଅନୁସାରେ ମାମଲା ରୁଜୁ କରିବା ସହ ପଚରା ଉଚରା ଜାରି ରଖିଛି ପୋଲିସ । ତେବେ ଯୁବକଜଣଙ୍କ ପରିଚୟ ମଧ୍ୟ ସ୍ପଷ୍ଟ କରାଯାଇନାହିଁ । କେବେ ଠାରୁ ଏହି ଯୁବକଜଣଙ୍କ ପାକିସ୍ତାନକୁ ଏପରି ତଥ୍ୟ ଯୋଗାଇ ଆସୁଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.