ETV Bharat / bharat

ଟଳିଲା ପଠାନକୋଟ ଆକ୍ରମଣର ମାଷ୍ଟର ମାଇଣ୍ଡ, ଭାରତର ଥିଲା ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ

author img

By ETV Bharat Odisha Team

Published : Oct 11, 2023, 2:27 PM IST

ଭାରତର ମୋଷ୍ଟ ଓ୍ବାଣ୍ଡେଡ୍‌ ଆତଙ୍କବାଦୀ ତଥା ପାକିସ୍ତାନରେ ଜୈଶ-ଏ-ମହମ୍ମଦ ସଂଗଠନର କୁଖ୍ୟାତ ଆତଙ୍କବାଦୀ ଶାହିଦ ଲତିଫକୁ ଟଳାଇଛି । ପାକିସ୍ତାନର ସିଆଲକୋଟ୍‌ଠାରେ ଏକ ମସଜିଦ ସାମ୍ନାରେ ତାକୁ ଗୁଳି କରି ହତ୍ୟା କରାଯାଇଛି । ଆଗକୁ ପଢନ୍ତୁ

ପଠାନକୋଟ ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଗୁଳିକରି ହତ୍ୟା, ଭାରତର ଥିଲା ମୋଷ୍ଟ ଓ୍ବାଣ୍ଡେଡ ଆତଙ୍କବାଦୀ

ଇସଲାମାବାଦ: ଭାରତର ମୋଷ୍ଟ ଓ୍ବାଣ୍ଡେଡ ଆତଙ୍କବାଦୀ ତଥା ପାକିସ୍ତାନରେ ଜୈଶ-ଏ-ମହମ୍ମଦ ସଂଗଠନର କୁଖ୍ୟାତ ଆତଙ୍କବାଦୀ ଶାହିଦ ଲତିଫକୁ ହତ୍ୟା । ପାକିସ୍ତାନର ସିଆଲକୋଟଠାରେ ଏକ ମସଜିଦ ସାମ୍ନାରେ ତାକୁ ଗୁଳି କରି ହତ୍ୟା କରାଯାଇଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଶାହିଦ ଲତିଫ । ଭାରତରେ ହୋଇଥିବା ଅନେକ ଆତଙ୍କୀ ହାମଲାରେ ମଧ୍ୟ ତାର ହାତ ରହିଥିଲା । ଯେଉଁଥିପାଇଁ ତା ବିରୋଧରେ ଭାରତର ବେଆଇନ କାର୍ଯ୍ୟକଳାପ ବିରୋଧ ଆଇନ(UAPA) ଲାଗୁ ହେବା ସହ ଭାରତ ସରକାରଙ୍କ ଦ୍ବାରା ଆତଙ୍କବାଦୀ ଘୋଷଣା ହୋଇଥିଲା ।

ଏହାମଧ୍ୟ ପଢନ୍ତୁ..ମୋଷ୍ଟ ଓ୍ବାଣ୍ଟେଡ୍ ଶାହନବାଜ ଗିରଫ, ଦିଲ୍ଲୀରେ ବଡ ଆତଙ୍କୀ ଆକ୍ରମଣର କରୁଥିଲା ଯୋଜନା

ସୂଚନା ଅନୁଯାୟୀ, ଆଜି(ବୁଧବାର) ଶାହିଦ ଲତିଫ ପାକିସ୍ତାନର ପଞ୍ଜାବ ରାଜ୍ୟର ସିଆଲକୋଟଠାରେ ଥିବା ଏକ ମସଜିଦରେ ନମାଜ ପାଠ କରି ଫେରୁଥିବା ବେଳେ ମସଜିଦ ସାମ୍ନାରେ ଏହି ଆକ୍ରମଣ ହୋଇଥିଲା । ଗୋଟିଏ ମୋଟର ସାଇକେଲରେ 3 ଜଣ ଆତତାୟୀ ଆସି ମସଜିଦ ସାମ୍ନାରେ ଶାହିଦ ଓ ତାର 2 ସହଯୋଗୀଙ୍କ ଉପରେ ଅତର୍କିତ ଭାବେ ଆଖିବୁଜା ଗୁଳି ଚଳାଇଥିଲେ । ଶାହିଦ ଓ ଅନ୍ୟ ଏକ ସହଯୋଗୀର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ସହଯୋଗୀ ଆହତ ହୋଇଛି । ଅନ୍ୟପଟେ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି ।

ତେବେ 41 ବର୍ଷୀୟ ଶାହିଦ ଲତିଫ ଭାରତରେ ଅନେକ ଆତଙ୍କୀ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ଥିଲା । ପାକିସ୍ତାନରେ ରହି ଆତଙ୍କୀ ସିଣ୍ଡିକେଟ୍‌ ଚଳାଉଥିଲା । ତେବେ 2016ରେ ପଠାନକୋଟରେ ହୋଇଥିବା ଆତଙ୍କୀ ହାମଲାର ମାଷ୍ଟରମାଇଣ୍ଡ ଥିଲା ଶାହିଦ । ପାକିସ୍ତାନରେ ରହି ଏହି ଆକ୍ରମଣକୁ ପରିଚାଳିତ କରିଥିଲା । ସେହିଭଳି 1999ରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଅପହରଣ ଘଟଣାରେ ମଧ୍ୟ ତାର ସମ୍ପୃକ୍ତି ରହିଥିଲା । ତେବେ 1994ରେ ଶାହିତ UAPA ଅନୁଯାୟୀ ଭାରତରେ ଗିରଫ ହୋଇଥିଲା। 2010ରେ ଜେଲ୍‌ ଅବଧି ସରିବା ପରେ ଜେଲ୍‌ରୁ ବାହାରିଥିଲା । ପରେ ପାକିସ୍ତାନ ଯାଇ ଆତଙ୍କୀ କାର୍ଯ୍ୟ ଜାରି ରଖିଥିଲା ।

ଏହାମଧ୍ୟ ପଢନ୍ତୁ..Hamas-Like Attacks: ଭାରତରେ ହମାସ ପରି ଆକ୍ରମଣ କରିବାକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁନ

ପଠାନକୋଟ ଆକ୍ରମଣ ମାମଲା କଣ:

2016 ମସିହା ଜାନୁଆରୀ 2 ତାରିଖରେ ଭାରତୀୟ ବାୟୁସେନା ଅଧିନରେ ଥିବା ପଠାନକୋଟ ଏୟାରବେସ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଭାରତୀୟ ସେନା ପୋଷାକ ପିନ୍ଧି ସୁରକ୍ଷା କର୍ମୀ ବେଶରେ ଆସି ଆକ୍ରମଣ କରିଥିଲା ଆତଙ୍କବାଦୀ । ଏହି ଆକ୍ରମଣରେ 3ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବେଳେ 5 ଜଣ ଆତଙ୍କବାଦଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଆତଙ୍କୀ ସଂଗଠନ ଜୈଶ ଇ ମହମ୍ମଦ । ଏହି ପୁରା ଆକ୍ରମଣ ଶାହିଦ ଲତିଫ ଦ୍ବାରା ପରିଚାଳିତ ହୋଇଥିଲା । ପାକିସ୍ତାନରେ ରହି ଏହି ହାମଲା କରିଥିଲା ଶାହିଦ ଲତିଫ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.