ETV Bharat / bharat

Pathaan Row: ଇଣ୍ଟରନେଟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିକୃତ ଫଟୋ, ମାମଲା ରୁଜୁ - ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିକୃତ ଫଟୋ ଭାଇରାଲ

ଇଣ୍ଟରନେଟରେ ଭାଇରାଲ ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିକୃତ ଫଟୋ । ସାଇବର ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିକୃତ ଫଟୋ
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିକୃତ ଫଟୋ
author img

By

Published : Dec 20, 2022, 8:53 AM IST

ଲକ୍ଷ୍ନୌ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ପଠାନ ଫିଲ୍ମକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହି ଫିଲ୍ମରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ପୋଷାକ ଓ ବେଶରମ ରଙ୍ଗ ଗୀତକୁ ବିରୋଧ କରାଯାଉଛି । ଏହି ବିବାଦ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବିକୃତ ଫଟୋ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି(Yogi Adityanath's Morphed Picture) । ପଠାନରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ପୋଷାକ ବେଶରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସଜାଯାଇଛି । ଦୀପିକାଙ୍କ ମୁହଁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ଏଡିଟ୍ କରାଯାଇଥିବା ଫଟୋରେ ଦେଖାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ବିକୃତ ଫଟୋକୁ ଟ୍ବିଟରରେ ପୋଷ୍ଟ କରାଯାଇଛି । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ସମ୍ପୃକ୍ତ ଟ୍ବିଟର ହ୍ୟାଣ୍ଡେଲ @AzaarSRK_ ବିରୁଦ୍ଧରେ ଲକ୍ଷ୍ନୌ ସାଇବର ଥାନାରେ ମାମଲା ରୁଜୁ ହୋଇଛି । ସେହିପରି ଏହି ଫଟୋକୁ ଟ୍ବିଟ୍ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ନେତା ସୌରଭ ମୋରୋଡିଆ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Why watch Pathaan ? ଏପରି ଉତ୍ତର ଦେଲେ କିଙ୍ଗ ଖାନ

ପ୍ରକାଶଥାଉ କି, ପଠାନ ଫିଲ୍ମର ବେଶରମ୍ ରଙ୍ଗ ଗୀତ ରିଲିଜ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହାର ଦୁଇ ଦିନ ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା(Home Minister Narottam Mishra) ଏହି ଗୀତରେ ଅଭିନେତ୍ରୀ ଦୀପିକା ପିନ୍ଧିଥିବା ପୋଷାକ ଉପରେ ଆପତ୍ତି ଉଠାଇଥିଲେ । ଉକ୍ତ ପୋଷାକକୁ ସେ ଆପତ୍ତିଜନକ କହିବା ସହ ଗୀତଟି ଖରାପ ମାନସିକତାକୁ ଦର୍ଶାଉଛି ବୋଲି କହିଥିଲେ । ଏହାସହିତ ଗୀତକୁ ନବଦାଳାଇଲେ ରାଜ୍ୟରେ ଫିଲ୍ମ ରିଲିଜ କରାଇ ଦିଆଯିବ ନାହିଁ ବୋଲି କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.