ETV Bharat / bharat

ଯାନ୍ତ୍ରୀକ ତ୍ରୁଟି, ବିମାନରେ ସାଢେ 7 ଘଣ୍ଟା ଫସି ରହିଲେ ଯାତ୍ରୀ - ଏୟାର ଇଣ୍ଡିଆ ବିମାନ

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି । ଉଡାଣ ହେବା ପୂର୍ବରୁ ବିମାନରେ ଘଣ୍ଟା ଘଣ୍ଟା ଧରି ଫସି ରହିଲେ ଯାତ୍ରୀ । ଅଧିକ ପଢନ୍ତୁ

fault in air india flight
fault in air india flight
author img

By

Published : May 26, 2023, 8:37 AM IST

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିଲ୍ଲୀରୁ ବ୍ୟାଙ୍କକକୁ ଉଡାଣ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି । ଉଡାଣ ପୂର୍ବରୁ ବିମାନ ମଧ୍ୟରେ ସାଢେ 7 ଘଣ୍ଟା ଫସି ରହିଲେ ଯାତ୍ରୀ । ବିମାନ ଉଡାଣରେ ବିଳମ୍ବ ସହ ଯାତ୍ରୀଙ୍କୁ ଖାଦ୍ୟ ଓ ପାନୀୟ ମଧ୍ୟ ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ଯାତ୍ରୀ । ପ୍ରାୟ 300 ଯାତ୍ରୀ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ କ୍ଷମା ମାଗିଲା ଏୟାର ଇଣ୍ଡିଆ ।

ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ବିମାନ ନମ୍ବର AI-332 ଗତକାଲି(ଗୁରୁବାର) ମଧ୍ୟାହ୍ନ 1.58ରେ ଦିଲ୍ଲୀରୁ ବ୍ୟାଙ୍କକକୁ ଉଡାଣ କରିବାର ଥିଲା । ଉଡାଣ ସମୟ ପୂର୍ବରୁ ସମସ୍ତ ବିମାନ ଯାତ୍ରୀ ଠିକ୍ ସମୟରେ ବିମାନରେ ଚଢିଥିଲେ । କିନ୍ତୁ ବିମାନ ବିଳମ୍ବରେ ଉଡାଣ କରିବା ନେଇ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ ତରଫରୁ କୁହାଯାଇଥିଲା । କିନ୍ତୁ କିଛି ସମୟ ପରେ ଉଡାଣ ଆରମ୍ଭ ନେଇ ବାରମ୍ବାର କୁହାଯାଇଥିଲେ ମଧ୍ୟ ସାଢେ 7 ଘଣ୍ଟା ପର୍ଯ୍ୟନ୍ତ ବିମାନ ଉଡାଣ ଭରିନଥିଲା । ଯାତ୍ରୀ ମାନଙ୍କୁ ବାହାରକୁ ଯିବାକୁ ଅନୁମତି ମଧ୍ୟ ଦିଆଯାଇନଥିଲା । ଯାହାକୁ ନେଇ ଯାତ୍ରୀ ମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାପରେ ଯାତ୍ରୀ ମାନେ ଟ୍ବିଟରରେ ଟାଟା କମ୍ପାନୀ ଏବଂ ଏୟାର ଇଣ୍ଡିଆକୁ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-କାଳ ହେଲା ଲୁଚକାଳି ଖେଳ: କାରରେ ଲୁଚିଥିବା 4 ବର୍ଷୀୟା ଶିଶୁ କନ୍ୟାର ଚାଲିଗଲା ଜୀବନ

ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି, ଏୟାର ଇଣ୍ଡିଆ ବିମାନ ନମ୍ବର -332 ବିମାନ ଦିଲ୍ଲୀରୁ ବ୍ୟାଙ୍କକ ଉଡାଣ କରିବାର ଥିଲା । ମୋ ଭଉଣୀ ଏହି ବିମାନରେ 4 ଘଣ୍ଟା ହେଲା ଫସି ରହିଛି । କିନ୍ତୁ ଏହି ସମୟ ତାରୁ ଖାଦ୍ୟ କିମ୍ବା ଜଳ ଦିଆଯାଉ ନାହିଁ । ଏହା କଣ ମାନବିକତା କି ବୋଲି ପ୍ରଶ୍ନ କରିଥିଲେ ଯାତ୍ରୀଙ୍କ ଭାଇ । ଏହା ପରେ ଏୟାର ଇଣ୍ଡିଆ ଟ୍ୱିଟର ଏହାର ଜବାବ ଦେଇ ଲେଖିଛି ଯେ ବିମାନ ଉଡାଣରେ ବିଳମ୍ବ ହେତୁ ଆମେ କ୍ଷମା ପ୍ରାର୍ଥନା କରୁଛୁ ।

ଏୟାର ଇଣ୍ଡିଆ ଟ୍ବିଟ କରି କହିଥିଲା, AI-332 ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ରହିଛି । ଯେଉଁ କାରଣରୁ ବିମାନ ଉଡ଼ାଣରେ ଅସୁବିଧା ହେଉଛି । ଏୟାର ଇଣ୍ଡିଆର କର୍ମଚାରୀମାନେ ଟେକ୍ନିକାଲ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଖୁବଶୀଘ୍ର ବିମାନ ଉଡାଣ ଆରମ୍ଭ କରିବ । ଯାତ୍ରୀଙ୍କୁ ମଧ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାନ୍ତ୍ରିକ ତ୍ରୁଟି ଦୂର ହେବା ପରେ ବିମାନ ଉଡାଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.