ETV Bharat / bharat

ମଝି ଆକାଶରେ ଉଡୁଥିଲା ବିମାନ, ଯାତ୍ରୀଙ୍କ ଫୋନରେ ଲାଗିଲା ନିଆଁ

author img

By

Published : Apr 15, 2022, 9:26 AM IST

ଇଣ୍ଡିଗୋର ୬E ୨୦୩୭ ବିମାନ ସକାଳ ସମୟରେ ଡିବ୍ରୁଗଡରୁ ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିଥିବା ସମୟରେ ଯାତ୍ରୀଙ୍କ ଫୋନରେ ଲାଗିଲା ନିଆଁ । କେହି ଆହତ ହୋଇନଥିବା ସୂଚନା । ଅଧିକ ପଢନ୍ତୁ

ମଝି ଆକାଶରେ ଉଡୁଥିଲା ବିମାନ, ଯାତ୍ରୀଙ୍କ ଫୋନରେ ଲାଗିଲା ନିଆଁ
ମଝି ଆକାଶରେ ଉଡୁଥିଲା ବିମାନ, ଯାତ୍ରୀଙ୍କ ଫୋନରେ ଲାଗିଲା ନିଆଁ

ଗୌହାଟୀ: ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କ ଫୋନରେ ଲାଗିଲା ନିଆଁ । କେହି ଯାତ୍ରୀ ଆହତ ହୋଇନଥିବା ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ତରଫରୁ ସୂଚନା । ଗତକାଲି ଆସାମରୁ ଡିବ୍ରୁଗଡରୁ ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିଥିବା ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଥିବା DGCA ଅଧିକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଏୟାର ହୋଷ୍ଟେସଙ୍କୁ ଦୁର୍ବ୍ୟବହାର କରି 3 ଯାତ୍ରୀ ଗିରଫ

ସୂଚନାଅନୁଯାୟୀ, ଗତକାଲି ଇଣ୍ଡିଗୋର ୬E ୨୦୩୭ ବିମାନ ସକାଳ ସମୟରେ ଡିବ୍ରୁଗଡରୁ ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ଏହି ସମୟରେ ହଠାତ ଜଣେ ଯାତ୍ରୀଙ୍କ ଫୋନ ସ୍ପାର୍କ ହେବା ସହ ଧୂଆଁ ବାହାରୁଥିବା ବିମାନର ଜଣେ କର୍ମଚାରୀ ଦେଖିଥିଲେ । ଏହାପରେ ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ବାରା ନିଆଁକୁ ଆୟତ୍ତକୁ ଆଣିଥିଲେ ଏହି ଘଟଣାରେ କୌଣସି ଯାତ୍ରୀ ଓ ବିମାନ କର୍ମଚାରୀଙ୍କ କ୍ଷତି ହୋଇନଥିବା DGCA (Directorate General of Civil Aviation) ଅଧିକାରୀ ସୂଚନା ଦେଇଛନ୍ତି । ଏହାପରେ ବିମାନଟି ଦିନ ୧୨.୪୫ ମିନିଟରେ ଦିଲ୍ଲୀରେ ଅବତରଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.