ETV Bharat / bharat

ଟ୍ରେନରେ ନିଆଁ ଲାଗିଥିବା ଗୁଜବ, ନଦୀକୁ ଡେଇଁଲେ ଯାତ୍ରୀ !

author img

By

Published : Jul 23, 2023, 10:53 PM IST

ଟ୍ରେନରେ ନିଆଁ ଲାଗିବା ଘଟଣା ଶୁଣି ଡରିଗଲେ ଯାତ୍ରୀ । ବାଣଗଙ୍ଗା ନଦୀ ଉପରେ ଅଟକିଲା ଟ୍ରେନ । ଟ୍ରେନଛାଡି ଦୌଡିଲେ ଯାତ୍ରୀ । ଅଧିକ ପଢନ୍ତୁ

ଟ୍ରେନରେ ନିଆଁ ଲାଗିଥିବା ଗୁଜବ
ଟ୍ରେନରେ ନିଆଁ ଲାଗିଥିବା ଗୁଜବ

ଡେରାଡୁନ: ଦିନକୁ ଦିନ ଟ୍ରେନ ଦୁର୍ଘଟଣା ଖବର ବଢିବାରେ ଲାଗିଛି । ପ୍ରତିଦିନ ଟିଭି, ସୋସିଆଲ ମିଡିଆ ସାଇଟରେ ଏଭଳି ନ୍ୟୁଜ ଦେଖି ଟ୍ରେନରେ ଯାତ୍ରା କରୁଥିବା ଲୋକେ ଭୟଭୀତ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଉତ୍ତରାଖଣ୍ଡରେ ଏକ ଯାତ୍ରୀବାହୀ ଟ୍ରେନରେ ନିଆଁ ଲାଗିବା ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଏହାପରେ ଯାତ୍ରୀମାନେ କିଛି ନଭାବି ନଚିନ୍ତି ଟ୍ରେନରୁ ଓହ୍ଲାଇ ଜୀବନ ରକ୍ଷା ପାଇଁ ନଦୀକୁ ଡେଇଁ ପଡ଼ିଥିବା ଖବର ମିଳିଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ହରିଦ୍ବାର ଜିଲ୍ଲା ଲକ୍ସର ଅଞ୍ଚଳର ରାଇସି ଷ୍ଟେସନରୁ ।

ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ନୌରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ସଦଭାବନା ଏକ୍ସପ୍ରେସ ରବିବାର ଦିନ ଲକ୍ସର ଅଞ୍ଚଳ ଅନ୍ତର୍ଗତ ରାଇସି ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲା । ସେହି ସମୟରେ ଟ୍ରେନରେ ଅଚନାକ କେହି ଜଣେ ଚେନ୍‌ ପୁଲିଂ କରିଥିଲେ । ଯାହାଫଳରେ ଟ୍ରେନଟି ବାଣଗଙ୍ଗା ପୋଲ ଉପରେ ଅଟକି ଯାଇଥିଲା । ଅଚାନକ ଟ୍ରେନ୍‌ରେ ବ୍ରେକ ଲାଗିବା କାରଣରୁ ବ୍ରେକ ପାଖରୁ ଧୂଆଁ ବାହାରିବାକୁ ଲାଗିଲା । ଧୂଆଁ ଦେଖି ଟ୍ରେନରେ ଥିବା ଯାତ୍ରୀମାନେ ଟ୍ରେନରେ ନିଆଁ ଲାଗିଯାଇଥିବା ଭାବି ଭୟଭୀତ ହୋଇଯାଇଥିଲେ । ନିଆଁ ବିଷୟରେ ସୂଚନା ବ୍ୟାପିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ବିଶୃଙ୍ଖଳା ଏବଂ ଦଳାଚକଟା ପରିବେଶ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ କିଛି ଯାତ୍ରୀ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ। ଏଥିରେ କାହାରି ମୃତାହତ ସୂଚନା ନାହିଁ ।

ଟ୍ରେନଟି ନଦୀ ଉପରେ ଅଟିକି ଯାଇଥିବା କାରଣରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଯାତ୍ରୀମାନେ କିଛି ଚିନ୍ତା ନକିର ବାଣଗଙ୍ଗା ନଦୀ ଉପରେ ନିର୍ମିତ ବ୍ରିଜ ଉପରେ ଓହ୍ଲାଇ ଟ୍ରାକ୍ ଦେଇ ନଦୀ ପାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନଦୀରେ ଜଳସ୍ତର ଅଧିକ ଥିବା କାରଣରୁ ଅଧିକାଂଶ ଯାତ୍ରୀ ବ୍ରିଜ୍ ପାର କରିବାରେ ସକ୍ଷମ ନହୋଇ ଟ୍ରେନରେ ରହିଥିବା ବେଳେ କିଛି ଯାତ୍ରୀ ବ୍ରିଜ ପାର କରିବା ପାଇଁ ପ୍ରାଣପ୍ରାଣେ ଉଦ୍ୟମ କରିଥିଲେ । ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ପହଁଞ୍ଚିଥିଲେ । ଟ୍ରେନର ଯନ୍ତ୍ରୀ ବହୁ ସମୟ ପରେ ଟ୍ରେନର ବ୍ରେକ୍‌କୁ ଠିକ୍ କରିଥିଲେ । ଫଳରେ ଟ୍ରେନ ପୁନଃ ଗନ୍ତବ୍ୟସ୍ଥଳକୁ ବାହାରି ପଡ଼ିଥିଲା ।

ଟ୍ରେନଟି ବାଣଗଙ୍ଗା ନଦୀ ଉପରେ ଦୀର୍ଘ ଏକ ଘଣ୍ଟା ଧରି ଅଟକି ରହିଥିଲା । ଏହା ମଧ୍ୟ କୁହାଯାଇଛି ଯେ କିଛି ଯାତ୍ରୀ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ପାଣି ଭିତରକୁ ଡେଇଁପଡିଥିଲେ । ଜଣେ ସ୍ଥାନୀୟ ବାସିନ୍ଦା ଏହାର ଏକ ଭିଡିଓ କରି ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ମାତ୍ର ଧନଜୀବନ ହାନୀକୁ ନେଇ ରେଲୱେ କିମ୍ବା ପୋଲିସ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.