ETV Bharat / bharat

କାବୁଲରୁ ଫେରିଲେ ୨୫ ଭାରତୀୟ, ‘ଜୋ ବୋଲେ ସୋ ନିହାଲ’ ନାରାରେ କମ୍ପିଲା ବିମାନ - ତାଲିବାନ

କାବୁଲରୁ ଫେରିଲେ ଆଉ ୨୫ ଜଣ ଭାରତୀୟ । ଏୟାର ଇଣ୍ଡିଆ ଦୁଶାନବେ-ଦିଲ୍ଲୀ ବିମାନରେ ସେମାନେ ଭାରତରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

କାବୁଲରୁ ଆଉ ୨୫ ଭାରତୀୟ ଉଦ୍ଧାର
କାବୁଲରୁ ଆଉ ୨୫ ଭାରତୀୟ ଉଦ୍ଧାର
author img

By

Published : Aug 24, 2021, 9:04 AM IST

ନୂଆଦିଲ୍ଲୀ: ଆଫଗାନିସ୍ତାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ତାଲିବାନୀଙ୍କ କବଜାକୁ ଆସିଛି ଆଫଗାନିସ୍ତାନ । ଆଜି(ମଙ୍ଗଳବାର) କାବୁଲରୁ 78 ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ରହିଛନ୍ତି ।

କାବୁଲରୁ ଆଉ ୨୫ ଭାରତୀୟ ଉଦ୍ଧାର

ଏୟାର ଇଣ୍ଡିଆ ଦୁଶାନବେ-ଦିଲ୍ଲୀ ବିମାନରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ସୁରକ୍ଷିତ କାବୁଲରୁ ଫେରୁଥିବାରୁ ବିମାନରେ ଥିବା ଶିଖ ସମ୍ପ୍ରଦାୟ ସେମାନଙ୍କ ଭଗବାନଙ୍କୁ ସ୍ମରଣ କରି ଜୋ ବୋଲେ ଶୋ ନିହାଲର ନାରା ଦେଇଥିଲେ । ସେହିପରି ୱାହେଗୁରୁ ଜି କି ଖାଲସା, ୱାହେଗୁରୁ ଜି କି ଫତେ ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ବିମାନ।

ପ୍ରକାଶ ଥାଉ କି, ତାଲିବାନ ଆତଙ୍କୀ ସଂଗଠନ କାବୁଲ କବଜା କରି ନେବା ପରେ ସେଠାରେ ସ୍ଥିତି ଅଣାୟତ୍ତ ହୋଇଛି । ଜୀବନ ବଞ୍ଚାଇବାକୁ ପ୍ରତି ମୂହୁର୍ତ୍ତରେ ସଂର୍ଘଷ ଚାଲିଛି । ଅଗଷ୍ଟ ୨୧ରେ କାବୁଲରେ ଫସିଥିବା ୮୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

ଏହା ସହିତ ୨୨ ତାରିଖରେ ଭାରତୀୟ ବାୟୁସେନାର C-17 ବିମାନ ଗାଜିଆବାଦର ହିଣ୍ଡନ IAF ବେସରେ 107 ଜଣ ଭାରତୀୟ ନାଗରିକଙ୍କ ସମେତ 168 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ବିମାନରେ ଫେରିବାବେଳେ ‘ଭାରତ ମାତା କି ଜୟ’ ନାରା ଦେଇଥିଲେ ଯାତ୍ରୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.