ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୯ରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି । ଏନେଇ ଏକ ସରକାରୀ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଗତ ୨୦୨୦ରେ କୋରୋନା ସଂକ୍ରମଣ ଯୋଗୁଁ କୋଲକାତା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟ୍ରେନକୁ ବନ୍ଦ କରାଯାଇଥିଲା । କିନ୍ତୁ ଦୀର୍ଘ ୨ବର୍ଷ ପରେ ଚଳିତ ମାସରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟ୍ରେନ ଚଳାଚଳ ଆରମ୍ଭ ହେବାକୁ ଯାଉଛି ।
ରେଳବାଇ ବୋର୍ଡ ନିର୍ଦ୍ଦେଶ ଅନୁଯାୟୀ, ବାଂଲାଦେଶ ରେଲୱେ ରେକ୍ ଦ୍ୱାରା କୋଲକାତା ଡାକା ମୈତ୍ରୀ ଏକ୍ସପ୍ରେସ ଓ କୋଲକାତା-ଖୁଲନା ବନ୍ଧନ ଏକ୍ସପ୍ରେସକୁ ଚଳିତ ମାସ ୨୯ ତାରିଖରେ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି । ସେହିପରି ଜୁନ୧ରେ ଭାରତ ଏବଂ ବାଂଲାଦେଶର ରେଳ ମନ୍ତ୍ରୀ ରେଳ ଭବନରୁ ଫ୍ଲାଗିଂ ପରେ NJP-Dhaka ମିତାଲି ଏକ୍ସପ୍ରେସର ସେବା ଆରମ୍ଭ ହେବ । ସେହି ସମୟରେ ବାଂଲାଦେଶର ରେଳ ମନ୍ତ୍ରୀ ଭାରତରେ ରହିବେ ବୋଲି ଆଶା କରାଯାଉଛି ।