ETV Bharat / bharat

ବିମାନରେ କ୍ରୁ ମେମ୍ବରକୁ ମାଡ ମାରି ଯାତ୍ରୀ ଗିରଫ - ଗୋଆ ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ

ଗୋଆ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଉନ୍ମତ୍ତ କାଣ୍ଡ । ବିମାନ କ୍ରୁ ମେମ୍ବରକୁ ଗାଳିଗୁଲଜ କରିବା ସହ ମାଡ ମାରି ଗିରଫ ହେଲେ ଯାତ୍ରୀ । ଅଧିକ ପଢନ୍ତୁ

ବିମାନ କ୍ରୁ ମେମ୍ବରକୁ ମାଡ ମାରି ଯାତ୍ରୀ ଗିରଫ

author img

By

Published : May 31, 2023, 9:19 AM IST

Updated : May 31, 2023, 10:05 AM IST

ନୂଆଦିଲ୍ଲୀ: ମଝି ଆକାଶରେ ବିମାନ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ବିମାନ କର୍ମଚାରୀଙ୍କୁ ଗାଳିଗୁଲଜ କଲେ ମାଡ ବି ମାରିଲେ । ଗୋଆରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ କ୍ରୁ ମେମ୍ବରଙ୍କ ସହ ଏହିଭଳି ଅସଦାଚରଣ କରିଥିବା ଖବର ସାମ୍ନାକୁ ଆସିଛି । ଗତ ୨୯ ତାରିଖରେ ଗୋଆ-ଦିଲ୍ଲୀ ବିମାନ AI882ରେ ଏହି ଘଟଣା ଘଟିଥିଲା । ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ମେ' ୨୯ରେ ଗୋଆରୁ ଦିଲ୍ଲୀ ଅଭିମୁଖେ ଏୟାର ଇଣ୍ଡିଆ ବିମାନ ଉଡାଣ ଭରିଥିଲା । ଏଥିରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ବିମାନ କ୍ରୁ ମେମ୍ବରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ଜଣେ କର୍ମଚାରୀଙ୍କୁ ମାରପିଟ୍ ମଧ୍ୟ କରିଥିଲେ । ଏୟାର ଇଣ୍ଡିଆ ମୁଖପାତ୍ରଙ୍କ କହିବା ଅନୁସାରେ, ବିମାନଟି ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅବତରଣ କରିବା ପରେ ବି ସମ୍ପୃକ୍ତ ଯାତ୍ରୀ ଜଣକ ନିଜର ଦୁର୍ବ୍ୟବହାର ବନ୍ଦ କରିନଥିଲେ । ସେମିତି କ୍ରୁ ମେମ୍ବରଙ୍କ ସହ ଅସଦାଚରଣ କରିଚାଲିଥିଲେ । ତେଣୁ ତାଙ୍କୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ସେହି ଯାତ୍ରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଏନେଇ ଏୟାର ଲାଇନ୍ସ ପକ୍ଷରୁ ବିବୃତ୍ତିରେ କୁହାଯାଇଛି, କ୍ରୁ ମେମ୍ବର ଓ ଯାତ୍ରୀଙ୍କ ସୁରକ୍ଷା ଆମର ପ୍ରାଥମକିତା । ଯାତ୍ରୀଙ୍କ ଏପରି ବ୍ୟବହାରକୁ ଆମେ କଡା ନିନ୍ଦା କରୁଛୁ । ଅସଦାଚରଣର ଶିକାର ହୋଇଥିବା କ୍ରୁ ମେମ୍ବରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ତେବେ ବିଗତ କିଛି ଦିନରେ ବିମାନ ଯାତ୍ରୀଙ୍କ ଅଶୋଭନୀୟ ବ୍ୟବହାରର ଅନେକ ଘଟଣା ସାମ୍ନାକୁ ଆସିଛି । ଏଭଳି ଆଚରଣ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) ଯାତ୍ରୀଙ୍କ ବିମାନ ଯାତ୍ରା ନିଷେଧ କରିପାରେ ।

ଏହାମଧ୍ୟ ପଢନ୍ତୁ: ଜରୁରୀକାଳୀନ ଅବତରଣ କଲା ଟ୍ରେନିଂ ଏୟାରକ୍ରାଫ୍ଟ, ପାଇଲଟ ଆହତ

ନିୟମ ଅନୁସାରେ, ଉଦ୍ଧତ ଯାତ୍ରୀଙ୍କ ବ୍ୟବହାରକୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଥାଏ । ମାରପିଟ୍, ଅସଭ୍ୟ ଗାଳିଗୁଲଜକୁ ପ୍ରଥମ ସ୍ତର(Level 1), ଠେଲାପେଲା କରିବା, ଗୋଇଠା ମାରିବା, ଯୌନ ଉତ୍ପୀଡନ ଭଳି ଶାରିରୀକ ନିର୍ଯାତନା ଦ୍ବିତୀୟ ସ୍ତର ଏବଂ ବିମାନ ଅପରେଟିଂ ସିଷ୍ଟମ ନଷ୍ଟ କରିବା, ଶାରିରୀକ ହିଂସା ଓ ହତ୍ୟା ତୃତୀୟ ସ୍ତର ଅନ୍ତର୍ଭୁକ୍ତ ହୋଇଥାଏ । ଯାତ୍ରୀଙ୍କ ବ୍ୟବହାରକୁ ଅଧାର କରି କେତେ ଦିନ ତାଙ୍କର ବିମାନ ଯାତ୍ରା ବ୍ୟାନ କରାଯିବ ସେନେଇ ନିଷ୍ପତ୍ତି ନେବା ପାଇଁ ଏୟାରଲାଇନ୍ସର ଏକ ଅନ୍ତରୀଣ କମିଟି କାର୍ଯ୍ୟ କରିଥାଏ ।

Last Updated : May 31, 2023, 10:05 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.