ETV Bharat / bharat

ଗୟାରେ RLJP ନେତାଙ୍କୁ ଗୁଳି କରି ହତ୍ୟା - ବିହାର କ୍ରାଇମ

ବିହାର ଗୟାରେ RLJP ନେତା ଅନଓ୍ବାର ଅଲ୍ଲୀଙ୍କୁ ଗୁଳି କରି ହତ୍ୟା । ରାସ୍ତାରୋକ କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ଗୟାରେ RLJP ନେତାଙ୍କୁ ଗୁଳି କରି ହତ୍ୟା
ଗୟାରେ RLJP ନେତାଙ୍କୁ ଗୁଳି କରି ହତ୍ୟା
author img

By ETV Bharat Odisha Team

Published : Sep 27, 2023, 10:23 PM IST

ପାଟନା: ବିହାରରେ ପଶୁପତି ପାରଶଙ୍କ ନେତୃତ୍ବାଧୀନ RLJP ର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗୟା ଜିଲ୍ଲାର ଆମସରେ RLJP ନେତା ଅନୱାର ଅଲ୍ଲୀ ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆଜି (ବୁଧବାର) ସକାଳେ ଅନଓ୍ବାର ସ୍ଥାନୀୟ ଏକ ସେଲୁନ ଦୋକାନରେ ବସିଥିବା ବେଳେ ଏକାଧିକ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଏକାଠି ହୋଇ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ପାଇଁ ଦାବିରେ ରାସ୍ତା ଅବରୋଧ କରିଥିଲେ । ପୋଲିସ ପହଞ୍ଚି ରାସ୍ତା ଅବରୋଧ ହଟାଇବା ସହ ତଦନ୍ତ ଆରମ୍ଭ କରିଛି ।

RLJP ନେତାଙ୍କୁ ଗୁଳି କରି ହତ୍ୟା
RLJP ନେତାଙ୍କୁ ଗୁଳି କରି ହତ୍ୟା

ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡ ଗାୟାର ଆମାସ୍ ପୋଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଛି । ସ୍ଥାନୀୟ ସିହୁଲି ଗ୍ରାମର ଠିକାଦାର ତଥା ଆରଏଲଜେପି ନେତା ଅନୱାର ଅଲ୍ଲୀ ଖାନ ଆଜି (ବୁଧବାର) ଗାମରିଆ ମୋଡରେ ଥିବା ଏକ ସେଲୁନ ଦୋକାନକୁ ଯାଇଥିଲେ । ସେ ସେଠାରେ ବସିଥିବା ବେଳେ ଗୋଟିଏ ବାଇକରେ ଆସିଥିବା ତିନିଜଣ ଅପରାଧୀ ତାଙ୍କୁ ଅତର୍କିତ ଗୁଳିମାଡ କରିଥିଲେ । ଏକାଧିକ ରାଉଣ୍ଡ ଗୁଳି ଅନଓ୍ବାରଙ୍କ ଶରୀରରେ ବାଜିଥିଲା । ସେ ସେହିଠାରେ ହିଁ ଟଳିପଡିଥିଲେ । ଗୁଳିମାଡ ହେବା ପରେ ଉକ୍ତ ମାର୍କେଟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ଦୁର୍ବୃତ୍ତମାନେ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୋଟିଏ ବାଇକରେ ପ୍ରାୟ 3 ଜଣ ଦୁର୍ବୃତ୍ତ ଆସି ଏହି ଗୁଳିମାଡ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- Manipur violence: ନିୟନ୍ତ୍ରଣକୁ ଆସୁନି ହିଂସା, ପାହାଡି କ୍ଷେତ୍ରରେ 6 ମାସ ପାଇଁ ଲାଗିଲା AFSPA

ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ହତ୍ୟାକାରୀକୁ ଗିରଫ କରିବା ପାଇଁ ଦାବି କରିଥିଲେ । ପୋଲିସ ହତ୍ୟାକାରୀକୁ ଶିଘ୍ର ଗିରଫ କରାଯିବା ନେଇ ପ୍ରତିଶୃତି ଦେବା ପରେ ଉତ୍ତେଜନା ପ୍ରଶମିତ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହତ୍ୟାର ଶିକାର ହୋଇଥିବା ଅନଓ୍ବାର ଜଣେ ରାଜନେତା ସହ ଠିକାଦାର ମଧ୍ୟ ଥିଲେ । ତେଣୁ ରାଜନୈତିକ ଶତ୍ରୁତା ସହ ପୋଲିସ୍‌ ବ୍ୟବସାୟିକ ଦିଗକୁ ମଧ୍ୟ ତଦନ୍ତ ପରିସରକୁ ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.