ETV Bharat / bharat

ବାତ୍ୟା ପ୍ରଭାବ: ଆଂଶିକ ଲକଡାଉନକୁ 3 ଦିନ ବଢାଇଲେ ଗୁଜୁରାଟ ସରକାର

author img

By

Published : May 18, 2021, 12:25 PM IST

ଗୁଜୁରାଟ ସରକାର ବାତ୍ୟା ଯୋଗୁଁ ରାଜ୍ୟରେ ଆଂଶିକ ଲକଡାଉନକୁ 3 ଦିନ ବଢାଇଛନ୍ତି । ଅଧିକ ପଢନ୍ତୁ...

ବାତ୍ୟା ପ୍ରଭାବ: ଆଂଶିକ ଲକଡାଉନକୁ 3 ଦିନ ବଢାଇଲେ ଗୁଜୁରାଟ ସରକାର
ବାତ୍ୟା ପ୍ରଭାବ: ଆଂଶିକ ଲକଡାଉନକୁ 3 ଦିନ ବଢାଇଲେ ଗୁଜୁରାଟ ସରକାର

ଗାନ୍ଧୀନଗର: ବାତ୍ୟା ତାଉ'ତେକୁ ଲକ୍ଷ୍ୟ କରି ଗୁଜୁରାଟ ସରକାର ରାଜ୍ୟର କିଛି ଅଞ୍ଚଳରେ ଲାଗିଥିବା ଆଂଶିକ ଲକଡାଉନକୁ ଆଉ 3 ଦିନ ବଢାଇଛନ୍ତି । ଫଳରେ ରାଜ୍ୟର 36ଟି ସହରରେ ଆସନ୍ତା ମେ 20 ପର୍ଯ୍ୟନ୍ତ ଏହି ଲକଡାଉନ କଟକଣା ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉ'ତେ ଭୟଙ୍କର ସାମୁଦ୍ରିକ ଝଡର ରୂପ ନେଇ ସୋମବାର ରାତିରେ ଗୁଜୁରାଟ ଉପକୂଳ ଛୁଇଁଥିଲା । ଫଳରେ ରାଜ୍ୟରେ 160-170 ବେଗରେ ପବନ ବହିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା । ବାତ୍ୟା ଲାଗି ରାଜ୍ୟରେ କୋରୋନା ସୋମବାର ଓ ମଙ୍ଗଳବାର ସ୍ଥଗିତ ରଖାଯାଇଛି । ବାତ୍ୟା ଯୋଗୁଁ ଅହମ୍ମଦାବାଦରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମେ 17 ସକାଳ ସାଢେ 7ଟାରୁ ମଙ୍ଗଳବାର ସକାଳ 5ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ବାତ୍ୟା ପାଇଁ ଅଧିକାଂଶ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

ଗୁଜୁରାଟରେ ସଂକ୍ରମଣ ବଢିବା ପରେ ଗତ ଏପ୍ରିଲ 25 ତାରିଖରେ ରାଜ୍ୟ ସରକାର 29 ସହରରେ ରାତ୍ରିକାଳୀନ କର୍ଫ୍ୟୁକୁ ଲାଗୁ କରିଥିଲେ । ଏହି କର୍ଫ୍ୟୁ ରାତି 8ଟାରୁ ସକାଳ 6ଟା ପର୍ଯ୍ୟନ୍ତ ଏପ୍ରିଲ 28 ତାରିଖରୁ ମେ 5 ଯାଏଁ ଲାଗୁ କରାଯାଇଥିଲା । ସଂକ୍ରମଣ ନ କମିବାରୁ ସରକାର ମେ 18 ପର୍ଯ୍ୟନ୍ତ କର୍ଫ୍ୟୁକୁ ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.