ETV Bharat / bharat

ଅଗଷ୍ଟ ୩ ଯାଏଁ ED ହେପାଜତରେ ରହିବେ ପାର୍ଥ ଚାଟାର୍ଜୀ-ଅର୍ପିତା

author img

By

Published : Jul 26, 2022, 7:24 AM IST

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତ ଘୋଟାଲା ମାମଲା । ଅଗଷ୍ଟ ୩ ଯାଏଁ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ହେପାଜତକୁ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ

ଅଗଷ୍ଟ ୩ ଯାଏଁ ED ହେପାଜତରେ ରହିବେ ପାର୍ଥ ଚାଟାର୍ଜୀ-ଅର୍ପିତା
ଅଗଷ୍ଟ ୩ ଯାଏଁ ED ହେପାଜତରେ ରହିବେ ପାର୍ଥ ଚାଟାର୍ଜୀ-ଅର୍ପିତା

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତ ଘୋଟାଲାରେ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଅଡୁଆ ବଢୁଛି । ଆସନ୍ତା ଅଗଷ୍ଟ ୩ ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ହେପାଜତରେ ରହିବେ ପାର୍ଥ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ । ସୋମବାର କୋଲକାତାର ଏକ ସ୍ବତନ୍ତ୍ର କୋର୍ଟ ଦୁହିଁଙ୍କୁ ଇଡି ହେପାଜତକୁ ପଠାଇଛନ୍ତି । ଇଡି ୧୪ ଦିନ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୧୦ ଦିନ ପାଇଁ ଅନୁମତି ଦେଇଛନ୍ତି ।

ସେହିପରି ପ୍ରତି ୪୮ ଘଣ୍ଟା ବ୍ୟବଧାନରେ ଗିରଫ ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ମେଡିକାଲ ଚେକ୍‌ ଅପ୍ କରାଯିବ । ଏହାସହିତ ଅର୍ପିତା ମୁଖାର୍ଜୀଙ୍କୁ ରାତି ୯ଟାରୁ ସକାଳ ୬ଟା ଯାଏଁ ପଚରାଉଚରା ନ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପ୍ରକାଶଥାଉ କି, ପାର୍ଥ ଚାଟାର୍ଜୀ ପଶ୍ଚିମବଙ୍ଗର ଶିକ୍ଷାମନ୍ତ୍ରୀ ଥିବା ସମୟରେ ଶିକ୍ଷକ ନିଯୁକ୍ତ ମାମଲାରେ ବଡ ଧରଣର ଘୋଟାଲା ହୋଇଥିଲା ।

ଏହାମଧ୍ୟ ପଢନ୍ତୁ:ମନ୍ତ୍ରୀଙ୍କ ଗିରଫ ପରେ ମୁହଁ ଖୋଲିଲେ ଦିଦି, କହିଲେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ

ଏହି ଘଟଣାର ଛାନଭିନ୍ କରୁଥିବା ଇଡି ଗତ ଶନିବାର ଦିନ ମନ୍ତ୍ରୀଙ୍କୁ ଗିରଫ କରିଥିଲା । ତାଙ୍କ ଗିରଫଦାରୀ ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । କୋଲକାତାର ଡାଇମଣ୍ଡ ସିଟିରେ ପାର୍ଥଙ୍କର ୩ଟି ଫ୍ଲାଟ ରହିଛି । ସେଥିମଧ୍ୟରୁ ଗୋଟିଏ ଶୀତତାପ ନିୟନ୍ତ୍ରିତ ଫ୍ଲାଟ କେବଳ କୁକୁରମାନଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ଅନ୍ୟପଟେ ପାର୍ଥଙ୍କ ଘନିଷ୍ଠ କୁହାଯାଉଥିବା ଅର୍ପିତାଙ୍କ ନାମରେ ମଧ୍ୟ ବହୁ ସମ୍ପତ୍ତି ରହିଛି । ତାଙ୍କ ମାଲିକାନାରେ ୬ଟି କମ୍ପାନୀର ସହିତ କୋଟି କୋଟି ଟଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.