ETV Bharat / bharat

WBSSC Scam: ବିଚାର ବିଭାଗୀୟ ହାଜତକୁ ଗଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା

author img

By

Published : Aug 5, 2022, 7:26 PM IST

ବିଭାଗୀୟ ହାଜତକୁ ଗଲେ ପୂର୍ବତନ TMC ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀ । କୋଲକାତାର ସଟି ସେସନ୍‌ କୋର୍ଟ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଅଧିକ ପଢ଼ନ୍ତୁ

SSC Scam: ବିଭାଗୀୟ ହାଜତକୁ ଗଲେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ

କୋଲକାତା: ଅଗଷ୍ଟ ୧୮ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ଗଲେ ପୂର୍ବତନ TMC ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀ । କୋଲକାତାର ସଟି ସେସନ୍‌ କୋର୍ଟ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପୂର୍ବତନ TMC ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ED ।

ପଶ୍ଚିମବଙ୍ଗରେ SSC ଘୋଟାଲାର ତଦନ୍ତବେଳେ ଅର୍ପିତା ମୁଖାର୍ଜୀଙ୍କ ଘର ଓ ଅନ୍ୟ ସମ୍ପର୍କୀୟଙ୍କ ଘରୁ ମୋଟ୍‌ ୪୮ କୋଟି ଟଙ୍କା ଜବତ କରିଥିଲା ED । TMC ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠତା ଲିଙ୍କ୍‌ ପାଇବା ପରେ ତାଙ୍କ ବାସଭବନ ଓ ଅନ୍ୟ ସ୍ଥାନ ଉପରେ ଚଢ଼ାଉ କରିଥିଲା ED । ଏହାପରେ ପାର୍ଥ ଚାଟାର୍ଜୀଙ୍କ ସହ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇଛି । ଉଭୟ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ତେବେ କୋର୍ଟ ଉଭୟଙ୍କ ଜାମିନ ଆବେଦନ ଖାରଜ କରିଥିଲେ ।

ଏହାପରେ ପୁନଃ ଉଭୟଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା । ଅଧିକ ପଚରାଉଚରା ପାଇଁ ଉଭୟଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଜେଲ୍‌ରେ ଅର୍ପିତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି ତାଙ୍କ ଓକିଲ । ଅର୍ପିତାଙ୍କ ଓକିଲ କହିଛନ୍ତି ଯେ, "ଅର୍ପିତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏକାକୀ ଏକ ଜେଲ୍‌ରେ ରଖାଯାଉ । ତାଙ୍କୁ ଦିଆଯାଉଥିବା ଖାଦ୍ୟର ମଧ୍ୟ ଯାଞ୍ଚ ହେବା ଆବଶ୍ୟକ ।" ଏଥିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓକିଲ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.