ETV Bharat / bharat

P20 Summit; ବିତର୍କ ଓ ବିଚାରବିମର୍ଶ ପାଇଁ ସଂସଦ ଉପଯୁକ୍ତ ସ୍ଥାନ: ପ୍ରଧାନମନ୍ତ୍ରୀ - pm modi addresses P20 Summit

ଯଶୋଭୂମିରେ ଦୁଇଦିନିଆ 9ମ ସଂସଦୀୟ ବାଚସ୍ପତି ସମ୍ମିଳନୀ ଆରମ୍ଭ ହୋଇଛି । ସମ୍ମିଳନୀକୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi at Parliamentary Speakers Summit

author img

By ETV Bharat Odisha Team

Published : Oct 13, 2023, 2:16 PM IST

ନୂଆଦିଲ୍ଲୀ: ଏକ ଦେଶର ଶକ୍ତି ତାର ଲୋକ । ଦେଶବାସୀଙ୍କ ଇଚ୍ଛାଶକ୍ତି ସେହି ଦେଶର ସାମର୍ଥ୍ୟ । ଭାରତ ଜହ୍ନ ରାଇଜରେ ପାଦ ଥାପିଛି । ଭାରତ ଅଧ୍ୟକ୍ଷତାରେ ସଫଳ ଜି20 ସମ୍ମିଳନୀ ହୋଇଛି । ଆଜି ପି20 ସମ୍ମିଳନୀର ଆୟୋଜନ ହୋଇଛି । ଏହି ସମ୍ମିଳନୀ ସେହି ଭାରତ ଭୂମିରେ ହେଉଛି ଯାହା ଗଣତନ୍ତ୍ରର ମାଆ । ସଂସଦ ବିଚାରବିମର୍ଶ ଓ ବିତର୍କ ପାଇଁ ଉପଯୁକ୍ତ ସ୍ଥାନ । 140 କୋଟି ଭାରତୀୟଙ୍କ ପକ୍ଷରୁ ଏହି ସମ୍ମିଳନୀକୁ ସମସ୍ତ ପ୍ରତିନିଧିଙ୍କୁ ସ୍ବାଗତ । ଏହି ସମ୍ମିଳନୀ ଅଲଗା ଅଲଗା ପାର୍ଲାମେଣ୍ଟାରୀ ପ୍ରାକ୍ଟିସର 'ମହାକୁମ୍ଭ' । ଜି20 ସଂସଦୀୟ ବାଚସ୍ପତି ସମ୍ମିଳନୀ ଇଣ୍ଟରନ୍ୟାସନାଲ୍‌ କନଭେନସନ୍‌ ଆଣ୍ଡ୍‌ ଏକ୍ସପୋ ସେଣ୍ଟରର ଯଶୋଭୂମିରେ ଦୁଇଦିନିଆ 9ମ ସଂସଦୀୟ ବାଚସ୍ପତି ସମ୍ମିଳନୀ ଆରମ୍ଭ ହୋଇଛି । ସମ୍ମିଳନୀକୁ ସମ୍ଭୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | PM Modi at the ninth P20 Summit in Delhi, says "India has been facing cross-border terrorism for many years now. Around 20 years ago, terrorists targeted our Parliament at the time when the session was on. The world is also realising how big a challenge terrorism is for… pic.twitter.com/itDjZn3uQ8

    — ANI (@ANI) October 13, 2023 " class="align-text-top noRightClick twitterSection" data=" ">

ନବମ ଜି20 ସଂସଦୀୟ ବାଚସ୍ପତି ସମ୍ମିଳନୀକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହଛନ୍ତି,"ବିଶ୍ବର କୋଣ ଅନୁକୋଣରେ ଯାହା ଘଟୁଛି ତାହା ସସମ୍ତଙ୍କୁ ଜଣା । ବିବାଦ ଓ ଯୁଦ୍ଧ ପରିସ୍ଥିତିରେ ଆଜି ଦୁନିଆ ସଂଙ୍କଟରେ ଫସି ରହିଛି । ଏହା କାହା ହିତରେ ନୁହେଁ । ମାନବତା ପାଖରେ ଥିବା ବଡ଼ ଚ୍ୟାଲେଞ୍ଜ୍‌ର ସମାଧାର ଭାଗ ହୋଇଥିବା ଦୁନିଆ କରିପାରିବ ନାହିଁ । ଶାନ୍ତି ଓ ଭାଇଚାରାର ସମୟ ଆସିଛି । ଏକାଠୀ ହୋଇ ଚାଲିବାର ସମୟ ଆସିଛି ସମସ୍ତଙ୍କ ବିକାଶ ଓ କଲ୍ୟାଣର ସମୟ । ଆମକୁ ବୈଶ୍ବିକ ବିଶ୍ବାସର ସଙ୍କଟକୁ ଦୂର କରିବାକୁ ହେବ ମାନବ କେନ୍ଦ୍ରିକ ବିଚାର ଧାରାରେ ଆଗକୁ ବଢିବାକୁ ହେବ ।"

  • #WATCH | PM Modi at ninth P20 Summit in Delhi, says "In India, general elections are considered the biggest festival. Since independence, India has seen 17 general elections and more than 300 state assembly elections. India conducts not only the biggest election but the… pic.twitter.com/3c0sS7Yy5t

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଭାରତ ତାର ସଂସଦରେ ମହିଳାଙ୍କୁ 33 ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛି । ଭାରତରେ 32 ଲକ୍ଷ ନିର୍ବାଚନ ପ୍ରତିନିଧି ଅଛନ୍ତି । ସେମାନଙ୍କ ମଧ୍ୟରୁ 55ପ୍ରତିଶତ ମହିଳା ପ୍ରତିନିଧି । ପ୍ରତି ସେକ୍ଟରରେ ମହିଳାଙ୍କ ଅଂଶଗ୍ରହଣକୁ ଭାରତ ପ୍ରୋତ୍ସାହିତ କରୁଛି । ଭାରତରେ ଏକାଧିକ ଭାଷା କୁହାଯାଏ । 28ଟି ଭାଷାରେ 900ରୁ ଅଧିକ ଟିଭି ଚ୍ୟାନେଲ୍‌ ରହିଛି । 200 ଭାଷାରେ 33 ହଜାରରୁ ଅଧିକ ଖବରକାଗଜ ପ୍ରକାଶିତ ହୋଇଥାଏ । ସୋସିଆଲ ମିଡିଆରେ 3 ବିଲିୟନ ୟୁଜର୍ସ ରହିଛନ୍ତି । ଏହା ଆମ ବିବିଧତା ଓ ବିଶାଳତାର ଶକ୍ତି । ଏଠାରେ ସବୁ ଆସ୍ଥାର ଲୋକ ଅଛନ୍ତି । ଏଥିରୁ ଜଣାପଡ଼ୁଛି ଭାରତରେ ଖବରର ଗତି କେତେ ବିରାଟ ଆଉ ସଶକ୍ତି ।"

ଏହା ବି ପଢନ୍ତୁ....9ମ ସଂସଦୀୟ ବାଚସ୍ପତି ସମ୍ମିଳନୀ ଆରମ୍ଭ, ସାମିଲ ହେଲାନି କାନାଡା

ମାନବସମାଜର ଶତ୍ରୁ ଆତଙ୍କବାଦ: 9ମ ସଂସଦୀୟ ବାଚସ୍ପତି ସମ୍ମିଳନୀ ସଂସଦ ଉପରେ ହୋଇଥିବା ଆକ୍ରମଣକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି,"ଭାରତ ଅନେକ ବର୍ଷ ଧରି ସୀମା ଆତଙ୍କବାଦର ସାମ୍ନା କରିଛି । ପାଖାପାଖି 20 ବର୍ଷ ତଳେ ଆତଙ୍କବାଦୀ ଅଧିବେଶନ ଚାଲିଥିବାବେଳେ ସଂସଦ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀ ଭାରତରେ ହଜାର ନିର୍ଦ୍ଦେଶଙ୍କ ଜୀବନ ନେଇଛନ୍ତି । ଭାରତ ଏହି ପରି ଅନେକ ଆତଙ୍କୀ ଚ୍ଯାଲେଞ୍ଜର ସାମ୍ନା କରି ଏଠାରେ ପହଞ୍ଚିଛି । ଦୁନିଆ ହୃଦୟଙ୍ଗମ କରିସାରିଥିବ ଆତଙ୍କବାଦୀ ଦୁନିଆ ପାଇଁ କେତେ ବଡ ଚ୍ଯାଲେଞ୍ଜ । ଆତଙ୍କ କୌଣସି ରୂପରେ ହୋଇପାରେ କେଉଁଠି ବି ହୋଇପାରେ ସେ ମାନବତା ବିରୋଧରେ ହୋଇଥାଏ । ସମଗ୍ର ମାନବ ଜାତିର ଶତ୍ରୁ ଆତଙ୍କବାଦ । ଏହାର ମୁକାବିଲା କରିବାକୁ ଆମ ସମସ୍ତଙ୍କୁ ଏକାଠୀ ଦେବାକୁ ପଡ଼ିବ । ଆତଙ୍କବାଦୀ ବିରୋଧରେ ଏକାଠୀ ହୋଇ କାମ କରିବାକୁ ହେବ ।"

2024 ନିର୍ବାଚନ ଦେଖିବାକୁ p20 ପ୍ରତିନିଧିଙ୍କୁ ନିମନ୍ତ୍ରଣ: ଭାରତ ପ୍ରାୟ 25 ବର୍ଷ ହେବ EVMର ବ୍ୟବାହାର କରୁଛି । EVM ବ୍ୟବହାର ଫଳରେ ନିର୍ବାଚନ ସ୍ବଚ୍ଛ ଓ ନିରପେକ୍ଷ ହୋଇଛି । 2024 ସାଧାରଣ ନିର୍ବାଚନରେ ପାଖାପାଖି 100 କୋଟି ଅର୍ଥାତ 1 ବିଲିନୟ ଭୋଟର ତାଙ୍କର ମତଦାନ କରିବେ । ମୁଁ ସମସ୍ତ ପି20 ସମ୍ମିଳନୀରେ ସାମିଲ ପ୍ରତିନିଧିକୁ ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ଦେଖିବାକୁ ଆଗୁଆ ନିମନ୍ତ୍ରଣ କରୁଛି । ଭାରତରେ ସାଧାରଣ ନିର୍ବାଚନକୁ ଏକ ବଡ ଉତ୍ସବ ଭାବରେ ପାଳନ କରାଯାଏ । ସ୍ବାଧୀନତା ପରେ ଭାରତରେ 17ଥର ସାଧାରଣ ନିର୍ବାଚନ ଓ 300ରୁ ଅଧିକ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ପର୍ବରେ ଲୋକଙ୍କ ଅଂଶଗ୍ରହଣ ବଢିଛି । 2019 ସାଧାରଣ ନିର୍ବାଚନରେ ଦେଶବାସୀ ମୋ ଦଳକୁ ଦ୍ବିତୀୟ ଥର ବିଜୟୀ କରିଥିଲେ । ଏଥିରେ 600 ମିଲିୟନ ବା 60 କୋଟି ଭୋଟର ଭାଗ ନେଇଥିଲେ । ପାର୍ଲାମେଣ୍ଟାରୀ ପ୍ରାକ୍ଟିସରେ ଲୋକଙ୍କର କେତେ ଭରସା ତାହା 2019 ନିର୍ବାଚନରେ 70 ପ୍ରତିଶତ ଭୋଟ ଏହା ପ୍ରମାଣ କରିଛି । 2019ରେ 600ରୁ ଅଧିକ ରାଜନୈତିକ ଦଳ ସାମିଲ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.