ETV Bharat / bharat

ସଂସଦରେ ସ୍ମୋକ୍ ଆଟାକ୍: ଗୃହମନ୍ତ୍ରୀଙ୍କ ଜବାବ ଦାବିରେ ହଙ୍ଗାମା, ସଂସଦୀୟ ପ୍ରକ୍ରିୟା ଠପ୍

Parliamentary proceedings washed out: ତିନି ଦିନ ହେଲା ଚାଲି ପାରୁନି ସଂସଦ। ସଂସଦରେ ସୁରକ୍ଷା ଭଙ୍ଗକୁ ନେଇ ବିରୋଧୀ, ସରକାରଙ୍କୁ ମାଗିଛନ୍ତି କୈଫିୟତ୍। ଗୃହମନ୍ତ୍ରୀ ଗୃହରେ ଜବାବ ଦାବିରେ ଉଭୟ ଗୃହକୁ ଅଚଳ କରି ଦେଇଛନ୍ତି ବିରୋଧୀ । ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଲା ଗୃହକାର୍ଯ୍ୟ । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Dec 15, 2023, 7:32 PM IST

ସୁରକ୍ଷା ଭଙ୍ଗକୁ ନେଇ ତୃତୀୟ ଦିନ ସଂସଦ ଅଚଳ: ଗୃହମନ୍ତ୍ରୀଙ୍କ ଜବାବ ଦାବିରେ ହଙ୍ଗାମା, ସଂସଦୀୟ ପ୍ରକ୍ରିୟା ଠପ୍

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଭଙ୍ଗକୁ ନେଇ ସଂସଦୀୟ ପ୍ରକ୍ରିୟା ଠପ୍ ହୋଇଯାଇଛି। ତିନି ଦିନ ଧରି ଚାଲି ପାରୁନି ଗୃହ । ଉଭୟ ଲୋକସଭା ଏବଂ ରାଜ୍ୟସଭା ଅଚଳ ହୋଇଯାଇଛି । ୧୪ ଜଣ ବିରୋଧୀ ସଦସ୍ୟଙ୍କୁ ସସପେଣ୍ଡକୁ ନେଇ ତାତିଛନ୍ତି ବିରୋଧୀ । ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତର ଦାବି କରିଛନ୍ତି । ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଏବଂ ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ଗୃହକାର୍ଯ୍ୟ ଚାଲି ପାରିଲା ନାହିଁ । ବାରମ୍ବାର ମୁଲତବୀ ପରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି ।

ସଂସଦରେ ସୁରକ୍ଷା ଭଙ୍ଗକୁ ନେଇ ଆଜି ମଧ୍ୟ ଚାଲି ପାରିଲା ନାହିଁ ଗୃହକାର୍ଯ୍ୟ । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଟ୍ଟଗୋଳ, ହଙ୍ଗାମା ଏବଂ ହୋହଲ୍ଲା କରିଥିଲେ ବିରୋଧୀ ସଦସ୍ୟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ବାରା ସ୍ପଷ୍ଟୀକରଣ ଦାବିରେ ଗୃହକାର୍ଯ୍ୟ ଚଲାଇ ଦେଇନଥିଲେ ବିରୋଧୀ । ଫଳରେ ଗତକାଲି ଭଳି ଆଜି (ଶୁକ୍ରବାର) ମଧ୍ୟ ପୂରା ସଂସଦୀୟ ପ୍ରକ୍ରିୟା ଧୋଇ ଯାଇଛି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସୁରକ୍ଷା ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ । ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ, ପୁଣି ହଲ୍ଲାବୋଲ କରିଥିଲେ ବିରୋଧୀ । ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଓମ୍ ବିର୍ଲା ।

ଏହାମଧ୍ଯ ପଢ଼ନ୍ତୁ: ପୋଲିସ ପଞ୍ଝାରେ ମାଷ୍ଟରମାଇଣ୍ଡ ଲଳିତ ଝା, ରିମାଣ୍ଡରେ ନେଇ ମାରାଥନ ଜେରା

ରାଜ୍ୟସଭାରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଅବସ୍ଥା । ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ସମୟରେ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ପଡ଼ିଥିଲା । ଲଗାତର ତୃତୀୟ ଦିନ ପାଇଁ ଚାଲି ପାରିଲାନି ଗୃହକାର୍ଯ୍ୟ । ବିରୋଧୀ ଦଳରୁ ୧୪ ଜଣ ସାଂସଦଙ୍କୁ ନିଲମ୍ବନ ପ୍ରସଙ୍ଗରେ ମଧ୍ୟ, ଉଭୟ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ ସଦସ୍ୟ । ଏହା ସହ ବିରୋଧୀ ସଦସ୍ୟମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତର ଦାବି କରିଥିଲେ । ସେହିପରି ପାସ୍ ଇସ୍ୟୁ କରିଥିବା ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିରୋଧୀ ।

ଏହାମଧ୍ଯ ପଢ଼ନ୍ତୁ: ସଂସଦରୁ ବହିଷ୍କାର ମାମଲା: ମହୁଆଙ୍କ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ, ଜାନୁଆରି ୩ରେ ଶୁଣାଣି

ଆମ ଆଦମୀ ପାର୍ଟି ସାଂସଦ ପଏଣ୍ଟ ଅଫ୍ ଅର୍ଡ ଦାବି କରିଥିବା ବେଳେ, ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ ଅଧ୍ୟକ୍ଷ ଧନକଡ଼ । ଏହାକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଗୃହକୁ ମୁଲତବୀ ଘୋଷଣା ପୂର୍ବରୁ ରାଜ୍ୟସଭାରେ ଶାସକ ଦଳ ନେତା ପୀୟୂଷ ଗୋୟଲ ଏବଂ ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡ଼ଗେଙ୍କୁ ଚ୍ୟାମ୍ବରକୁ ଡାକି ଆଲୋଚନା କରିଥିଲେ ଧନକଡ଼ । ବୁଧବାରଠାରୁ ଗୃହ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ, ଆସନ୍ତା ୧୮ ତାରଖ ସୋମବାର ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.