ETV Bharat / bharat

ଟ୍ବିଟରକୁ ସମନ ଜାରି କଲା ସଂସଦୀୟ କମିଟି - ଟ୍ବିଟରକୁ ସମନ ଜାରି

ନୂଆ IT ନିୟମକୁ ନେଇ କେନ୍ଦ୍ର ଓ ଟ୍ବିଟରର ଆଲୋଚନା ପରେ ଟ୍ବିଟରକୁ ସମନ ପଠାଇଲା ସଂସଦୀୟ ଷ୍ଟାଣ୍ଡିଂ କମିଟି । ଅଧିକ ପଢନ୍ତୁ...

ଟ୍ବିଟରକୁ ସମନ ଜାରି କଲା ସଂସଦୀୟ କମିଟି
ଟ୍ବିଟରକୁ ସମନ ଜାରି କଲା ସଂସଦୀୟ କମିଟି
author img

By

Published : Jun 15, 2021, 3:57 PM IST

ନୂଆଦିଲ୍ଲୀ: ନୂଆ IT ନିୟମକୁ ନେଇ କେନ୍ଦ୍ର ଓ ଟ୍ବିଟରର ଆଲୋଚନା ପରେ ଟ୍ବିଟରକୁ ସମନ ଜାରି କରିଛି ସଂସଦୀୟ ଷ୍ଟାଣ୍ଡିଂ କମିଟି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଟ୍ବିଟରକୁ ଆସନ୍ତା ଜୁନ 18 ତାରିଖ ଅପରାହ୍ନ 4ଟା ରେ ସଂସଦ କମ୍ପ୍ଲେକ୍ସରେ ପ୍ୟାନଲ ସମ୍ମୁଖରେ ହାଜର ହେବାକୁ ଏବଂ ସୋସିଆଲ ମିଡିଆ ତଥା ଅନଲାଇନ ଖବରର ଅପବ୍ୟବହାରକୁ କିପରି ରୋକାଯାଇ ପାରିବ ସେ ସମ୍ବନ୍ଧରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସଂସଦୀୟ କମିଟିର ସୂଚନା ଅନୁଯାୟୀ, ଟ୍ବିଟର ପ୍ରତିନିଧିମାନଙ୍କ ମତାମତ ଶୁଣିବା ପରେ ଇଲେକ୍ଟ୍ରୋନିକ୍ସ ଟେକ୍ନୋଲୋଜି ନାଗରିକଙ୍କ ଅଧିକାରର ସୁରକ୍ଷା ତଥା ସାମାଜିକ ବା ଅନଲାଇନ ନ୍ୟୁଜ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ରୋକିବା ସହ ଡିଜିଟାଲ ସ୍ପେଶରେ ମହିଳାଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି । ନୂତନ ଆଇଟି ନିୟମ ମାନିବା ପାଇଁ ନିକଟରେ କେନ୍ଦ୍ର ଟ୍ବିଟରକୁ ଚୂଡାନ୍ତ ବିଜ୍ଞପ୍ତି ଜାରି କରିଛି ।

ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସାଇବର ଲ' ଗୋଷ୍ଠୀ ସଂଯୋଜକ ରାକେଶ ମହେଶ୍ବରୀ ଟ୍ବିଟରକୁ ଏକ ପତ୍ର ମାଧ୍ୟମରେ ଲେଖିଛନ୍ତି ଯେ କେନ୍ଦ୍ରର ବାରମ୍ବାର ଚିଠି ସତ୍ତ୍ବେ ଟ୍ବିଟର ଉପଯୁକ୍ତ ସ୍ପଷ୍ଟୀକରଣ ପ୍ରଦାନ କରିବାରେ ବିଫଳ ହୋଇଛି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.