ETV Bharat / bharat

Parliament Winter Session: ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଯୁବ ସାଂସଦଙ୍କୁ ସୁଯୋଗ ଦିଆଯାଉ

author img

By

Published : Dec 7, 2022, 11:37 AM IST

Updated : Dec 7, 2022, 12:36 PM IST

ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ (Parliament Winter Session) । ଅଧିବେଶନ ପୂର୍ବରୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର 29 ତାରିଖ ଯାଏ ଅଧିବେଶନ ଚାଲିବ । ଏହା ପୂର୍ବରୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣମାଧ୍ୟମ ଜରିଆରେ ସମ୍ବୋଧନ କରି ଅଧିବେଶନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି,'' ଆଜି ଶୀତକାଳିନ ଅଧିବେଶନର ପ୍ରଥମ ଦିନ । ଦେଶ ସ୍ବାଧୀନତା ହାସଲ କରିବାକୁ 75 ବର୍ଷ ପୂରଣ ହୋଇଛି ତେଣୁ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ।'' ସମସ୍ତ ରାଜନୈତିକ ଦଳ ଓ ନେତାଙ୍କୁ ପ୍ରଥମ ଥର ହୋଇଥିବା ସାଂସଦ, ନୂଆ ସାଂସଦ ଓ ଯୁବ ସାଂସଦଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଶୀତ ଅଧିବେଶନର ଆଜି ପ୍ରଥମ ଦିନ ଏହା ଗୁରୁତ୍ବପୂର୍ଣ୍ଣ କାରଣ ଅଗଷ୍ଟ 15 ପୂର୍ବରୁ ଆମେ ସାକ୍ଷାତ ହୋଇଥିଲେ । ଆଜି ଏପରି ସମୟରେ ଆମେ ସାକ୍ଷାତ ହୋଇଛି ଯେଉଁଥିରେ ଦେଶକୁ ଜି-20ରେ ଅଧକ୍ଷତା କରିବାକୁ ସୁଯୋଗ ମିଳିଛି । ବିଶ୍ବରେ ଭାରତକୁ ଯେଉଁ ସ୍ଥାନ ମିଳିଛି ସେହି ସମୟରେ ଦେଶକୁ ଜି-20 ଅଧ୍ୟକ୍ଷତା ମିଳିବା ଏକ ବଡ ଅବସର । ଏହି ଜି-20 ସମ୍ମିଳନୀ କେବଳ ସମ୍ମିଳନୀ ନୁହେଁ ଏହା ଭାରତର ସାମର୍ଥ୍ୟକୁ ବିଶ୍ବ ଆଗରେ ପ୍ରକାଶ କରିବାର ଅବସର ।'' ବର୍ତ୍ତମାନର ସମୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । କେମିତି ବୈଷୟିକ ପରିସ୍ଥିତିରେ ଭାରତକୁ ଆଗକୁ ନିଆଯାଇପାରିବ ସେନେଇ ପ୍ରଧାନମନ୍ତ୍ରୀ ସମ୍ବୋଧନରେ କହିଛନ୍ତି ।

ସମସ୍ତ ରାଜନୈତିକ ଦଳ ଓ ଫ୍ଲୋର ନେତାମାନଙ୍କୁ ଯୁବ ସାଂସଦ, ନୂଆ ସାସଂଦମାନଙ୍କୁ ଗୃହରେ ଅଧିକରୁ ଅଧିକରୁ ଅଧିକ ସୁଯୋଗ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଂସଦମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ଏବଂ ଗଣତନ୍ତ୍ରର ଭବିଷ୍ୟତ ପିଢିକୁ ପ୍ରସ୍ତୁତ କରିବାକୁ ଏବଂ ଆଲୋଚନାରେ ସେମାନଙ୍କର ଅଂଶଗ୍ରହଣକୁ ଅଧିକରୁ ଅଧିକ ସୁଯୋଗ ଦେବାକୁ କହିଛନ୍ତି । ଏହି ଅଧିବେଶନରେ ଦେଶକୁ ବିକାଶର ନୂତନ ଶିଖରକୁ ନେବାକୁ ତଥା ବର୍ତ୍ତମାନର ବିଶ୍ବ ପରିସ୍ଥିତି ମଧ୍ୟରେ ଦେଶକୁ ଆଗକୁ ନେବା ପାଇଁ ନୂତନ ସୁଯୋଗକୁ ଧ୍ୟାନରେ ରଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରୟାସ କରାଯିବ । ମୁଁ ନିଶ୍ଚିତ ଯେ ସମସ୍ତ ରାଜନୈତିକ ଦଳ ଚର୍ଚ୍ଚାକୁ ମୂଲ୍ୟବୃଦ୍ଧି କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏଥର ପ୍ରଥମ ଥର ପାଇଁ ଉପରାଷ୍ଟ୍ରପତି ଜଗଦୀପ ଧନଖର ରାଜ୍ୟସଭାରେ ଅଧକ୍ଷତା କରିବେ । ଆଦିବାସୀ ଝିଅ ଦୌପଦୀ ମୁର୍ମୁ ଆମ ରାଷ୍ଟ୍ରପତି ଚାଷୀପୁଅ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି । ସେମାନେ ଦେଶକୁ ଗର୍ବିତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Dec 7, 2022, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.