ETV Bharat / bharat

ଖାଡେଗଙ୍କ ବିବାଦୀୟ ବୟାନ ନେଇ ଗୃହରେ ହଙ୍ଗାମା, କ୍ଷମା ଦାବି କଲା BJP - ମଲ୍ଲିକାର୍ଜୁନଙ୍କ ବିବାଦୀୟ ବୟାନ

ସଂସଦ ଶୀତ ଅଧିବେଶନରେ କଂଗ୍ରେସ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ପରିସ୍ଥିତି ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କ ବୟାନକୁ ନେଇ ଭୁଲ ମାଗିବାକୁ ଦାବି କରିଛି ବିଜେପି । ଅଧିକ ପଢନ୍ତୁ

congress chief mallikarjun kharges
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ
author img

By

Published : Dec 20, 2022, 6:42 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖାଡଗେଙ୍କ ବିବାଦୀୟ ବୟାନକୁ ନେଇ ସଂସଦରେ ହଙ୍ଗାମା ହୋଇଛି । ବିଜେପି ଓ କଂଗ୍ରେସ ଗୃହରେ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଦେଇଥିବା ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଗୃହରେ ଦାବି କରିଛି ବିଜେପି ( bjp demand congress chief apology ) । ସେପଟେ କ୍ଷମା ନମାଗିବାକୁ ସିଧା ସିଧା ମନା କରି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ । କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ ଖାଡଗେ ନିଜ ବୟାନରେ ଅସଭ୍ୟ ଭାଷା ପ୍ରୟୋଗ କରିଥିବା କହିଛନ୍ତି । ତେଣୁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରି କଣ ଗାନ୍ଧୀ ପରିବାର ଏପରି ଅପଶବ୍ଦକୁ ପସନ୍ଦ କରେ ବୋଲି ପ୍ରଶ୍ନ ପଚାରିଛନ୍ତି ।

ଗତକାଲି (ସୋମବାର) ରାଜସ୍ଥାନ ଅଲୱାରରେ ଏକ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଦେଶର ସ୍ବାଧୀନତାକୁ ନେଇ ବୟାନ ଦେଇଥିଲେ । ସେ କହିଥିଲେ, '' ବହୁ ପୁରାତନ ଦଳ କଂଗ୍ରେସ ଦେଶକୁ ସ୍ବାଧୀନତା ଦେଇଥିଲା । ଏହାର ନେତା ଯେପରି ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ଦେଶ ପାଇଁ ଜୀବନ ଦେଇଥିଲେ । ତୁମର (ବିଜେପି) ଘରେ ଥିବା ପୋଷା କୁକୁର ଦେଶ ପାଇଁ ଜୀବନ ଦେଇଛି କି ? ଆପଣଙ୍କ ଘରେ କେହି ଦେଶ ପାଇଁ ବଳିଦାନ ଦେଇଛି କି ? ବିଜେପି ନିଜକୁ ଦେଶଭକ୍ତ ବୋଲି ବୋଲାଉଛି କିନ୍ତୁ ଆମେ ଯେତେବେଳେ କିଛି କହିଥାଉ ସେତେବେଳେ ଆମକୁ ଦେଶଦ୍ରୋହୀ ବୋଲି କହୁଛି ।'' ଖାଡଗେଙ୍କ ଏହି ବୟାନକୁ ନେଇ ଏବେ ସଂସଦରେ ହଙ୍ଗମା ଆରମ୍ଭ ହୋଇଯାଇଥିଲା । ଶାସକ ବିରୋଧୀ ମଧ୍ୟରେ ତୁ ତୁ ମେଁ ମେଁ ପରିସ୍ଥିତି ଉପୁଜିଥିଲା । କଂଗ୍ରେସ ମଲ୍ଲିକାର୍ଜୁନଙ୍କୁ ଏହି ବୟାନ ପାଇଁ କ୍ଷମା ମାଗିବାକୁ ଦାବି କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ବୟାନରେ ଅସଭ୍ୟ ଭାଷା ପ୍ରୟୋଗ କରିଥିବା ଗୃହରେ ଦାବି କରିଥିଲେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ ।

ଏହା ବି ପଢନ୍ତୁ...Lok Sabha: ପୁଣି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇଲେ ସାଂସଦ ସୁରେଶ ପୂଜାରୀ

କଂଗ୍ରେସର କ୍ଷମା ଦାବିକୁ ନେଇ ମଲ୍ଲିକାର୍ଜୁନ କହିଛନ୍ତି, ''ମୁଁ ସଂସଦରେ ନୁହେଁ ବାହାରେ ଏଭଳି ବୟାନ ଦେଇଛି ତେଣୁ କ୍ଷମା ମାଗିବି ନାହିଁ। ସେମାନେ (ବିଜେପି) କ୍ଷମା ମାଗିବା ଲୋକ । ଯଦି ମୁଁ ବାହାରେ କହିଥିବା କଥାକୁ ଦୋହରାଏ ତେବେ ସେମାନଙ୍କ ପାଇଁ କଷ୍ଟକର ହେବ । କ୍ଷମା ମାଗିବା ଲୋକ ଲୋକଙ୍କୁ କହୁଛନ୍ତି କିଏ ସ୍ବାଧୀନତା ସଂଗ୍ରାମ କରିଥିଲା । ମୁଁ କହିଥିଲେ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ବଳିଦାନ ଦେଇଛନ୍ତି । ତୁମ ମଧ୍ୟରୁ କିଏ ଦେଶ ପାଇଁ ଜୀବନ ଦେଇଛି କି ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.