ETV Bharat / bharat

Winter Session: ସାବାଡ ହେବେ ସାମୁଦ୍ରିକ ଲୁଟେରା, ମେରିଟାଇମ ଆଣ୍ଟି ପାଇରେସି ବିଲ ପାରିତ - ମେରିଟାଇମ ଆଣ୍ଟି ପାଇରେସି ବିଲ ପାରିତ

ସଂସଦ ଶୀତକାଳୀନ ଅଧିବେଶନରେ ସଂସଦରେ ମେରିଟାଇମ ଆଣ୍ଟି ପାଇରେସି ବିଲ ପାରିତ ହୋଇଛି । ସୋମବାର ଲୋକସଭାରେ ଏହା ଗୃହିତ ହେବା ପରେ ରାଜ୍ୟସଭାରେ ଏହି ବିଲକୁ ମଞ୍ଜୁରି ମିଳିଛି । ଅଧିକ ପଢନ୍ତୁ

Winter Session 2022
maritime anti piracy bill passed
author img

By

Published : Dec 22, 2022, 7:37 AM IST

ନୂଆଦିଲ୍ଲୀ: ସାମୁଦ୍ରିକ ଲୁଟେରାଙ୍କୁ ନେଇ ନିର୍ମିତ ଅନେକ ଚଳଚ୍ଚିତ୍ର ଯେପରି ପାୟରେଟସ ଅଫ ଦି କାରିବିୟନ, କ୍ୟାପ୍ଟେନ ଫିଲିପ୍ପ ଆଜି ବି ଲୋକଙ୍କ ମନରେ ରହିଛି । ସାମୁଦ୍ରିକ ଲୁଟେରା ଭୟଙ୍କର ହୋଇଥାନ୍ତି । ଭାରତ ମଧ୍ୟ ଏହି ସାମୁଦ୍ରିକ ଲୁଟେରାଙ୍କ ପାଇଁ ଚିନ୍ତାରେ ରହିଛି । ହେଲେ ଏବେ ସାବାଡ ହେବେ ସାମୁଦ୍ରିକ ଲୁଟେରା । ଆଉ ଏହି ଲୁଟେରାଙ୍କୁ ତ୍ରାହି ମିଳିବ ନାହିଁ । ସମୁଦ୍ରରେ ହେଉଥିବା ଅପରାଧୀଙ୍କ ମୁକାବିଲା କରିବା ଏକ ନୂଆ ଆଇନ ଆସିଛି । ଏହା ସହିତ ସାମୁଦ୍ରିକ ବ୍ୟବସାୟକୁ ମଜବୁତ କରିବା ତଥା ଏହାକୁ ସୁରକ୍ଷା ଯୋଗାଇବା ପରିପ୍ରେକ୍ଷୀରେ ମେରିଟାଇମ ଆଣ୍ଟି ପାଇରେସି ବିଲ 2019 ସଂସଦରେ ପାରିତ ହୋଇଛି ।

ପ୍ରଥମେ ଲୋକସଭାରେ ଗୃହିତ ହେବା ପରେ ବୁଧବାର ରାଜ୍ୟସଭାରେ ଏହାକୁ ମଞ୍ଜୁରୀ ମିଳିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହାକୁ ରାଜ୍ୟସଭାରେ ଆଗତ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଛି । ଏହି ଆଇନ ଦ୍ବାରା ସାମୁଦ୍ରିକ ଲୁଟେରାଙ୍କ ଆଉ ବର୍ତ୍ତି ପାରିବେ ନାହିଁ । ସାମୁଦ୍ରିକ ଲୁଟେରା ବା ଜଳଦସ୍ୟୁଙ୍କ ପାଇଁ ଭାରତ ବହୁ ସମସ୍ୟାର ସମ୍ମୁଖୀନ ହେଇଥିଲା । ପୂର୍ବରୁ ଏନେଇ କୌଣସି ଆଇନ ନଥିଲା । ଅନ୍ତର୍ଜାତୀୟ ଜଳ କ୍ଷେତ୍ର (High Sea)ରେ ପାଇରେସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବେ ଭାରତ ପାଖରେ ନିଜର ଆଇନ ପ୍ରସ୍ତୁତ କରାଯାଇଛି ।

ଏହା ବି ପଢନ୍ତୁ...Winter Session2022: ମୋଦି ସରକାରଙ୍କ ସଂକଳ୍ପ ନିଶାମୁକ୍ତ ଭାରତ: ଗୃହମନ୍ତ୍ରୀ

କଣ ମେରିଟାଇମ ଆଣ୍ଟି ପାଇରେସି ବିଲ

ମେରିଟାଇମ ଆଣ୍ଟି ପାଇରେସି ବିଲକୁ 2019 ଡିସେମ୍ବର 9ରେ ଲୋକସଭାରେ ଆଗତ କରାଯାଇଥିଲା। ଏହାକୁ ବିଦେଶ ବ୍ୟାପାର ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି ନିକଟକୁ ପଠାଯାଇଥିଲା । 2021 ଫେବ୍ରୁଆରୀରେ ସ୍ଥାୟୀ କମିଟି ଏହାକୁ ନେଇ ରିପୋର୍ଟ ଦେଇଥିଲା । କମିଟିକ ଅଧିକାଂଶ ସୁପାରିଶକୁ ବିଲରେ ସାମିଲ କରାଯାଇ ଏହାକୁ ଆଗତ କରାଯାଇଥିଲା । ଏହାପରେ ସଂସଦ ଉଭୟ ଗୃହରେ ଏହା ପାରିତ ହୋଇଛି । ଜଳଦସ୍ୟୁ ନେଇ ଉପୁଜୁଥିବା ସମସ୍ୟାରୁ ମୁକ୍ତି ପାଇଁ ଏହି ଆଇନ ଆସିଛି ।

ଏହା ବି ପଢନ୍ତୁ....RajyaSabha: ଦେଶରେ 3 ବର୍ଷରେ ହୋଇଛି 2 ହଜାରରୁ ଅଧିକ ବାଲ୍ୟ ବିବାହ

ଆଣ୍ଟି ମେରିଟାଇମ ପାଇରେସି ଆଇନ ଦ୍ବାରା ସମୁଦ୍ରରେ ହେଉଥିବା ଅପରାଧ ସହିତ ମୁକାବିଲା ସହଜ ହେବ । ସାମୁଦ୍ରିକ ସୁରକ୍ଷା ବଢିବ ଏବଂ ଭାରତରେ ସାମୁଦ୍ରିକ ବ୍ୟବସାୟ ଅଧିକ ସୁରକ୍ଷିତ ହେବ । ସମୁଦ୍ରରେ ସୁରକ୍ଷା ବଢିଲେ ବ୍ୟାପାର ବଢିବ । ଆର୍ଥିକ ସୁବିଧା ଦିଗରେ ଭାରତକୁ ସାମୁଦ୍ରିକ ମାର୍ଗରେ ଅଧିକ ସୁରକ୍ଷା ଆବଶ୍ୟକ । ଦେଶର 90 ପ୍ରତିଶତ ବ୍ୟବସାୟ ସାମୁଦ୍ରିକ ମାର୍ଗରେ ହୋଇଥାଏ । ଦେଶର ହାଇଡ୍ରୋକାର୍ବନ ଆବଶ୍ୟକତାର 80 ପ୍ରତିଶତରୁ ଅଧିକ ସମୁଦ୍ରରୁ ପୂରଣ ହୋଇଥାଏ । ଏହି ଆଇନ ଅନ୍ତରାଷ୍ଟ୍ରୀୟ ଜଳମାର୍ଗରେ ଭାରତର ଜାହାଜ ଏବଂ ନୌକାର ସୁରକ୍ଷାକୁ ସୁନିଶ୍ଚିନ୍ତ କରିବ । ସାମୁଦ୍ରିକ ଲୁଟେରାଙ୍କ ଉପେର କାର୍ଯ୍ୟନୁଷ୍ଠାନ ନେବା ସହଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.