ETV Bharat / bharat

Budget Session: ଦୁଇଟି ସିଫ୍ଟରେ ଚାଲିବ ସଂସଦ କାର୍ଯ୍ୟ - ଦୁଇଟି ସିଫ୍ଟରେ ଚାଲିବ ସଂସଦ

ଜାନୁଆରୀ 31ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । କୋରୋନା ଯୋଗୁଁ ଚଳିତ ବର୍ଷ ବଜେଟ ଅଧିବେଶନ ସମୟରେ ଦୁଇଟି ସିଫ୍ଟରେ ଗୃହକାର୍ଯ୍ୟ ଚାଲିବ । ଅଧିକ ପଢନ୍ତୁ

Budget Session: ଦୁଇଟି ସିଫ୍ଟରେ ଚାଲିବ ସଂସଦ କାର୍ଯ୍ୟ

author img

By

Published : Jan 25, 2022, 8:37 AM IST

ନୂଆଦିଲ୍ଲୀ: ଜାନୁୟାରୀ 31ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ଫେବୃୟାରୀ 1ରେ ଆଗତ ହେବ କେନ୍ଦ୍ର ବଜେଟ । କୋରୋନା ଯୋଗୁଁ ଚଳିତ ବର୍ଷ ବଜେଟ ଅଧିବେଶନ ସମୟରେ ଦୁଇଟି ସିଫ୍ଟରେ ଗୃହକାର୍ଯ୍ୟ ଚାଲିବ । ରାଜ୍ୟସଭା ସକାଳ ୧୦ ଟାରୁ ୩ଟା ପର୍ଯ୍ୟନ୍ତ ଏବଂ ଲୋକସଭା ଅପରାହ୍ନ ୪ ଟାରୁ ୯ ଟା ପର୍ଯ୍ୟନ୍ତ ଚାଲିବ।

ଚଳିତ ବର୍ଷ ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ଏବଂ ମାର୍ଚ୍ଚ ୧୪ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। କୋରୋନା ନିୟମ ଅନୁଯାୟୀ ଉଭୟ ଗୃହକାର୍ଯ୍ୟ ଆରମ୍ଭ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରୀ 31 ରେ ଉଭୟ ଗୃହକୁ ସମ୍ବୋଧିତ କରିବେ ।

ଏକ ବୁଲେଟିନ ଜାରି କରି କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭା ଚାମ୍ବର ଏବଂ ଗ୍ୟାଲେରୀ କୋରୋନା ମହାମାରୀ ପରେ ସଦସ୍ୟଙ୍କ ବସିବା ପାଇଁ ବ୍ୟବହୃତ ହେବ। ଅଧିବେଶନ ପୂର୍ବରୁ ୧୦ଟା ୩୦ ସୁଦ୍ଧା ସମସ୍ତ ସଦସ୍ୟ ସଂସଦରେ ପହଞ୍ଚିବାକୁ ବୁଲେଟିନରେ କୁହାଯାଇଛି । ଏଥି ସହ ୧୦ଟା ୫୫ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସେଣ୍ଟ୍ରାଲ ହଲରେ ପହଞ୍ଚିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.