ETV Bharat / bharat

ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ପ୍ରତିକ୍ରିୟା ରଖିଲେ ମାଷ୍ଟରମାଇଣ୍ଡ ଲଲିତଙ୍କ ବାପା ମା’

author img

By ETV Bharat Odisha Team

Published : Dec 16, 2023, 9:57 PM IST

Parliament Security Breach: ଲୋକସଭା ସଂସଦରରେ ଘଟିଥିବା ଘଟଣାକୁ ନେଇ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଲିତଙ୍କ ପିତାମାତା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

Parliament Security Breach
Parliament Security Breach

Parliament Security Breach

ପାଟନା: ଡିସେମ୍ବର 13 ରେ ଲୋକସଭାରେ କିଛି ଲୋକ ସଂସଦର ସୁରକ୍ଷା ଭଙ୍ଗ କରି ପ୍ରବେଶ କରିଥିଲେ । ସଂସଦ ପରି ଦେଶର ସର୍ବୋଚ୍ଚ ପଞ୍ଚାୟତରେ ଅଭେଦ୍ଯ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଅନୁପ୍ରବେଶ କରିବା ସହ ଗୃହକୁ ହଳଦିଆ ରଙ୍ଗ ବାହାରି ଗୃହକୁ ଧୂଆଁ ମୟ କରି ଦେଇଥିଲା । ଏହି ସମଗ୍ର ବିଷୟ ବିହାରର ଦରଭଙ୍ଗା ସହିତ ଜଡ଼ିତ । କାରଣ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିବା ଲଲିତ ଝା ଦରଭଙ୍ଗା ଆଲିନାଗର ବ୍ଲକର ରାମପୁର ଉଦୟ ଗାଁର ବାସିନ୍ଦା ।

ତେବେ ସଂସଦରରେ ଘଟିଥିବା ଏଭଳି ଘଟଣାକୁ ନେଇ ଲଲିତଙ୍କ ପିତାମାତାଙ୍କ କହିବା ଅନୁସାରେ, ପୂର୍ବରୁ ଲଲିତ ଘରେ କିମ୍ବା ବାହାରେ ଏପରି କିଛି କରିନାହାଁନ୍ତି । ସେ କେବେ ଏଭଳି କିଛି କାମ କରିନାହିଁ ଯାହା ସେମାନକୁ ଲଲିତ ଉପରେ ସନ୍ଦେହ କରିବ । ଗାଡିରେ ବସିବା ପରେ ଲଲିତ କହିଥିଲା ଯେ, ସେ ତାଙ୍କ ସାଙ୍ଗଙ୍କୁ ଭେଟିବାକୁ ଦିଲ୍ଲୀ ଯାଉଛି । ଦିଲ୍ଲୀ ଯିବା ସମୟରେ ଲଲିତକୁ 250 ଟଙ୍କା ଦେଇଥିଲେ । ଲଲିତଙ୍କ ପିତାମାତାଙ୍କର କୌଣସି ଧାରଣା ନଥିଲା ସେମାନଙ୍କ ପୁଅର ନାଁ ଏଭଳି ଗୁରୁତର ମାମଲା ସହ ଜଡିତ ହେବ ।

ତେବେ ଲଲିତର ବାପା ଦେବାନନ୍ଦ ଝା କହିଛନ୍ତି, "ଲଲିତ ଟ୍ରେନରେ ବସିବା ପରେ କହିଥିଲେ ଯେ, ମୁଁ ଦୁଇ ଚାରି ଦିନ ପାଇଁ ଦିଲ୍ଲୀ ଯାଉଛି । ସେଠାରେ ମୋର ସାଙ୍ଗମାନଙ୍କ ସହ ଦେଖା କରି ଫେରି ଆସିବି । ପୁଅ ସେଠାକୁ କଣ ପାଇଁ ଯାଉଛି , କେଉଁଠାକୁ ଯାଉଛନ୍ତି ଓ କାହିଁକି ଯାଉଛି ଏହା ବିଷୟରେ ଆମକୁ କିଛି ଜଣାନଥିଲା । ଯେତେବେଳେ ଲଲିତ ଆଶୀର୍ବାଦ ନେଇ ଯାଉଥିଲା ସେତେବେଳେ ତାକୁ 250 ଟଙ୍କା ଦେଇ ଏହି ଟଙ୍କାରେ ସେଠାରୁ କିଛି କିଣି ଖାଇବାକୁ କହିଥିଲି ।"

ଦେବନନ୍ଦ ଝା ଏହା ମଧ୍ୟ କହିଛନ୍ତି ଯେ, ଦାରଭଙ୍ଗା ଯିବାବେଳେ ଲଲିତ ଆମକୁ କହିଥିଲେ ଯେ, ତୁମେ ଆରାମରେ ଘରକୁ ଯାଅ । ମୁଁ ମଧ୍ୟ ରାତି 8 ଟାରେ ଦିଲ୍ଲୀ ଯିବି ଏବଂ ଦୁଇ ଚାରି ଦିନ ରହି ଫେରିଆସିବି । ପୂର୍ବରୁ ଲଲିତ କୌଣସି ଭୁଲ କାର୍ଯ୍ୟ କରୁଥିବା ଦେଖିନଥିଲୁ । ଏହା ପୂର୍ବରୁ ମଧ୍ୟ ସେ ଦୁଇ-ତିନିଥର ଦିଲ୍ଲୀ ଯାଇଥିଲେ । ସେ କେଉଁ କାମ ପାଇଁ ଦିଲ୍ଲୀ ଯାଇଥିଲେ ଆମକୁ ସେ ବିଷୟରେ କଦାପି ଜଣାଇ ନାହିଁ ।

ସେପଟେ ଲଲିତର ମାଆ ମଞ୍ଜୁଲତା ଝା କହିଛନ୍ତି, "ମୋ ପୁଅ ଭାଗବତ ସିଂଙ୍କ ଚିତ୍ରକୁ ପୂଜା କରେ । ଆମେ କେବଳ ଏତିକି ଜାଣିଛୁ । ଏହା ବ୍ୟତୀତ ଆମ ପାଖରେ ଅନ୍ୟ କୌଣସି ସୂଚନା ନାହିଁ । ଲଲିତ ଭାଗବତ ସିଂଙ୍କୁ ତାର ଗୁରୁ ବୋଲି ମାନୁଥିଲା । ଆମ ପୁଅ ବହୁତ ଭଲ । ଏହା କିପରି ଘଟିଲା ଆମେ ବୁଝିପାରୁନାହୁଁ । ଲଲିତଙ୍କୁ ଭେଟିବା ପାଇଁ ଘରକୁ କେହି ଆସୁ ନଥିଲେ । ସେ ଘର ବାହାରେ କଣ କରିଥିଲା ସେ ବିଷୟରେ ଆମେ କିଛି ଜାଣି ନାହୁଁ । ଆଜି ପର୍ଯ୍ୟନ୍ତ ସେପରି କୌଣସି କାର୍ଯ୍ୟକଳାପ କରିନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ.......ଲୋକସଭାରେ ପଶିଲେ ସନ୍ଦିଗ୍ଧ: ସାଂସଦମାନେ ଭୟଭୀତ, 2 ଜଣଙ୍କୁ କାବୁ କଲେ ସୁରକ୍ଷା କର୍ମୀ, ପୁଣି ଚାଲିଲା ଗୃହ

ତେବେ ଲଲିତଙ୍କ ପଡୋଶୀ ସୁମନ ଝା କହିଛନ୍ତି ଯେ, ସେ ଗତ ଏକ ବର୍ଷ ଧରି ଗାଁକୁ ଆସିନାହାଁନ୍ତି । ପିଲାଦିନରୁ ଶାନ୍ତ ପ୍ରକୃତିର ଥିଲା । ଏହି ଗାଁର ବିଦ୍ୟାଳୟରେ ପ୍ରାଥମିକ ପାଠପଢ଼ା ଶେଷ କରିବା ପରେ ସେ କୋଲକାତା ଯାଇଥିଲେ । ଏଭଳି ଘଟଣାକୁ ନେଇ ଲିଲତର ବାପା ମାଆ ବଦୁତ ଚିନ୍ତାରେ ଅଛନ୍ତି । ଗତକାଲି ଆମେ ଜାଣିବାକୁ ପାଇଲୁ ଯେ ସଂସଦ ଘଟଣାରେ ଲଲିତଙ୍କ ନାମ ମାଷ୍ଟରମାଇଣ୍ଡ ଭାବରେ ଆସିଛି । ସୂଚନା ପାଇବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଛୁ । କାରଣ ଲଲିତ ଏହି ପ୍ରକାର ପିଲା ନଥିଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.