ETV Bharat / bharat

ସଂସଦ ସୁରକ୍ଷା ଭଙ୍ଗର ଛାନଭିନ୍: ପାର୍ଲାମେଣ୍ଟରେ ଦିଲ୍ଲୀ ପୋଲିସ-ସିଆରପିଏଫ୍ ଡିଜି, ଅଭିଯୁକ୍ତଙ୍କୁ ଗୁଇନ୍ଦା ଜେରା, ଗାଁକୁ ଗଲା ତଦନ୍ତ ଟିମ୍ - ଗୁଇନ୍ଦା ତଦନ୍ତ

Parliament Security breach: ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ଦିଲ୍ଲୀ ପୋଲିସ ଏବଂ ଗୁଇନ୍ଦା ବିଭାଗର ଛାନଭିନ୍ । ଲୋକସଭାରେ ପଶିଥିବା 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରୁଛି ଗୁଇନ୍ଦା ଟିମ୍। ଅଧିକ ଯାଞ୍ଚ ପାଇଁ ଅଭିଯୁକ୍ତମାନଙ୍କ ଗାଁକୁ ଗଲେ ତଦନ୍ତ ଟିମ୍ । ଅଧିକ ପଢ଼ନ୍ତୁ

ସଂସଦ ସୁରକ୍ଷା ଭଙ୍ଗର ଛାନଭିନ୍
ସଂସଦ ସୁରକ୍ଷା ଭଙ୍ଗର ଛାନଭିନ୍
author img

By ANI

Published : Dec 13, 2023, 4:44 PM IST

Updated : Dec 13, 2023, 5:58 PM IST

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଭଙ୍ଗ ଘଟଣାର ଛାନଭିନ ଆରମ୍ଭ ହୋଇଛି । ଦିଲ୍ଲୀ ପୋଲିସ ଏବଂ ଗୁଇନ୍ଦା ବିଭାଗ ପକ୍ଷରୁ ତଦନ୍ତ ଚାଲିଛି । ଗୁଇନ୍ଦା ଟିମ୍ ସଂସଦ ଭବନରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି । ଲୋକସଭାରେ ଭିତରେ ପଶି, ଦର୍ଶକ ଗ୍ୟାଲେରୀରୁ ଗୃହ ଭିତରକୁ ଡେଇଁଥିବା ଦୁଇ ଜଣ ଅଭିଯୁକ୍ତ ସାଗର ଶର୍ମା ଏବଂ ମନୋରଞ୍ଜନଙ୍କୁ ଗୁଇନ୍ଦା ଟିମ୍ ଜେରା କରିଛି । ଏହାସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ଯ ପଚରା ଉଚରା କରାଯାଉଛି। ଗୁଇନ୍ଦା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ , 6 ଜଣ ଯାକ ଅଭିଯୁକ୍ତଙ୍କ ଜନ୍ମସ୍ଥାନକୁ ପଠାଯାଇଛି ।

ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାରେ ଅଭଯୁକ୍ତ ନୀଲମ ଏବଂ ଅମୋଲଙ୍କୁ ଗୃହ ବାହାରେ କାବୁ କରିଥିଲେ ସୁରକ୍ଷା କର୍ମୀ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସେମାନେ ଲୋକସଭା ଭିତରକୁ ମୋବାଇଲ୍ ଫୋନ୍ ନେଇ ନଥିଲେ। ସେମାନଙ୍କ ବ୍ଯାଗରେ କୌଣସି ପରିଚୟ ପତ୍ର ମଧ୍ଯ ନଥିଲା । ଆଇବି ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ଶର୍ମାର ଘର ମହୀଶୂର । ଅଭିଯୁକ୍ତମାନଙ୍କ ଫୋନ ଜବତ ସହ, ସେମାନେ ଲିଙ୍କ ଥିବା ସଂସ୍ଥାଗୁଡ଼ିକ ଉପରେ ତଦନ୍ତ କରାଯାଉଛି । ସେମାନଙ୍କଠାରୁ ଜବତ ଲିଖିତ ସାମଗ୍ରୀର ମଧ୍ୟ ଅନୁସନ୍ଧାନ କରାଯାଉଛି । ସିସିଟିଭି ଫୁଟେଜ ଯାଞ୍ଚ ସହ ଅଭିଯୁକ୍ତମାନଙ୍କ ଗତିବିଧି ଅନୁଧ୍ୟାନ କରାଯାଉଛି ।

ଅଧିକ ପଢ଼ନ୍ତୁ: ଲୋକସଭାରେ ପଶିଲେ ସନ୍ଦିଗ୍ଧ: ସାଂସଦମାନେ ଭୟଭୀତ, 2 ଜଣଙ୍କୁ କାବୁ କଲେ ସୁରକ୍ଷା କର୍ମୀ, ପୁଣି ଚାଲିଲା ଗୃହ

ପୁରୁଣା ସଂସଦ ଭବନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର 22 ବର୍ଷ ପୂର୍ତ୍ତିରେ ନୂଆ ସଂସଦରେ ସୁରକ୍ଷା ଉଲ୍ଲଂଘନ ଘଟଣା, ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଘଟଣାକୁ ଗମ୍ଭୀରତାର ସହ ନେବା ସହିତ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ଲୋକସଭାର ଶୂନ୍ୟକାଳରେ ଘଟିଥିଲା ଏହି ଅଘଟଣ। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ, ପୋଲିସ କମିଶନର ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି । 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବ ପୋଲିସ କମିଶନର ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ସଂସଦରେ ଆତଙ୍କୀ ହାମଲାକୁ ପୁରିଲା 22 ବର୍ଷ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା

ସୁରକ୍ଷା ଉଲ୍ଲଂଘନକୁ ନେଇ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଅଭିଯୁକ୍ତମାନଙ୍କୁ ଗିରଫ ସହ ଗୃହ ଭିତରେ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ପରେ ପୁଣି ଥରେ ଲୋକସଭା କାର୍ଯ୍ୟ ସ୍ବାଭାବିକ ହୋଇଥିଲା । ଲୋକସଭା ଭିତରେ ସନ୍ଦିଗ୍ଧ ପ୍ରବେଶ ଘଟଣାକୁ ନେଇ ଦଳମତ ନିର୍ବିଶେଷରେ ସବୁ ଦଳର ସାଂସଦମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେପଟେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡ଼ଗେ । ଖଡ଼ଗେ ଉଦବେଗ ପ୍ରକାଶ କରିବା ସହ ରାଜ୍ୟସଭା କାର୍ଯ୍ଯକୁ ବାତିଲ କରିବାକୁ ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି । ଏହାସହ ଗୃହମନ୍ତ୍ରୀ ଅମିତ ଶାହ ଶୀଘ୍ର ଆସି ଘଟଣା ସଂପର୍କରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଛନ୍ତି ଖଡ଼ଗେ ।

୨୦୦୧ ଡିସେମ୍ବର ୧୩, ଆଜିର ଦିନରେ ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ଏବଂ ଜୈଶ-ଇ-ମହମ୍ମଦ ସମର୍ଥିତ ଆତଙ୍କୀ ହମଲାରେ ପାର୍ଲାମେଣ୍ଟର ସୁରକ୍ଷାକର୍ମୀମାନଙ୍କ ସମେତ ମୋଟ ୯ ଜଣ ଶହିଦ ହୋଇଥିଲେ । ଦେଶ ୨୨ ବର୍ଷ ତଳର ଆତଙ୍କୀ ହମଲାରେ ପ୍ରାଣବଳୀ ଦେଇଥିବା ସୁରକ୍ଷାକର୍ମୀଙ୍କ ଉଦ୍ଦେଶ୍ୟରେ ଆଜି ସଂସଦ ପରିସରରେ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ବେଳେ, ସଂସଦରେ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2023, 5:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.