ETV Bharat / bharat

ସଂସଦ କାଣ୍ଡ: ଆସନ୍ତା ସପ୍ତାହରେ ମହିଳା ଅଭିଯୁକ୍ତ ନିଲମଙ୍କ ବେଲ ଆବେଦନର ଶୁଣାଣି

author img

By ETV Bharat Odisha Team

Published : Jan 10, 2024, 10:58 PM IST

Parliament security breach: ଆସନ୍ତା ସପ୍ତାହରେ ମହିଳା ଅଭିଯୁକ୍ତ ନିଲମଙ୍କ ବେଲ ଆବେଦନର ଶୁଣାଣି କରିବେ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ । ଅଧିକ ପଢନ୍ତୁ

ସଂସଦ କାଣ୍ଡ: ଆସନ୍ତା ସପ୍ତାହରେ ମହିଳା ଅଭିଯୁକ୍ତ ନିଲମଙ୍କ ବେଲ ଆବେଦନର ଶୁଣାଣି
ସଂସଦ କାଣ୍ଡ: ଆସନ୍ତା ସପ୍ତାହରେ ମହିଳା ଅଭିଯୁକ୍ତ ନିଲମଙ୍କ ବେଲ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସଂସଦ ସୁରକ୍ଷା ବିଭ୍ରାଟ ମାମଲାର ଏକମାତ୍ର ମହିଳା ଅଭିଯୁକ୍ତ ନିଲମ ଯାଦବଙ୍କ ବେଲ ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ କରିବେ ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ । ଜାନୁଆରୀ 16ରେ ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ । ଡିସେମ୍ବର 13 ତାରିଖରେ ହୋଇଥିବା ଏହି ବହୁଚର୍ଚ୍ଚିତ ସୁରକ୍ଷା ବିଭ୍ରାଟ କାଣ୍ଡରେ ମୋଟ 6 ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଏକମାତ୍ର ମହିଳା ଅଭିଯୁକ୍ତ ହେଉଛନ୍ତି ନିଲମ । ପୂର୍ବରୁ ଏହି ମାମଲାରେ ତଦନ୍ତ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ ଜଜ ହାର୍ଦ୍ଦିକ କୌରଙ୍କ ଦ୍ୱାରା ଏହି ମାମଲାର ଶୁଣାଣି ସ୍ଥଗିତ ରଖାଯାଇଥିଲା ।

ନିଲମ ବେଲ ଆବେଦନ କରିବା ପରେ କୋର୍ଟ ଦିଲ୍ଲୀ ପୋଲିସକୁ ଏହା ଉପରେ ଏକ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ତାଙ୍କୁ ପୋଲିସ ରିମାଣ୍ଡ ଅବଧି ମଧ୍ୟରେ ଆଇନଗତ ସହାୟତା ପାଇଁ ଆଇନଜୀବୀଙ୍କ ସହ ପରାମର୍ଶ କରିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ କରିଥିଲେ ନିଲମ । ତାଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଥିବା ଅଭିଯୋଗରେ ସେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା କୋର୍ଟ ଏହି ଅଭିଯୋଗକୁ ସତ୍ୟ ବୋଲି ଗ୍ରହଣ କରିନଥିଲେ । ଦିଲ୍ଲୀ ପୋଲିସର ତଦନ୍ତକାରୀ ଅଧିକାରୀଙ୍କ ଅନୁପସ୍ଥିତି କାରଣରୁ ତାଙ୍କ ବେଲ ପିଟିସନ ସ୍ଥଗିତ ରଖାଯାଇଥିଲା ବେଳେ 16 ତାରିଖରେ ଏହା ଉପରେ ଶୁଣାଣି ହେବ । ଏବେ ସମସ୍ତ 6 ଅଭିଯୁକ୍ତ ପୋଲିସ ରିମାଣ୍ଡରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଅଭିଷେକ ବାନାର୍ଜୀ

ଡିସେମ୍ବର 13 ତାରିଖରେ 2001 ସଂସଦ ଆକ୍ରମର 22ତମ ବାର୍ଷିକୀରେ ଏହି ସୁରକ୍ଷା ବିଭ୍ରାଟ ସମଗ୍ର ଦେଶରେ ଚହଳ ପକାଇଥିଲା । ଲୋକସଭା ଭିତରେ ଭିଜିଟର ପାସରେ ପ୍ରବେଶ କରି ଦୁଇଜଣ ଅଭିଯୁକ୍ତ ଧୂଆଁ ସ୍ପ୍ରେ କରିଥିଲେ । ଉଭୟଙ୍କୁ ସାଂସଦମାନେ କାବୁ କରିବା ପରେ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ସମାନ ତରିକାରେ ସଂସଦ ଭବନ ବାହାରେ ମହିଳା ଅଭିଯୁକ୍ତଙ୍କ ନିଲମଙ୍କ ସହ 2 ଜଣଙ୍କୁ ଗିରଫ କରାଯାଇଥିଲା । ଏହା ପରେ ମୁଖ୍ୟ ଅଭିଯୁକ୍ତ ଲଳିତ ଝା ସମେତ ମୋଟ 6 ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଥିଲା । ଆତଙ୍କବାଦ ଓ ଖଲିସ୍ତାନୀ ଲିଙ୍କ୍‌ ସମେତ ବିଭିନ୍ନ ଦିଗରୁ ଏହି ମାମଲାର ତଦନ୍ତ ଜାରି ରହିଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ‘ଉପା’ ଆକ୍ଟରେ ମାମଲାର ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.