ETV Bharat / bharat

ସଂସଦ କାଣ୍ଡ: ମହିଳା ଅଭିଯୁକ୍ତ ନିଲମଙ୍କ ମୁକ୍ତି ଆବେଦନ ଖାରଜ

author img

By ETV Bharat Odisha Team

Published : Jan 3, 2024, 4:33 PM IST

Parliament security breach case: ମହିଳା ଅଭିଯୁକ୍ତ ନିଲମଙ୍କ ମୁକ୍ତି ଆବେଦନ ଖାରଜ କଲେ ଦିଲ୍ଲୀ ହୋଇକୋର୍ଟ । ରିମାଣ୍ଡ ଅବଧି ମଧ୍ୟରେ ଆଇନଗତ ସହାୟତା ପାଇଁ ପୋଲିସ ସୁଯୋଗ ଦେଉନଥିବା ଆଣିଥିଲେ ଅଭିଯୋଗ । ଅଧିକ ପଢନ୍ତୁ

ସଂସଦ କାଣ୍ଡ: ମହିଳା ଅଭିଯୁକ୍ତ ନିଲମଙ୍କ ମୁକ୍ତି ଆବେଦନ ଖାରଜ
ସଂସଦ କାଣ୍ଡ: ମହିଳା ଅଭିଯୁକ୍ତ ନିଲମଙ୍କ ମୁକ୍ତି ଆବେଦନ ଖାରଜ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ବିଭ୍ରାଟ କାଣ୍ଡର ଏକମାତ୍ର ମହିଳା ଅଭିଯୁକ୍ତ ନିଲମ ଆଜାଦଙ୍କ ମୁକ୍ତି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ତାଙ୍କୁ ପୋଲିସ ରିମାଣ୍ଡରେ ଆଇନଗତ ସହାୟତା ପାଇଁ ଆଇନଜୀବୀଙ୍କ ସହ ପରାମର୍ଶ କରିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ କରି ନିଲମ ହାଇକୋର୍ଟରେ ଏହି ମୁକ୍ତି ଆବେଦନ କରିଥିଲେ । ତାଙ୍କୁ ରିମାଣ୍ଡରେ ଅବଧିରେ ଆଇନଜୀବୀଙ୍କ ସହ ପରାମର୍ଶ କରିବାକୁ ସୁଯୋଗ ନଦିଆଯିବା ଭାରତୀୟ ସମ୍ବିଧାନର ମୌଳିକ ଅଧିକାରର ଉଲ୍ଲଙ୍ଘନ ବୋଲି ନିଲମଙ୍କ ଓକିଲ ଆଜି ଶୁଣାଣିରେ ଯୁକ୍ତି ବାଢିଥିଲେ ।

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସୁରେଶ କୁମାର କୈତଙ୍କ ଏକକ ଖଣ୍ଡିପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ । ହେଲେ ଖଣ୍ଡପୀଠ ଏପରି ବ୍ୟତିକ୍ରମକୁ ଅସ୍ବୀକାର କରିଥିଲେ । ଏହି କାରଣ ପାଇଁ ଅଭିଯୁକ୍ତଙ୍କୁ ମୁକ୍ତ କରାଯିବା ସମ୍ପର୍କିତ ମାମଲାକୁ ଶୁଣାଣିଯୋଗ୍ୟ ଭାବେ ଗ୍ରହଣ କରାଯାଇ ପାରିବନାହିଁ ବୋଲି କହିବା ସହ ଏହାକୁ କୋର୍ଟ ଖାରଜ କରି ଦେଇଛନ୍ତି । ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ସହ ନୀଲମଙ୍କ ବିରୋଧରେ ମଧ୍ୟ ବେଆଇନ କାର୍ଯ୍ୟକଳାପ ନିରୋଧ ଅଧିନିୟମ ‘ଉପା’ ଆକ୍ଟରେ ମାମଲା ରୁଜୁ ହୋଇଛି । ସେ ଏବେ ପୋଲିସ ରିମାଣ୍ଡରେ ଅଛନ୍ତି । ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ତାଙ୍କର ବେଲ ଆବେଦନ ମଧ୍ୟ ବିଚାରାଧୀନ ରହିଛି ।

ଏହା ମଧ୍ୟ ପଢନ୍ତୁ :ସଭ୍ୟପଦ ରଦ୍ଦ ମାମଲାରେ ମହୁଆଙ୍କୁ ଝଟକା, ଅନ୍ତରୀଣ ରହିତାଦେଶ ପାଇଁ ମନା କଲେ ସୁପ୍ରିମକୋର୍ଟ

ଡିସେମ୍ବର 13 ତାରିଖରେ ସଂସଦ ଶୀତ ଅଧିବେଶନ ଜାରି ରହିଥିବା ବେଳେ ଘଟିଥିବା ଏହି ବହୁଚର୍ଚ୍ଚିତ ସୁରକ୍ଷା ବିଭ୍ରାଟ ଓ ଧୂମ୍ରକାଣ୍ଡରେ ମୋଟ 6 ଅଭିଯୁକ୍ତ ଏବେ ପୋଲିସ ରିମାଣ୍ଡରେ ଅଛନ୍ତି । ଆତଙ୍କବାଦ, ଖଲିସ୍ତାନୀ ଲିଙ୍କ ପରି ସଙ୍ଗୀନ ଦିଗରୁ ମଧ୍ୟ ଏହି ମାମଲାକୁ ତଦନ୍ତ କରୁଛି ଦିଲ୍ଲୀ ପୋଲିସ ସ୍ପଶାଲ ସେଲ । ଏହି ସମସ୍ତ 6 ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟକୁ ଅନୁମତି ଦେବାକୁ ମଧ୍ୟ ଦିଲ୍ଲୀ ପୋଲିସ ରାଉଜ ଆଭିନ୍ୟୁ କୋର୍ଟରେ ଏକ ପୃଥକ ମାମଲା ଦାଏର କରିଛି । । ଯାହାର ଶୁଣାଣି ଚଳିତ 5 ତାରିଖରେ ହେବାକୁ ଯାଉଛି । ତେବେ ଅଭିଯୁକ୍ତଙ୍କୁ ମାନବୀୟ ଦୃଷ୍ଟିକୋଣରୁ ନ୍ୟାୟିକ ସେବା ପ୍ରାଧିକରଣ ପକ୍ଷରୁ ଆଇନଜୀବୀ ଯୋଗାଇ ଦିଆଯାଇଛି । ମାତ୍ର ଘଟଣାର ଏକମାତ୍ର ମହିଳା ଅଭିଯୁକ୍ତ ନିଲମ ତାଙ୍କୁ ଆଇନଜୀବୀଙ୍କ ସହ ଆଲୋଚନା କରିବାକୁ ପୋଲିସ ରିମାଣ୍ଡ ଅବଧି ମଧ୍ୟରେ ସୁଯୋଗ ଦେଇନଥିବା ଅଭିଯୋଗ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.