ETV Bharat / bharat

ମୌସୁମୀ ଅଧିବେଶନ, ଗୃହରେ ହେବ ଝଡତୋଫାନ ! - ସଂସଦ ମୌସୁମୀ ଅଧିବେଶନ

ଗୋଟିଏ ପକ୍ଷେ ମହାମାରୀ କୋରୋନା ବିରୋଧରେ ଅବିଶ୍ରାନ୍ତ ଲଢେଇ ଆଉ ଅନ୍ୟପକ୍ଷେ ସଂସଦର ଗୃହକାର୍ଯ୍ୟ ସୁରୁଖୁରରେ ଚଳାଇବା ପାଇଁ ସରକାରଙ୍କ ପ୍ରୟାସ । ସେପଟେ ସରକାରଙ୍କ ଘେରାବନ୍ଦୀ ପାଇଁ ବିରୋଧୀ ଚଳାଇଛନ୍ତି ରଣନୀତି । ଏସବୁ ମଧ୍ୟରେ ଏଥର ମୌସୁମୀ ଅଧିବେଶନ ସମୟରେ ସଂସଦରେ ଝଡ ତୋଫାନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଅଧିକ ପଢନ୍ତୁ...

ସଂସଦର ମୌସୁମୀ ଅଧିବେଶନ, ଗୃହରେ ହେବ ଝଡତୋଫାନ !

author img

By

Published : Jul 17, 2021, 7:30 AM IST

ନୂଆଦିଲ୍ଲୀ: ତୁହାକୁ ତୁହା ବର୍ଷା ସାଙ୍ଗକୁ ଦଲକାଏ ପବନ । ପାଗ କେତେବେଳେ କୋହଲା ରହୁଛି ତ ଆଉ କେତେବେଳେ ସାମାନ୍ୟ ଖରାପ । ରାଜଧାନୀ ଦିଲ୍ଲୀରେ ଯେ କେତେବେଳେ ପାଣିପାଗ ବଦଳିଯାଉଛି ତାହା ଆକଳନ କରିବା ହୋଇପଡୁଛି ବେଶ କଷ୍ଟକର । ଆଉ ଏହାରି ମଧ୍ୟରେ ଦିନ କେଇଟା ପରେ ସଂସଦରେ ବସିବାକୁ ଯାଉଛି ଚଳିତ ବର୍ଷର ମୌସୁମୀ ଅଧିବେଶନ ।

ଅନେକ ଦିନରୁ ବିରୋଧୀଙ୍କ ମନରେ ଦାନା ବାନ୍ଧୁଥିବା ଆକ୍ରୋଶର ଲଘୁଚାପ ଧିରେ ଧିରେ ଘୁର୍ଣ୍ଣିଝଡର ରୂପ ନେଉଛି । ଆଉ ଏହା ଯେ ଭୀଷଣ ବାତ୍ୟାର ରୂପ ନେଇ ସଂସଦ ଭିତରେ ତାଣ୍ଡବ ରଚିବ, ଏହାର ଯଥେଷ୍ଟ ଆଶଙ୍କା ରହିଛି । ଆଉ ଏହି ବିରୋଧୀଙ୍କ ଆକ୍ରୋଶର ବାତ୍ୟାକୁ ଯଥାସମ୍ଭବ ଅଟକାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର ।

ଗୋଟିଏ ପକ୍ଷେ ମହାମାରୀ କୋରୋନା ବିରୋଧରେ ଅବିଶ୍ରାନ୍ତ ଲଢେଇ ଆଉ ଅନ୍ୟପକ୍ଷେ ସଂସଦର ଗୃହକାର୍ଯ୍ୟ ସୁରୁଖୁରରେ ଚଳାଇବା ପାଇଁ ସରକାରଙ୍କ ପ୍ରୟାସ । ସେପଟେ ସରକାରଙ୍କ ଘେରାବନ୍ଦୀ ପାଇଁ ବିରୋଧୀ ଚଳାଇଛନ୍ତି ରଣନୀତି । ଏସବୁ ମଧ୍ୟରେ ପ୍ରବଳ ଝଡ ତୋଫାନର ସାକ୍ଷୀ ରହିବ ଏଥର ମୌସୁମୀ ଅଧିବେଶନ ।

ଆସନ୍ତା ୧୯ ଜୁଲାଇରୁ ଆରମ୍ଭ ହେବାକୁଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଜାରି ରହିବ । ଅଧିବେଶନରେ ମୋଟ 19ଟି ସରକାରୀ କାର୍ଯ୍ୟଦିବସ ରହିଛି । ତେବେ ଏହି ସମୟରେ କେମିତି ରହିବ ସଂସଦ ଭିତରର ମାହୋଲ ? କେତେ ଭୟଙ୍କର ରହିବ ଝଡତୋଫାନ ? କଣ ରହିବ ଏହାର ଗତିପଥ ?

ସଂସଦରେ ଉଠିବ ରାଫେଲ ଝଡ-

ନିକଟରେ ରାଫେଲ ଡିଲକୁ ନେଇ ଫ୍ରାନ୍ସ ମିଡିଆର ରିପୋର୍ଟ ପରେ ମୋଦି ସରକାରଙ୍କ ଉପରେ ଟାର୍ଗେଟ କରିଥିଲା କଂଗ୍ରେସ । ରାଫେଲ ବିମାନର ମୂଲ୍ୟ କେତେ, ଏନେଇ ସରକାର, ସିଏଜି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ କେହିବି ଏହା ଉପରେ କଣ ପାଇଁ ସ୍ପଷ୍ଟୀକରଣ ଦେଉନାହାଁନ୍ତି ବୋଲି କଂଗ୍ରେସ ପକ୍ଷରୁ ବାରମ୍ବାର ପ୍ରଶ୍ନ ବାଣ ଛଡାଯାଉଛି ।

ରାଫେଲ ଡିଲ୍‌ରେ ଲାଞ୍ଚ ଏବଂ ବ୍ରୋକରଙ୍କ ମଧୁଚନ୍ଦ୍ରିକା ରହିଥିବା କଂଗ୍ରେସ ଅଭିଯୋଗ କରିଆସୁଛି । ଏହି ରିପୋର୍ଟ ଓ ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ଏହି ବିଷୟକୁ ଅସ୍ତ୍ର କରିପାରନ୍ତି ବିରୋଧୀ । ଆଉ ଗୃହରେ ସରକାରଙ୍କୁ ମାଗିପାରନ୍ତି ଏହାର ଜବାବ ।

ଟୀକାକରଣ ନୀତି ବିରୁଦ୍ଧରେ ବିରୋଧୀ କରିବେ ଟାର୍ଗେଟ

ମହାମାରୀ କୋରୋନାକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ ଅଭିଯାନ । ଟିକାର ଅଭାବ ନେଇ ସାମ୍ନାକୁ ଆସୁଛି ଖବର । ଏହାରି ମଧ୍ୟରେ ଟିକା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ସୁପ୍ରିମକୋର୍ଟ । କେନ୍ଦ୍ରକୁ ନିର୍ଦ୍ଦେଶ ଜାରି କରି କୋଭିଡ ଟୀକାକରଣ ନୀତି ସହ ଜଡିତ ଦସ୍ତାବିଜ ଓ ଫାଇଲ ରେକର୍ଡ ସାମ୍ନାରେ ରଖିବାକୁ ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ ।

ଏହାପରେ ଟୀକାକରଣ ନୀତିକୁ ନେଇ ସୁପ୍ରିମକୋର୍ଟରେ ଭ୍ୟାକ୍ସିନେସନ ପଲିସିର ଡକ୍ୟୁମେଣ୍ଟ ଦେବା ସହ ଦସ୍ତାବିଜ ଦାଖଲ କରିଥିଲେ କେନ୍ଦ୍ର ସରକାର । ଟିକା ମିଳିବାରେ ସମସ୍ୟା କାରଣରୁ କ୍ରୟ ନୀତିରେ ପରିବର୍ତ୍ତନ କରାଯାଇଥିବା ସ୍ବୀକାର କରିଥିଲା କେନ୍ଦ୍ର । ତେବେ ଟୀକାକରଣ ନୀତିକୁ ନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିବା ସହ ଏହା ଉପରେ ମାଗିପାରନ୍ତି ସ୍ପଷ୍ଟୀକରଣ ।

ଚୀନ ସହ ସୀମା ବିବାଦ ପ୍ରସଙ୍ଗରେ ପଡିବ ଉଠିବ ଗୃହ

ବର୍ତ୍ତମାନ ସ୍ଥିତିରେ ଯଦି କେଉଁ ପ୍ରସଙ୍ଗକୁ ନେଇ କଂଗ୍ରେସ ସରକାରଙ୍କ ବିରୋଧରେ ଅଧିକ ସକ୍ରିୟ ରହିଛି, ତାହା ହେଉଛି ଚୀନ ସହ ସୀମା ବିବାଦ । ଚୀନ ଭାରତର ଅଧିକାଂଶ ଜାଗା ନିଜ କବଜାରେ ରଖିଥିବା ଅଭିଯୋଗ କରୁଛି କଂଗ୍ରେସ । ଆଉ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି ସରକାର ।

ଗତ ଫେବୃଆରୀ ମାସରେ ଗଲୱାନ ଘାଟିରେ ଦିର୍ଘ ଦିନ ଧରି ଚାଲି ଆସୁଥିବା ସଂଘର୍ଷରେ ଏବେ ପୂର୍ଣ୍ଣଛେଦ ପଡି ପାଙ୍ଗୋଙ୍ଗ୍‌ରୁ ଶେଷ ହୋଇସାରିଛି ସୈନ୍ୟ ପ୍ରତ୍ୟାହାର । ଏହି କ୍ଷେତ୍ରରୁ ଉଭୟ ଭାରତ ଓ ଚୀନ ନିଜ ନିଜ ସୈନ୍ୟଙ୍କୁ ପଛକୁ ହଟାଇ ଦେଇଛନ୍ତି । ସୈନ୍ୟ ପ୍ରତ୍ୟାହାର ବା ଡିସଏନଗେଜମେଣ୍ଟକୁ ଉଭୟ ପକ୍ଷର ବିଜୟ ବୋଲି କହିଛନ୍ତି ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ । ହେଲେ ଏଯାବତ LAC ସଂଲଗ୍ନ ଅନେକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଶେଷ ହୋଇନାହିଁ । ତେବେ ଚୀନକୁ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଛିଡାକରିବେ ବିରୋଧୀ ।

ସମାନ ନାଗରିକ ସଂହିତା ବିରୋଧରେ ଉଠିବ ସ୍ବର !

ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନର ଶୁଣାଣି ସମୟରେ ଉଠିଥିଲା ସମାନ ନାଗରିକ ସଂହିତାର ବିଷୟ । ଆଧୁନିକ ଭାରତରେ ୟୁସିସି ଲାଗୁ କରିବାର ସମୟ ଆସିଥିବା କହିଥିଲେ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ ଏହି ବୟାନ କେନ୍ଦ୍ର ସରକାରଙ୍କ ପାଇଁ ୟୁସିସି ଲାଗୁ କରିବାର ବାଟ ଫିଟିଛି ବୋଲି କୁହାଯାଇପାରେ ।

ଚଳିତ ମୌସୁମୀ ଅଧିବେଶନରେ ୟୁସିସି ବିଲ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ହେଲେ ସମାନ ନାଗରିକ ସଂହିତା ଆଇନକୁ ସହଜରେ ହଜମ କରିପାରିବେନି ବିରୋଧୀ । ଏହା ବିରୋଧରେ ଉଠିପାରେ ତୀବ୍ର ସ୍ବର ।

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଉପରେ ହେବ ଚର୍ଚ୍ଚା, ଛେଚିବ ବିରୋଧର ବର୍ଷା

ଉତ୍ତର ପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକକୁ ନେଇ ରାଜନୀତି ସରଗରମ ଥିବାବେଳେ ସଂସଦର ମୌସୁମୀ ଅଧିବେଶନରେ ପୁରା ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌ ଉପରେ ହେବ ଚର୍ଚ୍ଚା । ଜନସଂଖ୍ୟା ନିୟନ୍ତ୍ରଣ ବିଲ୍‌କୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି କେନ୍ଦ୍ର ସରକାର ।

ରାଜ୍ୟସଭା ସାଂସଦଙ୍କ ଜରିଆରେ ବିଲ୍‌କୁ ପ୍ରାଇଭେଟ ମେମ୍ବର ବିଲ୍‌ ଆଧାରରେ ଗୃହରେ ଆଗତ କରି ଚର୍ଚ୍ଚା କରିବା ରହିଛି ବିଜେପିର ଯୋଜନା । ପୂର୍ବରୁ ହିଁ ବିଜେପି ରାଜ୍ୟସଭା ସାଂସଦ ରାକେଶ ସିହ୍ନାଙ୍କ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ପ୍ରାଇଭେଟ ମେମ୍ବର ବିଲ୍‌ ଆଗତ ହୋଇସାରିଛି । ମୌସୁମୀ ଅଧିବେଶନର ଦ୍ବିତୀୟ ସପ୍ତାହ ଶୁକ୍ରବାର ଏହି ବିଲ୍‌ ଉପରେ ଚର୍ଚ୍ଚା ହୋଇପାରେ । ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକ ଉପରେ ଚର୍ଚ୍ଚା ସମୟରେ ଜୋରଦାର ବିରୋଧର ପବନ ବହିବାର ଆଶଙ୍କା ରହିଛି ।

ଝଡ ପୂର୍ବରୁ ତୈଳ ତାତି, ଅଶାନ୍ତ ରହିବ ଗୃହ

ଦେଶରେ ବର୍ତ୍ତମାନ ହୁହୁ ହୋଇ ବଢିଚାଲିଛି ତୈଳ ଦର । ଡିଜେଲ ଓ ପେଟ୍ରୋଲରେ ଏକ ପ୍ରକାର ନିଆଁ ଲାଗିଛି କହିଲେ ଚଳେ । ଅନେକ ରାଜ୍ୟରେ ପେଟ୍ରୋଲ ଦର ଶତକ ଛୁଇଁ ସାରିଛି । ତେବେ ତୈଳଦର ବୃଦ୍ଧି ନେଇ ବିରୋଧୀ ଆକ୍ରୋଶର ନିଆଁରେ କୁହୁଳୁଥିବା ବେଳେ ଏହି ପ୍ରସଙ୍ଗରେ ଗୃହ ସମ୍ପୂର୍ଣ୍ଣ ଅଶାନ୍ତ ରହିପାରେ ।

ଆସନ୍ତା ସପ୍ତାହ ଆରମ୍ଭ ହେବାକୁଥିବା ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାର ଡକାଇଛନ୍ତି ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ବ୍ୟତୀୟ NDAର ମଧ୍ୟ ବୈଠକ ହେବ । ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ।

ମୌସୁମୀ ଅଧିବେଶନ ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ଏହି ଦୁଇଟି ବୈଠକ ୧୮ ଜୁଲାଇରେ ବସିବ । ରବିବାର ସର୍ବପ୍ରଥମେ ସର୍ବଦଳୀୟ ବୈଠକ ହେବ । ଆଉ ଏହାପରେ ଦିନ ୩ଟାରେ ବସିବ ଏନଡିଏର ବୈଠକ ।

ଏପଟେ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ବୁଧବାର ପାର୍ଲିଆମେଣ୍ଟ ଷ୍ଟ୍ରାଟାଜି ଗ୍ରୁପ(PSG) ବୈଠକ ଡକାଇଥିଲା କଂଗ୍ରେସ । ଏହି ବୈଠକର ନେତୃତ୍ବ ନେଇଥିଲେ ଖୋଦ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ । କଂଗ୍ରେସର ମୌସୁମୀ ଅଧିବେଶନରେ ସରକାରଙ୍କୁ ହାଇଭୋଲଟେଜ ଝଟକା ଦେବାକୁ ଏଜେଣ୍ଡା ପ୍ରସ୍ତୁତ ରଖିଛି କଂଗ୍ରେସ ।

ବିରୋଧୀଙ୍କ ଜୋରଦାର ବିରୋଧର ବର୍ଷା ଝଡ ତୋଫାନ ମଧ୍ୟରେ ସଂସଦର ଗୃହକାର୍ଯ୍ୟ ଧୋଇ ହୋଇଯିବ ନାଁ ସରକାର ଏହି ଝଡକୁ ନିଜ ରଣନୀତିରେ ମୁକାବିଲା କରିବେ ତାହା ଅଧିବେଶନରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.