ETV Bharat / bharat

ଜାନୁଆରୀ 29ରୁ ସଂସଦର ବଜେଟ ଅଧିବେଶନ - parliament budget session

parliament budget session started from 29 january2021
ଆସନ୍ତା 29 ତାରିଖରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ
author img

By

Published : Jan 5, 2021, 5:27 PM IST

Updated : Jan 5, 2021, 7:02 PM IST

17:22 January 05

ଆସନ୍ତା 29 ତାରିଖରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା 29 ତାରିଖରେ ଆରମ୍ଭ ହୋଇପାରେ ସଂସଦର ବଜେଟ ଅଧିବେଶନ । ଫେବୃଆରୀ ପହିଲାରୁ ବଜେଟ ଆସିବା ସମ୍ଭାବନା । ଏନେଇ କେନ୍ଦ୍ରୀୟ ସଂସଦୀୟ ବ୍ୟାପର କମିଟି ସୂତ୍ରରୁ ଜଣାପଡିଛି ।

29 ଜାନୁୟାରୀରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନକୁ ମିଳିତ ସମ୍ବୋଧନ କରିବେ । ସୂତ୍ରରୁ ଜଣାପଡିଛି ଯେ ସଂସଦୀୟ ବ୍ୟାପାର କମିଟିର ପ୍ରସ୍ତାବ ଅନୁସାରେ ସଂସଦ 29 ଜାନୁୟାରୀରୁ 15 ଫେବୃଆରୀ ପର୍ଯ୍ୟନ୍ତ ପ୍ରଥମ ଭାଗ, ମାର୍ଚ୍ଚ 8 ରୁ 8 ଏପ୍ରିଲ ପର୍ଯ୍ୟନ୍ତ ଦ୍ବିତୀୟ ଭାଗ ଅଧିବେଶନ ପାଇଁ ସୁପାରିଶ କରାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଏହି ଗୁରୁତ୍ବପୂର୍ଣ୍ଣ  ଅଧିବେଶନକୁ 29 ଜାନୁଆରୀରୁ ସଂସଦର ବଜେଟ୍ ଅଧିବେଶନ ପାଇଁ ସୁପାରିଶ କରିଛି

ସୂଚନା ଥାଉକି ଗତବର୍ଷ ମହାମାରୀ କୋରୋନା ଯୋଗୁଁ ମୌସୁମୀ ଅଧିବେଶନ କୋରୋନା ଗାଇଡଲାଇନ ସହ ହୋଇଥିଲା । ତେବେ ସାଂସଦମାନଙ୍କ ମଧ୍ୟରେ ସାମାଜିକ ଦୂରତା ଅଧିବେଶନ ବୈଠକରେ ନିଶ୍ଚିତ କରାଯାଇଛି । ଏଥିପାଇଁ ଉଭୟ ଗୃହର ପୃଥକ ବୈଠକ ଏବଂ ସାଂସଦମାନଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । 

ତେବେ ଭାରତୀୟ ସଂସଦ ଇତିହାସରେ ଏହା ପ୍ରଥମଥର ହୋଇଥିଲା, ଯେତେବେଳେ କୋରୋନା ଗାଇଡ ଲାଇନ ସହିତ ଅଧିବେଶନ ସମ୍ପନ୍ନ ହୋଇଥିଲା । ଯେଉଁଠାରେ 60 ଜଣ ସଦସ୍ୟ ଗୃହ ଚାମ୍ବରରେ ଏବଂ 51 ଜଣ ସଦସ୍ୟ ରାଜ୍ୟସଭାର ଗ୍ୟାଲେରୀରେ ବସିଥିଲେ । ଏହା ବ୍ୟତୀତ ଅବଶିଷ୍ଟ 132 ସଦସ୍ୟ ଲୋକସଭାର ହାଉସ ଚାମ୍ବରରେ ବସିଥିଲେ।

Last Updated : Jan 5, 2021, 7:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.