ETV Bharat / bharat

ସୁରକ୍ଷା ଭଙ୍ଗକୁ ନେଇ ସଂସଦ ଅଚଳ: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

Parliament adjourned: ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ । ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ। ଗୃହ ମୁଲତବୀ। ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 14, 2023, 12:49 PM IST

ସୁରକ୍ଷା ଭଙ୍ଗକୁ ନେଇ ସଂସଦ ଅଚଳ: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ
ସୁରକ୍ଷା ଭଙ୍ଗକୁ ନେଇ ସଂସଦ ଅଚଳ: ବିରୋଧୀଙ୍କ ହଟ୍ଟଗୋଳ, ଗୃହ ମୁଲତବୀ

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଭଙ୍ଗ ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ଆଜି ଲୋକସଭା ଏବଂ ରାଜ୍ୟସଭାରେ ସୁରକ୍ଷା ତ୍ରୁଟି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ। ବିରୋଧୀ ଦଳ ସଦସ୍ୟମାନେ ଉଭୟ ଗୃହରେ ହଟ୍ଟଗୋଳ କରିବା ସହ, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ସରକାରଙ୍କୁ ଜବାବା ମାଗିଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହୋହଲ୍ଲା କରିଥିଲେ। ଫଳରେ ରାଜ୍ୟସଭାକୁ ଦି 12ଟା ପର୍ଯ୍ଯନ୍ତ ମୁଲତବୀ ରଖାଯାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ବାଚସ୍ପତି ଓମ ବିର୍ଲା ଗୃହକୁ ମୁଲତବୀ ରଖିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା: ସଂସଦରେ ସୁରକ୍ଷା ବ୍ୟବସ୍ଥାରରେ ବିଭ୍ରାଟ ସଂପର୍କରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଅନୁରାଗ ଠାକୁରଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୈଠକରେ ଉପସ୍ଥିତ ଥିଲେ। ସେହପରି ଗତକାଲିର ସୁରକ୍ଷା ବିଭ୍ରାଟ ପରେ, ଆଜି ସଂସଦ ଭବନ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ସଂସଦର ମୁଖ୍ୟ ଦ୍ବାର, କରିଡର, ଉଭୟ ଗୃହ ବାହାରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି।

ଏହା ମଧ୍ଯ ପଢ଼ନ୍ତୁ: ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ କାର୍ଯ୍ଯାନୁଷ୍ଠାନ: ୮ କର୍ମଚାରୀଙ୍କୁ ନିଲମ୍ବନ କଲା ଲୋକସଭା ସେକ୍ରେଟାରିଏଟ

ଇଣ୍ଡିଆ ମେଣ୍ଟର ବୈଠକ: ସଂସଦରେ ଗତକାଲିର ସୁରକ୍ଷା ଭଙ୍ଗକୁ ଗୁରୁତ୍ବର ସହ ନେଇଛି ବିରୋଧୀ ମେଣ୍ଟ। INDIA ବ୍ଲକ ପକ୍ଷରୁ ଆଜି ସମୀକ୍ଷା ବୈଠକ ବସିଥିଲା। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ, ସଂସଦରେ ହୋଇଥିବା ସୁରକ୍ଷା ଉଲ୍ଲଂଘନ ଉପରେ ଭବିଷ୍ୟତ କାର୍ଯ୍ଯପନ୍ଥା ସଂପର୍କରେ ଆଲୋଚନା ହୋଇଛି। ଖଡ଼ଗେଙ୍କ ଚ୍ୟାମ୍ବରରେ ଏକାଠି ହୋଇଥିବା ବିରୋଧୀ ଦଳର ଫ୍ଲୋର ଲିଡରମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ସରକାରଙ୍କ ପକ୍ଷରୁ ଦାବି କରିଛନ୍ତି। ଇଣ୍ଡିଆ ମେଣ୍ଟର ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଭେଟିବେ।

8 ସୁରକ୍ଷା କର୍ମୀ ସସପେଣ୍ଡ: ସଂସଦରେ ସୁରକ୍ଷାରେ ତ୍ରୁଟି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ଲୋକସଭା ସଚିବାଳୟ। ଗତକାଲି ଲୋକସଭାରେ ସୁରକ୍ଷା ଦାୟିତ୍ବରେ ଥିବା ୮ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ୮ ଜଣ ସୁରକ୍ଷାକର୍ମୀ ସଂସଦ ଭବନର ପ୍ରବେଶ ପଥ ଏବଂ ଗେଟ୍ ନିକଟରେ ମୁତୟନ ହୋଇଥିଲେ । କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଦୁଇ ଯୁବକ ସୁରକ୍ଷା ବଳୟ ଭେଦି ଲୋକସଭାରେ ପ୍ରବେଶ କରିବାକୁ ନେଇ ଲୋକସଭା ସଚିବାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ବିଶୃଙ୍ଖଳାକାରୀଙ୍କ ବିରୋଧରେ UAPA ମାମଲା: ସୁରକ୍ଷା ଭଙ୍ଗ ଘଟଣାରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ UAPA (ଅସାମାଜିକ କାର୍ଯ୍ୟକଳାପ ନିରୋଧ ଆଇନ) ଆଧାରରେ ମାମଲା ରୁଜୁ କରିଛି । ସଂସଦରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ UAPA ରେ ମାମଲା ରୁଜୁ ସହ ତଦନ୍ତ ମଧ୍ଯ ଆରମ୍ଭ ହୋଇଛି । ସେପଟେ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ଏକ ସ୍ବତନ୍ତ୍ର କମିଟି ଗଠନ କରିଛି। ସଂସଦରେ ସୁରକ୍ଷା ଭଙ୍ଗ ଘଟଣାାରେ ମୋଟ 6 ଜଣ ଅଭିଯୁକ୍ତ ଥିବା ବେଳେ, 5 ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ଯଜଣଙ୍କୁ ଖୋଜା ଚାଲିଛି।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.