ETV Bharat / bharat

ଜାନୁଆରୀ 27ରେ ପରୀକ୍ଷା ପେ ଚର୍ଚ୍ଚା , ଚାପମୁକ୍ତ ପାଇଁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ

author img

By

Published : Jan 4, 2023, 5:15 PM IST

ଆସନ୍ତା ଜାନୁଆରୀ 27ରେ ପରୀକ୍ଷା ପେ' ଚର୍ଚ୍ଚାରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ( pariksha pe charcha 2023 ) ।ବିଦ୍ୟାର୍ଥୀଙ୍କୁ ଚାପମୁକ୍ତ ରହିବାକୁ ଦେବେ ମନ୍ତ୍ର । ଅଧିକ ପଢନ୍ତୁ

pariksha pe charcha 2023
ଜାନୁଆରୀ 27ରେ ପରୀକ୍ଷା ପେ' ଚର୍ଟ୍ଟା, ଚାପମୁକ୍ତ ପାଇଁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁଆରୀ 27 ତାରିଖରେ ପରୀକ୍ଷା ପେ' ଚର୍ଚ୍ଚା କରିବେ ( pariksha pe charcha 2023 ) । ଏହି ସମୟରେ ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଏଥିରେ ମୋଟ 38.80 ଲକ୍ଷ ଜଣ ଏଥିରେ ଅଂଶ ଗ୍ରହଣ କରିବାକୁ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରେ 150 ଦେଶରୁ ଛାତ୍ରଛାତ୍ରୀ, 51ଟି ଦେଶରୁ ଶିକ୍ଷକ ଓ 50 ଦେଶରୁ ଅଭିଭାବକ ରହିଛନ୍ତି ।

ଏହି ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ରାଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ କଥାବାର୍ତ୍ତା ହୋଇଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ପରୀକ୍ଷା ଋତୁ ଆସୁଛି । ଦଶମ, ଏକାଦଶ, ICSE, CBSE, ସହ ଯୁକ୍ତ 2 ପରୀକ୍ଷା ମଧ୍ୟ ହେବ । ତା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଆସନ୍ତା ଜାନୁଆରୀ 27ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ହେବ । ପରୀକ୍ଷାରେ ଭଲ କରିବା ସହ ଚାପମୁକ୍ତ ରହି ପରୀକ୍ଷା ପାଇଁ ପ୍ରସ୍ତୁତି ଆଦି ବିଭିନ୍ନ ଦିଗ ଉପରେ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ । ପରୀକ୍ଷା ନାମ ଶୁଣିବା ମାତ୍ରେ ପିଲାଙ୍କ ମନରେ ଭୟ ଆସେ । ପ୍ରଧାନମନ୍ତ୍ରୀଙ୍କର ଏହି ନିଆରା କାର୍ଯ୍ୟକ୍ରମ ପିଲାଙ୍କୁ ଦୃଢ କରିବ । ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀମାନେ ପରୀକ୍ଷା ଚାପରୁ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ ।

ଏହା ବି ପଢନ୍ତୁ....ପଶ୍ଚିମବଙ୍ଗ ରାଜ୍ୟପାଳ CV ଆନନ୍ଦ ବୋଷଙ୍କ ଜୀବନ ପ୍ରତି ବିପଦ, ମିଳିଲା Z+ ସୁରକ୍ଷା

ପରୀକ୍ଷାର ଚିନ୍ତା ଛାଡିବା ଏବଂ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଗୁରୁତ୍ବ ଦିଆଯିବା ଉଚିତ । ଛାତ୍ରଛାତ୍ରୀ ସମସ୍ତ ଲକ୍ଷ୍ୟ ପୂରଣରେ ସହାୟତା କରିବାକୁ ପ୍ରଧାନମନ୍ତ୍ରୀ ଅଭିଭାବକଙ୍କ ସହ କଥା ହେବେ । ଏହା ସହିତ ପ୍ରତିଯୋଗିତା ମାଧ୍ୟମରେ 2050 ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପିପିସି କିଟ ଉପହାର ଦିଆଯିବ । ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀଙ୍କ ଆତ୍ମବିଶ୍ବାସ ବଢାଇବା ଦିଗରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ରେଡିଓ ଚ୍ୟାନେଲ, ଡିଜିଟାଲ ପ୍ଲାର୍ଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେବ ।

ଶେଷ ଥର ପାଇଁ ଗତବର୍ଷ ଅପ୍ରେଲ ୧ ତାରିଖରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅବଭାବକଙ୍କୁ ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର ଏହା କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣ ପଞ୍ଚମ ସଂସ୍କରଣରେ ନବମରୁ ଦ୍ବାଦଶ ଶ୍ରେଣୀର ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଜାନୁଆରୀ ୨୭ରେ ପରୀକ୍ଷା ସହ ଜଡ଼ିତ ସମସ୍ତ ବିଷୟ ତଥା ଚାପମୁକ୍ତ ପରୀକ୍ଷା ହେବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବେ ।

କୋରୋନା ସଂକ୍ରମଣରେ ହ୍ରାସ ପରେ ପୁନଃ ସିଧାରଳଖ ମୋଦିଙ୍କ ସହ କଥା ହୋଇପାରୁଛନ୍ତି ଛାତ୍ରଛାତ୍ରୀ । ଗତବର୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ କିଛି ଟିପ୍ସ ଥିବା ଭିଡିଓ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଥିଲା । ଏହି ଭିଡିଓ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଜୀବନ ଏବଂ ପରୀକ୍ଷା ସହ ଜଡିତ କିଛି ବିଷୟ ରହିଥିଲା । ଏଥିରେ ମୋଦିଙ୍କ ପୂର୍ବ ବର୍ଷ ଗୁଡ଼ିକର 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମର କିଛି ଟିପ୍ସ ମଧ୍ୟ ରହିଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.