ନୂଆଦିଲ୍ଲୀ: ସମଗ୍ର ଦେଶରେ ସେଲିବ୍ରେସନ ମାହୋଲ ରହିଛି । ଚଳିତ ବର୍ଷ ଅଗଷ୍ଟ 23ରୁ ପାର୍ବଣ ଋତୁ ଆରମ୍ଭ ହୋଇଛି । ଆଗୁଆ ପାର୍ବଣ ଋତୁ ପାଳନ ହୋଇଛି । ଏହି ପାର୍ବଣ ଋତୁ ସମାଜ ଓ ବିଜନେସ ସେଲିବ୍ରେଟ କରିଛନ୍ତି । ଚନ୍ଦ୍ରରେ ଚନ୍ଦ୍ରଯାନ ପହଞ୍ଚିବା ହେଉଛି ଏହି ସେଲିବ୍ରେସନର କାରଣ । ଭାରତର ଲୁନାର ମିଶନ ସଫଳତା ପଛରେ ସ୍ପେସ ଏଜେନ୍ସିଂର ବଡ ଭୂମିକା ରହିଛି ଏହା ସହିତ ଭାରତର ଇଣ୍ଡଷ୍ଟ୍ରିର ସହଯୋଗ କରିଛି । ଅନେକ ପ୍ରାଇଭେଟ କମ୍ପାନୀ, ଏମଏସମି ଚନ୍ଦ୍ରଯାନ-3ରେ ଲାଗିଥିବା ଉପକରଣକୁ ଧାର୍ଯ୍ୟ ସମୟରେ ଉପଲବ୍ଧ କରାଇଛନ୍ତି । ଏହା ସାଇନ୍ସ ଓ ଇଣ୍ଡଷ୍ଟ୍ରି ଦୁହିଁଙ୍କର ସଫଳତା । ଆର୍ଥିକ ବିକାଶକୁ ଦିଗ ଦେବ ଭାରତ । ବି20 ବ୍ୟବସାୟ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
-
#WATCH | Prime Minister Narendra Modi at the B-20 Business Summit says, "India has the largest youth talent. India has become the face of the digital revolution at the time of Industry 4.0...Business can transform potential into prosperity, obstacles into opportunities &… pic.twitter.com/htlScgJAEd
— ANI (@ANI) August 27, 2023 " class="align-text-top noRightClick twitterSection" data="
">#WATCH | Prime Minister Narendra Modi at the B-20 Business Summit says, "India has the largest youth talent. India has become the face of the digital revolution at the time of Industry 4.0...Business can transform potential into prosperity, obstacles into opportunities &… pic.twitter.com/htlScgJAEd
— ANI (@ANI) August 27, 2023#WATCH | Prime Minister Narendra Modi at the B-20 Business Summit says, "India has the largest youth talent. India has become the face of the digital revolution at the time of Industry 4.0...Business can transform potential into prosperity, obstacles into opportunities &… pic.twitter.com/htlScgJAEd
— ANI (@ANI) August 27, 2023
ବିଜନେସ ଲିଡର୍ସଙ୍କୁ ମୋଦିଙ୍କ ଗୁରୁମନ୍ତ୍ର: ବି20 ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଉପସ୍ଥିତ ବିଜନେସ ଲିଡର୍ସଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏକ ଲାଭଦାୟକ ମାର୍କେଟ ସେତେବେଳେ ହେବ ଯେବେ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ସମାନତା ରହିବ । ଅନ୍ୟଦେଶକୁ ବଜାରୀକରଣ ପାଇଁ ବ୍ୟବହାର କରିବା କଦାପ କାମ କରିବ ନାହିଁ । ଏହା ଉତ୍ପାଦର କମ୍ପାନୀକୁ କ୍ଷତି ପହଞ୍ଚାଇବ । ସମସ୍ତଙ୍କୁ ସମାନ ସହଭାଗିତା କରିବା ଅଗ୍ରଗତିର ଏକ ମାର୍ଗ । ବ୍ୟବସାୟକୁ କିପରି ଗ୍ରାହକ କେନ୍ଦ୍ରୀୟ କରି ଦେବ ସେ ଦିଗରେ ସମସ୍ତଙ୍କୁ ଚିନ୍ତା କରିବାକୁ ହେବ । ବ୍ୟବସାୟୀମାନେ କେବଳ ଉପଭୋକ୍ତା ଅଧିକାର ଦିବସ ପାଳନ କରିବା ପରିବର୍ତ୍ତେ ଗ୍ରାହକଙ୍କ କେୟାର ଉପରେ ଅଧିକ ଫୋକସ କରିବା ଆବଶ୍ୟକ ।''
-
#WATCH | Prime Minister Narendra Modi at the B-20 business summit says, "...This time the festive season in India started from 23rd August. This celebration is Chandrayaan-3's landing on the surface of the moon. ISRO played an important role in the success of India's lunar… pic.twitter.com/FNQr1homV0
— ANI (@ANI) August 27, 2023 " class="align-text-top noRightClick twitterSection" data="
">#WATCH | Prime Minister Narendra Modi at the B-20 business summit says, "...This time the festive season in India started from 23rd August. This celebration is Chandrayaan-3's landing on the surface of the moon. ISRO played an important role in the success of India's lunar… pic.twitter.com/FNQr1homV0
— ANI (@ANI) August 27, 2023#WATCH | Prime Minister Narendra Modi at the B-20 business summit says, "...This time the festive season in India started from 23rd August. This celebration is Chandrayaan-3's landing on the surface of the moon. ISRO played an important role in the success of India's lunar… pic.twitter.com/FNQr1homV0
— ANI (@ANI) August 27, 2023
ଶିକ୍ଷା ଦେଇଛି ସଙ୍କଟ: କୁହାଯାଏ କୌଣସି ବଡ ସଙ୍କଟ ଆସେ ସେ କିଛି ନା କିଛି ଶିକ୍ଷା ଦେଇଥାଏ । 2 -3 ବର୍ଷ ତଳେ ଦୁନିଆରେ ସବୁଠୁ ବଡ ମହାମାରୀର ସାମ୍ନା କରିବାକୁ ପଡିଛି । ଏହି ସଙ୍କଟ ଦୁନିଆର ସବୁ ଦେଶ, ସମାଜ, ପ୍ରତି ବିଜନେସ ହାଉସ, କର୍ପୋରେଟ ଏନଟିଡିକୁ ଶିକ୍ଷା ଦେଇଛି । ତାହା ହେଉଛି ଆମକୁ ଏବେ ଯେଉଁ ଜିନିଷ ଉପରେ ଅଧିକ ବିନିଯୋଗ କରିବାର ଅଛି ତାହା ହେଉଛି ପରସ୍ପର ବୁଝାମଣା, ବିଶ୍ବାସ । କୋରୋନା କାଳରେ ଭାରତ ସମ୍ବେଦନତାର ସହିତ ବିଶ୍ବାସର ପତାକା ନେଇ ଛିଡା ହୋଇଛି । ଭାରତ ଦୁନିଆକୁ ବିଶ୍ବାସ ଦେଇଛି । କୋରୋନା ସମୟରେ 150 ଦେଶକୁ ମେଡିସିନ ଯୋଗାଇଛି । କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଛି । ଭାରତରେ ଗଣତାନ୍ତ୍ରିକ ମୂଲ୍ୟ ହେବାକୁ ଥିବା ଜି20 ସମ୍ମିଳନୀରେ ଦେଖିବାକୁ ମିଳିଛି । ଭାରତ ସହିତ ସମସ୍ତ ବ୍ୟବସାୟୀଙ୍କ ସହଭାଗୀତା ଗୁରୁତ୍ବପୂର୍ଣ୍ଣ । ଭାରତ ଇଣ୍ଡଷ୍ଟ୍ରିରେ ଡିଜିଟାଲ ବିପ୍ଳବର ଚେହେରା ହୋଇଛି । ବ୍ୟବସାୟର ସମସ୍ତ ସମସ୍ୟାର ସମାଧାନ ଭାରତ । ବିଶ୍ବାସ ଗ୍ଲୋବାଲ ଚେନ ନିର୍ମାଣରେ ଭାରତର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
B20 ସମ୍ମିଳନୀ କଣ ? ବି20 ବା ବିଜନେସ 20 ଜି20ର ଏକ ଅଂଶ । ଯାହା ବୈଶ୍ବିକ ବ୍ୟବସାୟ ସମୂଦାୟର ପ୍ରତିନିଧିତ୍ବ କରିଥାଏ । ଏହାକୁ 2010ରେ ସ୍ଥାପିତ କରାଯାଇଥିଲା । ଆସନ୍ତା ମାସରେ ଜି-20 ସମ୍ମିଳନୀ ଦିଲ୍ଲୀରେ ଅନୁଷ୍ଠିତ ହେବ । ବି20 ସମ୍ମିଳନୀ ଭାରତର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖର କହିଛନ୍ତି ସମସ୍ତ ବ୍ୟବସାୟୀଙ୍କ ଦାୟିତ୍ବ, ତ୍ବରିତ, ନୂତନ, ସ୍ଥାୟୀ ଏବଂ ସମାନ ସୁବିଧା ସୁଯୋଗ ସୁନିଶ୍ଚିନ୍ତ କରିବା ବି-20ର ବିଷୟବସ୍ତୁ ରହିଛି ।