ETV Bharat / bharat

ଭାରତରେ ବାର୍ଷିକ 10 କୋଟି ଡୋଜ ଟିକା ଉତ୍ପାଦନ କରିବ ପାନାସିଆ ବାୟୋଟେକ୍

author img

By

Published : Apr 7, 2021, 12:46 PM IST

ଭାରତରେ ଏବେ ବାର୍ଷିକ 10 କୋଟି ଡୋଜ୍ ସ୍ପୁଟ୍ନିକ୍ ଭି କୋଭିଡ୍ -19 ଟିକା ଉତ୍ପାଦନ ହେବ । ଏନେଇ ଋଷର ପ୍ରତ୍ୟେକ୍ଷ ବିନିଯୋଗ ପାଣ୍ଠି ଆରଡିଆଇଏଫ୍ ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପାନାସିଆ ବାୟୋଟେକ୍ କହିଛନ୍ତି । ଅଧିକ ପଢନ୍ତୁ...

ଭାରତରେ ବାର୍ଷିକ 10 କୋଟି ଡୋଜ ଟିକା ଉତ୍ପାଦନ କରିବ ପାନାସିଆ ବାୟୋଟେକ୍
ଭାରତରେ ବାର୍ଷିକ 10 କୋଟି ଡୋଜ ଟିକା ଉତ୍ପାଦନ କରିବ ପାନାସିଆ ବାୟୋଟେକ୍

ନୂଆଦିଲ୍ଲୀ: ଭାରତରେ ଏବେ ବାର୍ଷିକ 10 କୋଟି ଡୋଜ୍ ସ୍ପୁଟ୍ନିକ୍ ଭି କୋଭିଡ୍ -19 ଟିକା ଉତ୍ପାଦନ ହେବ । ଏନେଇ ଋଷର ପ୍ରତ୍ୟେକ୍ଷ ବିନିଯୋଗ ପାଣ୍ଠି ଆରଡିଆଇଏଫ୍ ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପାନାସିଆ ବାୟୋଟେକ୍ କହିଛନ୍ତି । ସେମାନେ ଭାରତରେ ବାର୍ଷିକ 10 କୋଟି ଡୋଜ୍ ସ୍ପୁଟ୍ନିକ୍ ଭି କୋଭିଡ୍ -19 ଟିକା ଉତ୍ପାଦନ କରିବାକୁ ସହମତ ପ୍ରକାଶ କରିଛନ୍ତି । ଆରଡିଆଇଏଫ୍ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) କିରିଲ୍ ଡିମିଟ୍ରିଭ୍ କହିଛନ୍ତି ଯେ, ଭାରତରେ ଟିକା ଉତ୍ପାଦନ ତଥା ଆନ୍ତର୍ଜାତୀୟ ଭାଗିଦାରୀ ଯୋଗାଣ କ୍ଷେତ୍ରରେ ପାନାସିଆ ବାୟୋଟେକ୍ ସହ ସହଯୋଗ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

ଏପଟେ ପାନାସିଆ ବାୟୋଟେକ୍ ପରିଚାଳନା ନିର୍ଦ୍ଦେଶକ ରାଜେଶ ଜୈନ୍ କହିଛନ୍ତି ଯେ, କମ୍ପାନୀ ଆନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ପ୍ଲାଣ୍ଟରେ ସ୍ପୁଟ୍ନିକ୍ ଭି ଉତ୍ପାଦନ କରିବ । ଅଗ୍ରଣୀ ମେଡିକାଲ୍ ଜର୍ନାଲ୍ ଲାନସେଟ୍ ଅନୁଯାୟୀ, ସ୍ପୁଟ୍ନିକ୍ ଭି 91.6 ପ୍ରତିଶତ ପ୍ରଭାବଶାଳୀ ଅଟେ | ଏହା ବିଶ୍ବ ସ୍ତରରେ 59 ଟି ଦେଶରେ ପଞ୍ଜିକୃତ ହୋଇଛି । ବିବୃତ୍ତି ଅନୁଯାୟୀ, ସ୍ପୁଟ୍ନିକ୍ ଭି ର ମୂଲ୍ୟ ଡୋଜ ପିଛା 10 ଡଲାରରୁ କମ୍ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.