ETV Bharat / bharat

DDC ନିର୍ବାଚନ ମୈଦାନରେ ପାକିସ୍ତାନୀ ମହିଳା - Pakistani woman to contest DDC polls

ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ ତଥା DDC ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପାକିସ୍ତାନର ମହିଳା । ଅଧିକ ପଢନ୍ତୁ...

DDC ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ପାକିସ୍ତାନ ମହିଳା

author img

By

Published : Dec 21, 2020, 10:49 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ ତଥା DDC ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପାକିସ୍ତାନର ମହିଳା । ଏହି ମହିଳା ଜଣକ ଉତ୍ତର କାଶ୍ମୀରର କୁପୱାଡାରୁ ସ୍ବାଧିନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ।

କାଶ୍ମୀର ଯୁବକଙ୍କୁ ବିବାହ କରିଥିବା ସୋମିୟା ସଦଫ କୁପୱାଡା ଆସନରୁ ମିହିଳା କୋଟାରେ ଲଢେଇ କରୁଛନ୍ତି । 10 ବର୍ଷ ପୂର୍ବେ ସ୍ବାମୀ ଅବଦୁଲ ମଜିଦ ଭଟ୍ଟଙ୍କୁ ବିବାହ କରି କାଶ୍ମୀର ଆସିଥିଲେ ସୋମିୟା । ତାଙ୍କର 3ଟି ସନ୍ତାନ ଅଛନ୍ତି ।

2015ରେ ସରକାରୀ ଯୋଜନା 'ଉମ୍ମିଦ'ର ଏକ ଅଂଶ ରହିଥିଲେ । ଦାରିଦ୍ର୍ୟ ଦୂରୀକରଣ ପାଇଁ ଏହି ଯୋଜନାକୁ ସଫଳତାର ସହ ସମାପନ କରିଥିଲେ ସଦଫ । 2018ରେ ମହିଳା ଉଦ୍ୟେଗୀ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅନଲାଇନ ଯୋଗେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ ।

ସଫଦଙ୍କ ସ୍ବାମୀ ଅବଦୁଲ ମଜିଦ ଭଟ୍ଟ 1990ରେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବାକୁ ଅସ୍ତ୍ର ପ୍ରଶିକ୍ଷଣ ପାଇଁ ପାକିସ୍ତାନ ଚାଲିଯାଇଥିଲେ, ହେଲେ ପରେ ସେ ସେଠାରେ ଲାହୋର କଲେଜରେ ଶିକ୍ଷା ଗ୍ରହଣ କରିବାକୁ ନେଇଥିଲେ ନିଷ୍ପତ୍ତି । କଲେଜ କ୍ୟାରିଅର ସମୟରେ ସଦଫଙ୍କୁ ଭେଟିଥିଲେ ଭଟ୍ଟ । ଉଭୟଙ୍କ ସହମତି କ୍ରମେ 2002ରେ ବିବାହ କରି 2010ରେ କାଶ୍ମୀର ଆସିଯାଇଥିଲେ ।

ମୌଲାନା ଆଜାଦ ୟୁନିଭର୍ସିଟିରୁ ସ୍ନାତୋକତ୍ତର ସମାପ୍ତ କରିଥିଲେ ସୋମିୟା । ଲୋକଙ୍କ ମଧ୍ୟରେ ରହିବାକୁ ଭଲ ଲାଗୁଥିବାରୁ ସେ ଡିଡିସି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ସୋମିୟା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.