ETV Bharat / bharat

ଜମ୍ମୁରେ ଠାବହେଲା ସନ୍ଦେହଜନକ ବେଲୁନ, ପାକିସ୍ତାନର ଗୁପ୍ତଚରୀ ସନ୍ଦେହ - ସନ୍ଦେହଜନକ ବେଲୁନ ଠାବ

ଜମ୍ମୁରେ ମିଳିଲା ସନ୍ଦେହଜନକ ବିମାନ ଆକୃତି ବେଲୁନ । ଗୁପ୍ତଚର ଉଦ୍ଦେଶ୍ୟରେ ପାକିସ୍ତାନ ଛାଡିଥିବା ନେଇ ସନ୍ଦେହ । ଛାତ ଉପରେ ଖସିବାରୁ ପୋଲିସକୁ ସୂଚନା ଦେଲେ ଘର ମାଲିକ । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ଜମ୍ମୁରେ ମିଳିଲା ସନ୍ଦେହଜନକ ବେଲୁନ, ପାକର ଗୁପ୍ତଚରି ସନ୍ଦେହ

author img

By

Published : Dec 6, 2021, 9:25 PM IST

ଶ୍ରୀନଗର: ଆଜି (ରବିବାର) ସନ୍ଧ୍ୟାରେ ଜାମ୍ମୁ କାଶ୍ମୀରରେ ସନ୍ଦେହଜନକ ଭାବେ ଏକ ବିମାନ ଆକୃତିର ପାକିସ୍ତାନୀ ବେଲୁନ ଠାବ କରାଯାଇଛି । ଏନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (PIA) ଲେଖାଥିବା ଏକ ବିମାନ ଆକୃତିର ବେଲୁନ ସ୍ଥାନୀୟ ଜଣେ ବାସିନ୍ଦାଙ୍କ ଘର ଛାତ ଉପରେ ଖସିପଡିଥିଲା । ଏହା ଠାବ ହେବା ପରେ ଏହା ପାକିସ୍ତାନର ଗୁପ୍ତଚର କାର୍ଯ୍ୟକଳାପ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଧଳା ଏବଂ ସବୁଜ ରଙ୍ଗର ଏହି ବେଲୁନଟି ବିମାନ ଆକାରର । ଏହି ସନ୍ଦେହଜନକ ବେଲୁନ୍ ଡୋମନା ସେକ୍ଟରେ ସୋହଲ ଲାଲ ଶର୍ମାଙ୍କ ପୁଅ ସୁରେଶ କୁମାର ଶର୍ମାଙ୍କ ଘରର ଛାତ ଉପରେ ଖସିପଡିଥିଲା । ଏହା ଦେଖି ଉକ୍ତ ଘରର ମାଲିକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେହି ବେଲୁନ ମଧ୍ୟରୁ କିଛି ବୈଦ୍ୟୁୁତିକ ସରଞ୍ଜାମ ମିଳିଥିବା ନେଇ କିଛି ସୂଚନା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.