ଚଣ୍ଡିଗଡ: ପୁଣି ସୀମାରେ ଡ୍ରୋନ ଉଡାଇଲା ପାକିସ୍ତାନ । ଗତ(ଶୁକ୍ରବାର) ବିଳମ୍ବିତ ରାତିରେ ଭାରତ-ପାକିସ୍ତାନ ସୀମାର ବିଓପି ଟୁରେଟରେ ପାକିସ୍ତାନର ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । ସୂଚନା ପାଇବା ମାତ୍ରେ, BSFର 183 ବାଟାଲିୟନ ଯବାନ ତତ୍ପର ହୋଇଉଠିଥିଲେ । ଉକ୍ତ ଡ୍ରୋନଟିକୁ ବିଏସଏଫ ପକ୍ଷରୁ ଗୁଳି ମାଡ କରାଯାଇଥିଲା । ତେବେ ଗୁଳିବର୍ଷା ପରେ ଡ୍ରୋନଟି ପୁନଃ ପାକିସ୍ତାନ ଆଡ଼କୁ ଚାଲି ଯାଇଥିବା ସୂଚନା ମିଳିଛି ।
ଗତ କିଛିଦିନ ଧରି ବିଏସ୍ଏଫ୍ ଯବାନ, ପୋଲିସ ଅଧିକାରୀ ଏବଂ ସୁରକ୍ଷା ଏଜେନ୍ସି ପକ୍ଷରୁ ଅନୁସନ୍ଧାନ ଜାରି ରହିଛି । କୁହୁଡ଼ିର ସୁଯୋଗ ନେଇ ପାକିସ୍ତାନ ଡ୍ରୋନ ସାହାଯ୍ୟରେ ଭାରତକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଛି । ସେହିଭଳି ପଞ୍ଜାବର ଗୁରୁଦାସପୁରରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ସଶସ୍ତ୍ର ଚୋରାଚାଲାଣ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସମେତ ଗୁଳି ଓ ଡ୍ରଗ୍ସ ଜବତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ