ଶ୍ରୀନଗର: ପାକିସ୍ତାନ ସେନା ରବିବାର ପୁଣି ଥରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି । ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନ ସେନା ପକ୍ଷରୁ ଗୁଳି ଚାଳନା ସହିତ ମୋର୍ଟାର ମାଡ କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ଡର ଆର ପାରିରୁ ମେନ୍ଧାର ସେକ୍ଟରକୁ ଅପରାହ୍ନ 4.15 ସମୟରେ ଗୁଳି ଚାଳନା ପରେ ଭାରତୀୟ ଯବାନଙ୍କ ତରଫରୁ ପ୍ରତି ଉତ୍ତର ଦିଆଯାଇଥିଲା । ସେନା ମୁଖପାତ୍ର କହିଛନ୍ତି, ଏପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ଖବର ଅନୁଯାୟୀ ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଛି । ହେଲେ ଭାରତର କୌଣସି କ୍ଷୟକ୍ଷତି ହୋଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ