ETV Bharat / bharat

Pakistan Political Crisis: ପୁଣି କାଲିକୁ ଘୁଞ୍ଚିଲା ଅନାସ୍ଥା ଖାରଜ ଶୁଣାଣି

ପୁଣି କାଲିକୁ ଘୁଞ୍ଚିଲା ପାକିସ୍ତାନର ଅନାସ୍ଥା ପ୍ରସ୍ତାବ ଖାରଜ ମାମଲାର ଶୁଣାଣି । ତାରିଖ ଘୁଞ୍ଚିବା ସହ ବଢିଚାଲିଛି ରାଜନୈତିକ ଅସ୍ଥିରତା । ଅଧିକ ପଢନ୍ତୁ

Pakistan political crisis: କାଲିକୁ ଘୁଞ୍ଚିଲା ଅନାସ୍ଥା ଖାରଜ ଶୁଣାଣି

author img

By

Published : Apr 6, 2022, 9:24 PM IST

ଇସଲାମାବାଦ: ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଗୋଟିଏ ପରେ ଗୋଟିଏ ତାରିଖ ଗଡିବାରେ ଲାଗିଛି ମାମଲାର ଶୁଣାଣି । ଆଜି ମାମଲାରେ ଶୁଣାଣି ହୋଇଥିବା ବେଳେ ଆସନ୍ତାକାଲିକୁ ଶୁଣାଣି ପୁଣି ଘୁଞ୍ଚାଇ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପରିବର୍ତ୍ତେ ଖାରଜ କରିଥିଲେ ଡେପୁଟି ସ୍ପିକର । ଯାହାକୁ ନେଇ ବିରୋଧୀଙ୍କ ଦ୍ବାରା ମାମଲା କୋର୍ଟରେ ପହଞ୍ଚିଥିଲା ।

ପାକିସ୍ତାନର ପ୍ରଧାନ ବିଚାରପତି ଉମର ଆଟା ବନ୍ଦିଆଲଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି ଜାରି ରଖିଛି । ଆଜି ଶୁଣାଣି ଆରମ୍ଭ ହେବାପରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ବାବର ଆୱାନ ଖଣ୍ଡପୀଠ ଆଗରେ ଯୁକ୍ତି ରଖିଥିଲେ । କୋର୍ଟରେ ଜାରି ରହିଥିବା ଏହି ମାମଲା କୌଣସି ମାନବାଧିକାର ମାମଲା ନୁହେଁ ବରଂ ଦେଶରେ ଦେଖାଯାଇଥିବା ଜାତୀୟ ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ମାମଲା ବୋଲି ଦର୍ଶାଇବା ସହ ସମସ୍ତ ଦେଶବାସୀ ଦେଶ ପ୍ରତି ବିଶ୍ବସ୍ତ ଆଚରଣ କରିବା ଆବଶ୍ୟକ ବୋଲି କହିଥିଲେ ପିଟିଆଇ ପକ୍ଷ ।

ସରକାରୀ ଦଳ ପକ୍ଷରୁ ଏହାକୁ ବିଦେଶୀ ଷଡଯନ୍ତ୍ର ବୋଲି ଦର୍ଶାଇବା ସହ ଜାତୀୟ ସୁରକ୍ଷା ଦୃଷ୍ଟିରୁ ବାଚସ୍ପତିଙ୍କ ଅନାସ୍ଥା ଖାରଜକୁ ବୈଧ ବୋଲିି ଦର୍ଶାଇବା ପାଇଁ ଚେଷ୍ଟା କରାଯାଇଥିଲା । ଏପରି ସ୍ଥଳେ କେଉଁ ପରିସ୍ଥିତିରେ ଏହା ବିଦେଶୀ ଷଡଯନ୍ତ୍ର ବୋଲି ହୃଦବୋଧ ହେଲା ଓ ଡେପିଟି ସ୍ପିକର କେଉଁ ଆଧାରରେ ଭୋଟିଂ ଓ ଅନାସ୍ଥା ଖାରଜ କଲେ ସେ ସମ୍ପର୍କରେ ଶବିଶେଷ ସୂଚନା ଦେବା ପାଇଁ ପିଟିଆଇ ପକ୍ଷଙ୍କୁ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି ଖଣ୍ଡପୀଠ ।

ଭୋଟିଂ ଦିନ ପ୍ରସ୍ତାବ ଖାରଜ ହେବା ପରେ ବିରୋଧୀଙ୍କ ମିଳିତ ମଞ୍ଚ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିବା ବେଳେ ମାମଲାର ଶୁଣାଣି ଆଜିକୁ ମିଶାଇ ମୋଟ 3ଥର ସ୍ଥଗିତ ରହିଲାରିଲାଣି । ଶୁଣାଣି ବାରମ୍ବାର ଘୁଞ୍ଚିବା ସହ ରାଜନୈତିକ ଅସ୍ଥିରତା ମଧ୍ୟ ବଢିବାରେ ଲାଗିଛି । ସୁପ୍ରିମକୋର୍ଟରୁ ପ୍ରକାଶ ପାଇବାକୁ ଥିବା ରାୟ ହିଁ ପାକିସ୍ତାନ ରାଜନୀତିରେ ଏକ ବଡ ମୋଡ ଆଣିବାକୁ ଯାଉଛି ସେଥିରେ ସନ୍ଦେହ ନାହିଁ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.