ETV Bharat / bharat

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘକୁ ଇମ୍ରାନଙ୍କ ଟାର୍ଗେଟ

author img

By

Published : Jul 18, 2021, 8:47 PM IST

POKରେ ଏକ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ RSSକୁ ଟାର୍ଗେଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ । POKର ବାଘା ସୀମାରେ ନିର୍ବାଚନ ରାଲିରେ ଯୋଗ ଦେଇ ମୋଦି ଓ RSS ଭାରତ ପାଇଁ ମଧ୍ୟ ବିପଜ୍ଜନକ ବୋଲି କହିଛନ୍ତି ଇମରାନ ଖାନ । ଅଧିକ ପଢ଼ନ୍ତୁ...

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘକୁ ଇମ୍ରାନଙ୍କ ଟାର୍ଗେଟ
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘକୁ ଇମ୍ରାନଙ୍କ ଟାର୍ଗେଟ

ଇସଲାମାବାଦ: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମା(POK)ରେ ଏକ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(RSS)କୁ ଟାର୍ଗେଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ । POKର ବାଘା ସୀମାରେ ନିର୍ବାଚନ ରାଲିରେ ଯୋଗ ଦେଇ ମୋଦି ଓ RSS ଭାରତ ପାଇଁ ମଧ୍ୟ ବିପଜ୍ଜନକ ବୋଲି କହିଛନ୍ତି ଇମରାନ ଖାନ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଚିନ୍ତାଧାରା କେବଳ ମୁସଲମାନ ଧର୍ମ ନୁହେଁ ବରଂ ଭାରତରେ ଥିବା ଶିଖ୍, ଖ୍ରୀଷ୍ଟିଆନ ଲୋକଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ବୋଲି କହିଛନ୍ତି ଇମରାନ । ଏହି ସମ୍ପ୍ରଦାୟର ଲୋକଙ୍କୁ ଆରଏସଏସ ଓ ମୋଦି ସମାନ ନାଗରିକ ଅଧିକାର ଦେବାକୁ ଚାହୁଁ ନାହାନ୍ତି ବୋଲି ଅଭିଯୋଗ କରିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ।

ବିଭିନ୍ନ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ନିଜକୁ ନିଜେ କାଶ୍ମରୀ ଲୋକଙ୍କ ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରିଥିବା ଇମରାନ ଖାନ କେବଳ ଏତିକିରେ ଅଟକି ନଥିଲେ । ସେ ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ପୁଣି ମୁଁହ ଖୋଲିଛନ୍ତି । କାଶ୍ମୀର ଲୋକଙ୍କ ସଂଘର୍ଷରେ ସବୁବେଳେ ପାକିସ୍ତାନ ସାଥିରେ ଅଛି ବୋଲି କହିଛନ୍ତି ଇମରାନ । ୨୦୧୯ ମସିହା ଅଗଷ୍ଟ ୫ରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା ।

ଜାତିସଂଘ ସମ୍ମୁଖରେ ଏହି ବିଷୟ ପୁଣି ଉଠାଇବେ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ । ଜୁଲାଇ ୨୫ରୁ ପାକିସ୍ତାନରେ ନିର୍ବାଚନ ଆରମ୍ଭ ହେବ । ତେବେ ନିର୍ବାଚନ ପୂର୍ବରୁ ଚିରାଚରିତ ଢଙ୍ଗରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇ ଇମରାମ ମାଇଲେଜ ନେବାକୁ ଚାହୁଁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଧରିଛି ।

କିଛି ଦିନ ପୂର୍ବରୁ ସେଣ୍ଟ୍ରାଲ ସାଉଥ ଏସିଆନ କନ୍ପରେନ୍ସ ଯୋଗ ଦେବା ବେଳେ ଆଫଗାନିସ୍ତାନରେ ତାଲିବାନ ଆକ୍ରମଣ ସମ୍ପର୍କରେ ପାଚାରିବାରୁ ଚିଇଁକି ଉଠିଥିଲେ ଇମରାନ ଖାନ । ଖାଲି ସେତିକି ନୁହେଁ ଭାରତ ଓ ପାକିସ୍ତାନ ମଧ୍ୟରେ ବୁଝାମଣା ହୋଇ ପାରିବ, ହେଲେ ବୁଝମଣା ମଧ୍ୟରେ ଆରଏସଏସ ଆସୁଥିବାରୁ ଏହା ସମ୍ଭବ ହୋଇ ପାରୁନାହିଁ ବୋଲି କହିଛନ୍ତି ଇମରାନ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.