ନୂଆଦିଲ୍ଲୀ: ଦେଶରେ କୋରୋନା ମହାମାରୀ ପରିଚାଳନା ପାଇଁ ମୋଦି ସରକାରଙ୍କ 5ଟି ପ୍ରସ୍ତାବକୁ ପାକିସ୍ତାନ ସହିତ ଅନ୍ୟ ପଡୋଶୀ ଦେଶ ପ୍ରଶଂସା କରିଛନ୍ତି । ତେବେ ମୋଦି ଏହି ପ୍ରସ୍ତାବ ସମ୍ପର୍କରେ ଗୁରୁବାର କୋଭିଡ ପରିଚାଳନା ପାଇଁ ଆୟୋଜିତ ହୋଇଥିବା ଭର୍ଚ୍ଚୁଆଲ କର୍ମଶାଳାରେ କହିଛନ୍ତି ।
'କୋଭିଡ ପରିଚାଳନା, ଅଭିଜ୍ଞତା, ଭଲ ଅଭ୍ୟାସ ଏବଂ ଆଗକୁ ବଢିବା' ବିଷୟବସ୍ତୁ ଥିବା କର୍ମଶାଳାରେ ଯୋଗ ଦେଇ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏକ ସ୍ବତନ୍ତ୍ର ଭିସା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଏହି ଭିସା ଦ୍ବାରା ଡକ୍ଟର ଓ ନର୍ସମାନେ ଦେଶର ବିଭିନ୍ନ ଅଞ୍ଚଳକୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଗମନାଗମନ କରିପାରିବେ ।
ଏହାସହିତ ମେଡିକାଲ ପରିସ୍ଥିତି ପାଇଁ ଆଞ୍ଚଳିକ ଏୟାର ଆମ୍ବୁଲାନ୍ସ ସୁବିଧା ଯୋଗାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି । ଭାରତରେ ଦେଶବାସୀଙ୍କୁ ଦିଆଯାଇଥିବା କୋଭିଡ଼ ଟିକାର ପ୍ରଭାବ ସମ୍ପର୍କରେ ଆଞ୍ଚଳିକ ସ୍ଥାନରେ ତଥ୍ୟ ସଂଗ୍ରହ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଭବିଷ୍ୟତରେ ଏଭଳି ମାରାତ୍ମକ ମହାମାରୀରୁ ବର୍ତ୍ତିବା ପାଇଁ ଏକ ଜନସଚେତନତା ସୃଷ୍ଟି କରିବା ପାଇଁ ମୋଦି କହିଛନ୍ତି ।
ଏହି ଭର୍ଚ୍ଚୁଆଲ କର୍ମଶାଳାରେ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ମାଲଦ୍ବୀପ, ମରିଟସ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ସାମିଲ ରହିଥିଲା । ମୋଦି ସଫଳ ସ୍ବାସ୍ଥ୍ୟ ନୀତି ଓ ଯୋଜନାକୁ ଅଂଶୀଦାର କରିବା ପାଇଁ ମୋଦି କହିଛନ୍ତି । ଏହାସହିତ ମିଳିତ ଭାବରେ କୋଭିଡ-19ର ପରିଚାଳନାକୁ ଦକ୍ଷିଣ ଏସିଆ ଓ ଭାରତୀୟ ମହାସାଗରୀୟ ଦେଶକୁ ଆହ୍ବାନ କରିଛନ୍ତି ।
ତେବେ ଏହି ପ୍ରସ୍ତାବକୁ ପାକିସ୍ତାନ ସମେତ ଅନ୍ୟ ଦେଶ ମଧ୍ୟ ପ୍ରଶଂସା କରିଛନ୍ତି । କୋଭିଡ ପରିଚାଳନା ପାଇଁ ଆଞ୍ଚଳିକ ସ୍ତରରେ ଆଲୋଚନା କରି ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି କହିଛନ୍ତି । ମହାମାରୀ ବିରୋଧରେ ଲଢିବା ପାଇଁ ଆଞ୍ଚଳିକ ସ୍ତରରେ ଏଭଳି ସହଭାଗିତା ଆବଶ୍ୟକ ବୋଲି ସମସ୍ତ ଦେଶ ସହମତି ପ୍ରକାଶ କରିଛନ୍ତି ।
ଏହି କର୍ମଶାଳାରେ ପାକିସ୍ତାନ ବ୍ୟତୀତ ଅନ୍ୟ ଦେଶମାନେ କୋରୋନା ଟିକା ଭାରତଠାରୁ ଗ୍ରହଣ କରିନଥିଲେ । ଏହି ଦେଶଗୁଡିକ କୋରୋନା ଟିକା, ମହାମାରୀରୁ ବର୍ତ୍ତିବା ପାଇଁ ଆବଶ୍ୟକ ସାମଗ୍ରୀ ଆଦି ପାଇଁ ମୋଦି ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
@ANI