ETV Bharat / bharat

TV Debate To Resolve Issues: ମୋଦିଙ୍କ ସହ ଡିବେଟ ପାଇଁ ଇମ୍ରାନଙ୍କ ଚ୍ୟାଲେଞ୍ଜ

author img

By

Published : Feb 22, 2022, 6:05 PM IST

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ । ଭାରତ-ପାକିସ୍ତାନ ମଧ୍ୟରେ ଥିବା ବିବାଦ ସମାଧାନ ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟିଭି ଶୋର ଅଂଶଗ୍ରହଣ କରିବା ପାଇଁ ଆଗ୍ରହୀ । ପ୍ରତିକ୍ରିୟା ରଖିଲାନି ଭାରତୀୟ ବିଦେଶ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଲାଇଭ ଟିଭି ଶୋରେ ଆଲୋଚନା ଚାହାନ୍ତି ଇମ୍ରାନ

ଇସଲାମାବାଦ: ଭାରତ ପାକିସ୍ତାନ ମଧ୍ୟରେ ରହିଥିବା ବିବାଦର ସମାଧାନ ଦିଗରେ ଭିନ୍ନ ଏକ ପ୍ରସ୍ତାବ ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆଜି (ମଙ୍ଗଳବାର) ଇମ୍ରାନ ଖାନ ଆଜି କହିଛନ୍ତି ଯେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଲାଗି ରହିଥିବା ଏକାଧିକ ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଟେଲିଭିଜନ ବିତର୍କ କରିବାକୁ ଆଗ୍ରହୀ । ଏପରି କାର୍ଯ୍ୟକ୍ରମରେ ଖୋଲା ଆଲୋଚନା ମାଧ୍ୟମରେ ସମାଧାମର ବାଟ ଫିଟିବା ନେଇ ସେ ଆଶାବାଦୀ ଥିବା ମଧ୍ୟ ପ୍ରକାଶ କରିଛନ୍ତି ।

ଦୁଇ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସ୍ବାଧୀନତା ପର ଠାରୁ ଏକାଧିକ ପ୍ରସଙ୍ଗରେ ମତଭେଦ ରହିଆସିଛି । ଏପରିକି ସୀମା ବିବାଦ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ୩ ଯୁଦ୍ଧ ମଧ୍ୟ ହୋଇସାରିଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଦୁଇ ଦେଶ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ଓ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ପ୍ରୟାସ କରିବା ଆବଶ୍ୟକ । ଏଥିପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟିଭିରେ ବିତର୍କ କରିବାକୁ ପସନ୍ଦ କରିବେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗଣମାଧ୍ୟମ ସଂସ୍ଥା ଋଷିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି । ତେବେ ଖାନଙ୍କ ଏପରି ପ୍ରସ୍ତାବ ଉପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୌଣସି ମତାମତ ପ୍ରକାଶ କରାଯାଇନି ।

ଇମ୍ରାନ କହିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ବଢିଥିବା ତିକ୍ତତା ପାଇଁ ଉଭୟ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କ ହ୍ରାସ ପାଇଛି । ପୂର୍ବରୁ ପାକିସ୍ତାନର ବରିଷ୍ଠ ବାଣିଜ୍ୟିକ ଅଧିକାରୀ ରଜାକ ଦାୱଦ ମଧ୍ୟ ସମାନ ମନ୍ତବ୍ୟ ରଖିଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ରଜାକ କହିଥିଲେ ପାକିସ୍ତାନ ଭାରତ ସମେତ ସମସ୍ତ ପଡୋଶୀ ଦେଶ ସହ ତାର ବାଣିଜ୍ୟ କାରବାର ବୃଦ୍ଧି ନେଇ ଚିନ୍ତା କରୁଛି । ଏପରି କରିବା ଦ୍ବାରା ଉଭୟ ଦେଶକୁ ଲାଭ ମିଳିପାରିବ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପାକିସ୍ତାନ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ଦେଶରେ ଅନିୟନ୍ତ୍ରିତ ମୁଦ୍ରାସ୍ପିତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଆଦି ସମସ୍ୟା ଇମ୍ରାନ ଖାନଙ୍କ ସରକାର ପ୍ରତି ଜନଆକ୍ରୋଶ ସୃଷ୍ଟି କରିବାରେ ଲାଗିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.