ETV Bharat / bharat

ତାଲିବାନ ନେତାଙ୍କୁ ଭେଟିଲା JEM ମୁଖ୍ୟ, ଭାରତରେ ହାଇଆଲର୍ଟ - Indian security agencies

ତାଲିବାନ ନେତାଙ୍କୁ ଭେଟିଲା JEM ଆତଙ୍କବାଦୀ ସଂଗଠନ ଟପ୍ ଲିଡର । ଭାରତ ପ୍ରତି ବଢୁଛି ବିପଦ ! ସତର୍କ କରାଇଲା ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ...

ତାଲିବାନ ନେତାଙ୍କୁ ଭେଟିଲା ଆତଙ୍କୀ ସଂଗଠନ JEM, ଭାରତରେ ହାଇ-ଆଲର୍ଟ

author img

By

Published : Aug 28, 2021, 4:09 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ରାଜ ପରେ ଭାରତ ପ୍ରତି ବଢୁଛି ବିପଦ । ଦେଶରେ ସମ୍ଭାବ୍ୟ ଆତଙ୍କୀ ହମଲା ନେଇ ଗନ୍ଧ ବାରିଛି ଭାରତୀୟ ଗୁଇନ୍ଦା ସଂସ୍ଥା । କାଶ୍ମୀରରେ ସର୍ବଦା ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିବା ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ(JEM) ପ୍ରତିନିଧି ଦଳ ତାଲିବାନ ନେତାଙ୍କୁ ଭେଟିବା ପରେ ଜମ୍ମୁକାଶ୍ମୀର କିଛି ଅଞ୍ଚଳରେ ଆତଙ୍କବାଦୀ ହମଲା ହେବା ନେଇ ଆଶଙ୍କା ବଢିଛି । ଏନେଇ ସୁରକ୍ଷା ଏଜେନ୍ସି ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।

ଭରତୀୟ ଗୁଇନ୍ଦା ସଂସ୍ଥାକୁ ମିଳିଥିବା ସୂଚନା ଆଧାରରେ ପାକିସ୍ତାନରେ ଭାରତରେ ଆତଙ୍କୀ କାର୍ଯ୍ୟକଳାପ ଜାରିରଖିଥିବା ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର ସହ କିଛି ନେତା ତାଲିବାନ ନେତାଙ୍କ ସହ ବୈଠକ କରିଛନ୍ତି । ଭାରତରେ ଜେଇମ ପକ୍ଷରୁ ଚାଲିଥିବା ଆତଙ୍କୀ କାର୍ଯ୍ୟାକଳାପକୁ ସହଯୋଗ ଓ ପ୍ରତ୍ସାହନ ଯୋଗାଇବା ନେଇ ତାଲିବାନ ନେତାଙ୍କ ପାଖରେ JEM ପକ୍ଷରୁ ଦାବି ରଖିଥିବା କୁହାଯାଉଛି । ସେହପରି ପାକିସ୍ତାନରେ ବର୍ତ୍ତମାନର ରାଜନୈତିକ ସ୍ଥିତି ମଧ୍ୟ ଉକ୍ତ ବୈଠକରେ ସ୍ଥାନ ପାଇଛି ।

ଏ ସମ୍ପର୍କିତ ତଥ୍ୟ ଗୁଇନ୍ଦା ବିଭାଗ ହାତରେ ଲାଗିବା ପରେ କାଶ୍ମୀର ସମେତ ଭାରତ ପାକ ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ଗତ ୨୪ ତାରିଖରେ ନିୟନ୍ତ୍ରଣ ରେଖା ନିକଟରେ ୨ ଆତଙ୍କୀ ଭାରତ ସୀମାରେ ପ୍ରବେଶ କରିଥିବାର ମଧ୍ୟ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଦୁଇ ଆତଙ୍କୀ ଗ୍ରେନେଡ ଆକ୍ରମଣ କରିବା ନେଇ ସୂଚନା ପାଇଛି ଗୁଇନ୍ଦା ସଂସ୍ଥା ।

ଗତ ୧୫ ତାରିଖରେ ତାଲିବାନ ପକ୍ଷରୁ ଆଫଗାନିସ୍ତାନ ରାଜଧାନୀ କାବୁଲ ଦଖଲ ପରେ ସାରା ପଡୋଶୀ ଦେଶ ଏବେ ତାଲିବାନ କବଜାରେ । ତାଲିବାନର ସଫଳତା ପରେ ଅନ୍ୟ କିିଛି ଆତଙ୍କୀ ସଂଗଠନ ସକ୍ରିୟ ହୋଇଉଠିଛନ୍ତି । ଏପଟେ ଆଫଗାନିସ୍ତାନିରେ ଫସିଥିବା ବିଦେଶୀ ନାଗରିକମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରଖିଛନ୍ତି ବିଭିନ୍ନ ଦେଶ ।

ଗତ ଦୁଇ ଦିନ ତଳେ କାବୁଲ ବିମାନବନ୍ଦର ବାହାରେ ସିରିଜ୍ ବିସ୍ଫୋରଣରେ ୧୩ ଆମେରିକୀୟ ସୈନ୍ୟଙ୍କ ସହ ପ୍ରାୟ ୧୬୯ ନାଗରିକ ପ୍ରାଣ ହରାଇଥିଲେ । ଘଟଣା ପରେ ପ୍ରତିକ୍ରିୟାଶୀଳ ହୋଇଥିଲା ଆମେରିକା । ଏହି ଆକ୍ରମଣ ପଛରେ ଅନ୍ୟ ଏକ ପ୍ରମୁଖ ଆତଙ୍କୀ ସଂଗଠନ ISIS-k ନିଜକୁ ଦାୟୀ କରିବା ପରେ ଆମେରିକା ସେନା କିଛି ଆତଙ୍କୀ ଆଡ୍ଡାରେ ଡ୍ରୋନ୍ ଷ୍ଟ୍ରାଇକ ମଧ୍ୟ କରିଥିବା ସୂଚନା ରହିଛି ।

ତାଲିବାନ ସହ ପାକ ଆତଙ୍କୀ ସଂଗଠନର ବୈଠକ ସୁରକ୍ଷା ଚିନ୍ତାକୁ ବଢାଇଛି । ଚିରାଚରିତ ଢଙ୍ଗରେ ଏମାନେ ଭାରତରେ ଅସ୍ଥିରତା ସୃଷ୍ଟି କରିବା ଆଶଙ୍କା ନେଇ ହାଇଆଲର୍ଟ ଜାରି କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.