ETV Bharat / bharat

ଚର୍ଚ୍ଚାରେ ମହାରାଷ୍ଟ୍ରର ପାଖେ ଫ୍ୟାମିଲି, ଷଣ୍ଢଙ୍କ ପାଇଁ ଖର୍ଚ୍ଚ କରନ୍ତି ମାସିକ ଏକଲକ୍ଷ

author img

By

Published : Aug 27, 2022, 4:36 PM IST

ଗୋଟିଏ ଷଣ୍ଢକୁ ସକାଳ ଓ ସନ୍ଧ୍ୟାରେ ୮ ଲିଟର କ୍ଷୀର ପିଇବାକୁ ଦିଆଯାଉଛି । କ୍ଷୀରରେ ଅଣ୍ଡା, ବାଦାମ, ଗହମ, ମଇଦା ଓ ଘିଅ ମଧ୍ୟ ମିଶ୍ରଣ କରି ଖାଇବାକୁ ଦିଆଯାଏ । ଅଧିକ ପଢନ୍ତୁ

ବଳଦ ପ୍ରେମୀ ପାଖେ ପରିବାର, ମାସକୁ ଖାଦ୍ୟ ପିଛା ଖର୍ଚ୍ଚ କରୁଛନ୍ତି ଏକ ଲକ୍ଷ

ମୁମ୍ବାଇ: ପଶୁ ପକ୍ଷୀଙ୍କୁ କିଏ ବା ଭଲ ନପାଏ । ଏଥିପାଇଁ ଅନେକ ଲୋକ ଘରେ ପଶୁ ପକ୍ଷୀଙ୍କୁ ପୋଷାମନାଇ ରଖିବାକୁ ପସନ୍ଦ କରନ୍ତି । ସ୍ନେହରେ ସେମାନଙ୍କ ନାମକରଣ ମଧ୍ୟ କରିଥାନ୍ତି । ଏମିତିକି ସେମାନଙ୍କ ସ୍ବାସ୍ଥ୍ୟ ଓ ଖାଦ୍ୟ ପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି । ସେହିପରି ମହାରାଷ୍ଟ୍ରର ଔରଙ୍ଗବାଦର ଏକ ପଶୁପ୍ରେମୀ ପରିବାର ରହିଛି । ପାଖେ ନାମରେ ଜଣାଶୁଣା ଏକ ପରିବାର ୩ଟି ଷଣ୍ଢ ଘରେ ରଖି ଯତ୍ନ ନେଉଛନ୍ତି । ଏମିତିକି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସେମାନଙ୍କ ଖାଦ୍ୟ ପାଇଁ ପ୍ରତିମାସରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି(Pakhe Family spends one lakh rupees on bullock feed) ଏହି ପରିବାର ।

ପରିବାରରେ ତିନୋଟି ଷଣ୍ଢଙ୍କୁ ସମସ୍ତେ ଖୁବ ଭଲ ପାଉଥିବାବେଳେ, ସେମାନଙ୍କ ନାମ ସ୍ନେହରେ ରଣବୀର, ହୀରା ଏବଂ ପିଣ୍ଟିଆ ରଖିଛନ୍ତି । ରଣବୀରର ବୟସ ୨୦ ବର୍ଷ ହୋଇଥିବାବେଳେ ପିଣ୍ଟିଆକୁ ୫ବର୍ଷ ଓ ହୀରାକୁ ଚାରିବର୍ଷ ହୋଇଛି । ଏନେଇ ପାଖେ ପରିବାର ତରଫରୁ କୁହାଯାଇଛି ଯେ, ''ଗୋଟିଏ ଷଣ୍ଢକୁ ସକାଳ ଓ ସନ୍ଧ୍ୟାରେ ୮ ଲିଟର କ୍ଷୀର ପିଇବାକୁ ଦିଆଯାଉଛି । କ୍ଷୀରରେ ଅଣ୍ଡା, ବାଦାମ, ଗହମ, ମଇଦା ଓ ଘିଅ ମଧ୍ୟ ମିଶ୍ରଣ କରି ଖାଇବାକୁ ଦିଆଯାଏ ।

ଦିନକୁ ଦୁଇ ଥର ଷଣ୍ଢଙ୍କୁ ଖାଇବାକୁ ଦିଆଯାଉଥିବାବେଳେ ପ୍ରାୟ ଗୋଟିଏ ଦିନରେ ଗୋଟିଏ ବଳଦ ପିଛା ତିନି ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଫଳରେ ଏକ ମାସରେ ଖାଦ୍ୟ ପିଛା ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏହି ଦୁଇ ବଳଦ ରାଜ୍ୟ ତଥା ରାଜ୍ୟ ବାହାରେ ରେସିଂରେ ଯୋଗ ଦେଇ ଭଲ ପ୍ରଦର୍ଶନ କରିଛନ୍ତି ।

ତେବେ ଏହି ପରିବାର ପାଖରେ ପୂର୍ବରୁ ରଣବୀର ଓ ପିଣ୍ଟିଆ ଥିବାବେଳେ କିଛିଦିନ ହେବ ସେ ହୀରା ନାମକ ଷଣ୍ଢକୁ ପାଞ୍ଚ ଲକ୍ଷ ଟଙ୍କାରେ କିଣିଛନ୍ତି । ବର୍ତ୍ତମାନ ଏହି ତିନି ଷଣ୍ଢଙ୍କ ଯତ୍ନ ନେବାରେ ଲାଗି ପଡିଛନ୍ତି ପରିବାର ଲୋକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.